Below header

ହତ୍ୟାକାରୀ ଚେୟାର୍, ଅନେକ ଲୋକଙ୍କୁ ପହଂଚାଇ ସାରିଛି ମୃତ୍ୟୁ ମୁଖରେ

ଆସନ ପାଇଁ ରାଜନେତା କେତେ କଣ କରି ନଥାନ୍ତି । କେହି କାହାର ଜୀବନ ନେଇଯାଏ କେତେବେଳେ ହୋଇଥାଏ ଦଙ୍ଗା ଆଉ ହିଂସା । କିନ୍ତୁ ଆଜି ଆମେ ଏମିତି ଏକ ଆସନ ବା ରହସ୍ୟମୟୀ ଚେୟାର ବିଷୟରେ କହିବୁ ଯିଏ ନିଜେ ହତ୍ୟା କରିଛି ଅନେକ ଲୋକଙ୍କୁ । ଆଉ ଯାହା ଉପରେ ବସିଥିବା ଲୋକ ଦ୍ବିତୀୟ ଥର ବସିପାରେନି । ଅର୍ଥାତ୍ ତାର ମୃତ୍ୟୁ ହୋଇଯାଏ ।

ଇଂଲଣ୍ଡରେ ଥିବା ଏହି ଚୌକିକୁ ମୃତ୍ୟୁର ଚୌକି କୁହାଯାଏ । ଏହି ଚେୟାରଟି ଥୋମାସ୍ ବସବି ନାମକ ଜଣେ ବ୍ୟକ୍ତିଙ୍କର ପ୍ରିୟ ଚେୟାର୍ ମଧ୍ୟରୁ ଗୋଟିଏ । ନିଜ ଚେୟାରରେ କାହାକୁ ବି ବସିଥିବାର ଦେଖିଲେ ସହି ପାରେନି ଥୋମାସ୍ । ଏପରିକି ଥରେ ତାଙ୍କ ଶଶୁର ଏହି ଚେୟାରରେ ବସିଯିବାରରୁ ତାଙ୍କୁ ହତ୍ୟା କରିଥିଲେ ।

ଏହା ପରେ କେହି ବି ଏହି ଚେୟାରରେ ବସିବା ପାଇଁ ସାହାସ କରିନଥିଲେ । ନିଜ ଶେଷ ସମୟରେ ଥୋମାସ୍ ଅଭିଶାପ ଦେଇଥିଲେ ଯେ ଯିଏ ବି ଏହି ଚେୟାରରେ ବସିବ ତାର ମୃତ୍ୟୁ ହେବ । ତେବେ କେହି ଏହି ଅଭିଶାପ ଉପରେ ଧ୍ୟାନ ଦେଇ ନଥିଲେ ।

ଏହା ପରେ ଏହି ଚେୟାରକୁ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଏକ ପବରେ ରଖିଦିଆଯାଇଥିଲା । କେବଳ ସେତିକି ନୁହେଁ ଏହାକୁ ସେଠାରେ ହଟ୍ ସିଟ୍ ବୋଲି ନାମ ଦିଆଯାଇଥିଲା । କିନ୍ତୁ ଦେଖିବାକୁ ମିଳିଲା ଯିଏ ସେହି ଚେୟାରରେ ବସିଲା ତାର ମୃତ୍ୟୁ ହୋଇଗଲା । ଏହି ଚେୟାରରେ ବସିଥିବା ପ୍ରାୟ ୬୩ ଜଣଙ୍କ ମୃତ୍ୟୁ ହୋଇସାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.