କେବଳ ରଙ୍ଗ ଦେଖି କିଣନ୍ତୁ ନାହିଁ ତରଭୁଜ, ନଚେତ ଆପଣବି ଶିକାର ହୋଇ ପାରନ୍ତି ଭୟଙ୍କର ରୋଗର

ଗରମର ପ୍ରକୋପ ବଢୁଥିବାରୁ ଏବେ ରାସ୍ତା କଡରେ ତରଭୁଜ ଦୋକାନ ଗୁଡିକର ବ୍ୟବସାୟ ଖୁବ ଜୋରଦାର ହେବାରେ ଲାଗିଛି । ଖରା ଦାଉରୁ ଟିକିଏ ଆଶ୍ବସ୍ତି ପାଇବା ପାଇଁ ସାଧାରଣ ଲୋକ ମଧ୍ୟ ଏହି ତରଭୁଜ ଖାଇବାକୁ ପସନ୍ଦ କରନ୍ତି । ହେଲେ ରାସ୍ତା କଡର ଏହି ତରଭୁଜ ସ୍ବାସ୍ଥ୍ୟ ପକ୍ଷେ କେତେ କ୍ଷତିକାରକ ତାହା କେହିବି ଜାଣି ନାହାନ୍ତି । ଯଦି ଆପଣ ବଜରରୁ ଲାଲ ରଙ୍ଗ ଦେଖି ତରଭୁଜ କିଣୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଏହି ଲାଲ ତରଭୁଜରେ ମିଶିଛି କ୍ଷତିକାରକ କେମିକାଲ । ଯାହା ଖାଇବା ଦ୍ବାରା ପେଟରେ ସଂକ୍ରମଣ, ରକ୍ତଜନିତ ରୋଗ ହୋଇଥାଏ । ଏମିତିକି ଏହାକୁ ଅଧିକ ମାତ୍ରାରେ ସେବନ କଲେ କ୍ୟାନସର ଓ ହୃଦରୋଗ ଭଳି ମାରାତ୍ମକ ରୋଗ ହୋବର ଭୟ ରହିଥାଏ ।

ତରଭୁଜର ସାଇଜ ବଢାଇବା ପାଇଁ ଏଭଳି କରାଯାଇଥାଏ
କେବଳ ରଙ୍ଗ ନୁହେଁ ବରଂ ତରଭୁଜର ସାଇଜ ବଡ କରିବାକୁ ଅକ୍ସିଟକ୍ସିନ ହର୍ମନ ଇଞ୍ଜେକ୍ସନ ଦିଆଯାଇଥାଏ । ଏହି ଇଞ୍ଜେକ୍ସନ ଦେବା ପରେ କିଛି ତରଭୁଜ ୩ କିଲୋ ପର୍ଯ୍ୟନ୍ତ ବଢିଥାନ୍ତି । ସେହିପରି ତରଭୁଜର ମିଠା ବଢିବା ପାଇଁ ସୋଡିୟମ ସାକାରିନ୍ ଓ କୃତ୍ରିମ ରଙ୍ଗ ପ୍ରୟୋଗ କରାଯାଇଥାଏ ।

କେମିତି ବର୍ତ୍ତିବେ ଏଭଳି କ୍ଷତିକାରକ ଫଳରୁ
ଯଦି ଆପଣ ଘରକୁ ତରଭୁଜ କିଣି ନେଉଛନ୍ତି ତେବେ କାଟିବା ପରେ ତରଭୁଜର ମଝି ଅଂଶକୁ ଘସନ୍ତୁ । ଯଦି ରଙ୍ଗ ମିଶିଥାଏ ତେବେ ଏହା ହାତରେ ନିଶ୍ଚୟ ଲାଗିବ । କିନ୍ତୁ ପ୍ରାକୃତିକ ରଙ୍ଗ ହୋଇଥିଲେ ଏହା ହାତରେ ଲାଗି ନଥାଏ । ସେହିପରି ଖାଇବା ପୂର୍ବରୁ କଟା ତରଭୁଜକୁ ୧୦ରୁ ୧୫ ମିନିଟ ପାଣିରେ ବୁଡାଇ ରଖନ୍ତୁ ଏହା କରିବା ଦ୍ବାରା ବାହାରର କେମିକାଲ ଧୋଇ ହୋଇଯାଏ । କିନ୍ତୁ ତରଭୁଜ ରସରେ ମିଶିଥିବା କେମିକାଲ ଧୋଇ ହୋଇନଥାଏ । ତଥାପିଧୋଇକି ଖାଇବା ଦ୍ବାରା କିଛି ଅଂଶରେ ଏହି କେମିକାଲରୁ ରକ୍ଷା ମିଳି ପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.