ଘରେ ଏହି ପ୍ରକାର ଘଣ୍ଟା ଲଗାଇଲେ ହେବ ଲାଭ, ସମୟ ଭଲରେ ଚାଲିବ

ପ୍ରତ୍ୟେକ ବ୍ୟକ୍ତିଙ୍କ ୩ ଟି ମୌଳିକ ଆବଶ୍ୟକତା ହେଉଛି ଖାଦ୍ୟ, ବସ୍ତ୍ର ଓ ଗୃହ । ଏଥିପାଇଁ ସମସ୍ତେ ପରିଶ୍ରମ କରନ୍ତି । ଜୀବନରେ ସଫଳତା ପାଇଁ ସକରାତ୍ମକ ଶକ୍ତିର ବହୁତ ଆବଶ୍ୟକତା ରହିଛି । ଯାହାକି ଆପଣଙ୍କ ବାସ ସ୍ଥାନରୁ ମିଳିଥାଏ । ଯଦି ଆପଣ କୌଣସି ଘର କିଣିବାକୁ କିମ୍ବା ଭଡ଼ାରେ ରହିବାକୁ ଯାଉଛନ୍ତି, ତେବେ ଆପଣଙ୍କୁ ଘର ସମ୍ପର୍କରେ ଆଭାସ ମିଳିଥାଏ ।

ସେହିପରି ଘରେ ସକରାତ୍ମକ ଶକ୍ତି ପାଇବା ପାଇଁ ଘରର ସମସ୍ତ ଦ୍ରବ୍ୟ ଉପରେ ମଧ୍ୟ ଧ୍ୟାନ ରଖିବା ଜରୁରୀ । ଯେପରି ଘରର ପ୍ରତ୍ୟେକ ବସ୍ତୁ ବାସ୍ତୁ ମାନ୍ୟତାକୁ ପାଳନ କରୁଥିବ । ଆମେ ଘରେ ଘଣ୍ଟା ଲଗାଇବା ବେଳେ ବାସ୍ତୁ ଉପରେ ଧ୍ୟାନ ଦେଇ ନଥାଉ । ହେଲେ ଏହି ଛୋଟ ଭୁଲ ମଧ୍ୟ ଆମ ପାଇଁ ସର୍ବନାଶର କାରଣ ହୋଇଥାଏ । ତେଣୁ ଆଜି ଆସନ୍ତୁ ଜାଣିବା ଘରେ ଘଣ୍ଟା ଲଗାଇବାର ଉଚିତ ତରିକା ।

ବାସ୍ତୁ ଶାସ୍ତ୍ରରେ ଆଜି ଜାଣନ୍ତୁ ଘରେ କେଉଁ ଆକୃତିର ଘଣ୍ଟା ଲଗାଇବା ଉଚିତ୍‌ । କେଉଁ ପ୍ରକାର ଘଣ୍ଟା ଲଗାଇବା ଦ୍ୱାରା ଘରେ ଭଲ ମାହୋଲ ରହିଥାଏ । ଘର କାନ୍ଥରେ ପେଣ୍ଡୁଲମ ବାଲା ଘଣ୍ଟା ଲଗାଇଲେ ଲାଭ ହୋଇଥାଏ । ଏପରି ଘଣ୍ଟା ଲଗାଇବା ଦ୍ୱାରା ସମୟ ଭଲରେ କଟିଥାଏ ଓ ଜୀବନରୁ କଷ୍ଟ ଦୂର ହୋଇଥାଏ ।
clock.jpg-
p.c : myntra

ପେଣ୍ଡୁଲମ୍‌ ବାଲା ଘଡ଼ିକୁ ଘରର ଡ୍ରଇଂ ରୁମରେ ଲଗାଇବା ଉଚିତ୍‌ । ଏଥିସହିତ ଘଡ଼ିର ଠିକ୍‌ ଆକାର ହେବା ଜରୁରୀ । ବାସ୍ତୁ ଶାସ୍ତ୍ର ଅନୁସାରେ ଗୋଲ, ଚାରି କୋଣିଆ,ଅଣ୍ଡାକାର କିମ୍ବା ୬ ଓ ୮ ବାହୁ ଥିବା ଘଣ୍ଟା ଲଗାଇବା ଦରକାର । ଏହାଦ୍ୱାରା ଘରେ ସକରାତ୍ମକ ଶକ୍ତି ବଢ଼ିଥାଏ । ତେଣୁ ଘଣ୍ଟା କିଣିବା ସମୟରେ ଏହି କଥା ପ୍ରତି ଧ୍ୟାନ ଦେବା ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.