ଆସନ୍ତା ବର୍ଷରୁ ସବୁ ଗାଡ଼ିରେ ୬ ଏୟାର ବ୍ୟାଗ୍‌ ଲଗାଇବା ନିୟମ ହେବ ବାଧ୍ୟତାମୂଳକ

ନୂଆଦିଲ୍ଲୀ : ଆସନ୍ତା ବର୍ଷରୁ ସବୁ କାର୍‌ରେ ଲାଗିବ ୬ ଏୟାରବ୍ୟାଗ୍‌ । ଏମିତି ଘୋଷଣା କରିଛନ୍ତି କେନ୍ଦ୍ର ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡକରୀ । ଆସନ୍ତା ୧ ଅକ୍ଟୋବର ୨୦୨୩ ଠାରୁ ଯାତ୍ରୀଙ୍କ ୮ ସିଟ ବାଲା କାର୍‌ରେ ଅତିକମରେ ୬ ଏୟାରବ୍ୟାଗ୍‌ ଲଗାଇବା ନିଷ୍ପତ୍ତିକୁ ସରକାର ବାଧ୍ୟତାମୂଳକ କରିଛନ୍ତି । ଏହି ନିୟମ ୧ ଅକ୍ଟୋବର ୨୦୨୨ ରୁ ଲାଗୁ ହେବାର ଥିଲା । ହେଲେ କିଛି ଅନିର୍ବାଯ୍ୟ କାରଣରୁ ଏହାକୁ ଆସନ୍ତା ବର୍ଷକୁ ଘୁଞ୍ଚାଇ ଦିଆଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ଗଡକରୀ ।

ଏ ସମ୍ପର୍କରେ ପରିବହନ ମନ୍ତ୍ରୀ ଗଡକରୀ ଟ୍ଵିଟ କରି ସୂଚନା ଦେଇଛନ୍ତି । ଯାତ୍ରୀଙ୍କ ସୁରକ୍ଷା ଆମର ବଡ଼ ପ୍ରାଥମିକତା । ତେଣୁ ଏମ୍‌-୧ (M -1) କାଟେଗୋରୀ କାରରେ ନ୍ୟୁନତମ ୬ ଏୟାରବ୍ୟାଗ ଲଗାଇବା ପ୍ରସ୍ତାବକୁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ଗଡକରୀ ।

ଗଡକରୀ ଆହୁରି କହିଥିଲେ, ଅଧିକାଂଶ କାର ନିର୍ମାତ କମ୍ପାନୀ ବାହାରୁକ ୬ ଏୟାରବ୍ୟାଗ ଗାଡି ରପ୍ତାନୀ କରୁଥିବା ବେଳେ ଭାରତରେ ୪ ଏୟାର ବ୍ୟାଗ ଦିଆଯାଉଛି । ତେଣୁ କାରର ମାନଦଣ୍ଡକୁ କଡାକଡି ଭାବେ ପାଳନ କରାଯିବାକୁ ସରକାର ନିଷ୍ପତି ନେଇଛନ୍ତି । କାରଣ ଏୟାରବ୍ୟାଗ୍‌ ବଢ଼ାଇବା ଦ୍ୱାରା ମୂଲ୍ୟରେ ବିଶେଷ କିଛି ବୃଦ୍ଧି ପାଇବ ନାହିଁ । ତେଣୁ କୌଣସି ବି ପ୍ରକାରେ ଯାତ୍ରୀଙ୍କ ଜୀବନ ସହ ସମଝୋତା କରାଯିବ ନାହିଁ ବୋଲି ମନ୍ତ୍ରୀ ଗଡକରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.