ଶରୀରରେ ଏହିସବୁ କାରଣରୁ ବଢ଼ିନଥାଏ ଓଜନ, ଜାଣନ୍ତୁ

ଆଜିକାଲି ଓଜନ କମିବା ସମସ୍ୟାକୁ ନେଇ ଅନେକ ଚିନ୍ତାରେ ଅଛନ୍ତି । କେତେଜଣ ଓଜନ ବଢ଼ାଇବା ପାଇଁ ଖାଦ୍ୟ ଠିକ ପରିମାଣରେ ଖାଉଥିଲେ ମଧ୍ୟ ତାଙ୍କ ଶରୀରରେ ଓଜନ କମି ନଥାଏ । ଏହାକୁ ନେଇ କେତେଜଣ ମାନସିକ ଅବସାଦକୁ ମଧ୍ୟ ଚାଲିଯାଆନ୍ତି ।
ଓଜନ କମିବା ଦ୍ୱାରା ଶରୀରରେ ରୋଗ ଜନିତ ସମସ୍ୟା ଆରମ୍ଭ ହୋଇଥାଏ । ଇମ୍ୟୁନି ପାୱାର କମିଯାଏ । ତେଣୁ ଏଥିପାଇଁ ଆପଣ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଡାଏଟରେ ପରିବର୍ତ୍ତନ କରିବା ଆବଶ୍ୟକ ।ଏହାସହ ଆପଣଙ୍କୁ ବ୍ୟାୟାମ ମଧ୍ୟ କରିବାକୁ ପଡିବ ।
ତେବେ ଏହାର ଅନେକ କାରଣ ମଧ୍ୟ ରହିଛି । ଚାଲନ୍ତୁ ଜାଣିବା ସେ ସଂପର୍କରେ ।
– ଶରୀରରେ ହର୍ମୋନାଲ ବାଲାନ୍ସ ଠିକ ନଥିଲେ ଓଜନ କମିଯାଏ । ଏହାଦ୍ୱାରା ଆପଣ ଯାହା ବି ଖାଆନ୍ତି ସେଥିରୁ କିଛି ଫାଇଦା ମିଳେନି । ବରଂ ଓଜନ ଆପଣଙ୍କର ସ୍ଥିର ରୁହେ ।
– ହାଇପର ଥାଇରାଇଡଜମ କାରଣରୁ ବ୍ୟକ୍ତି ଜଣକ ଓଜନ ବଢ଼ିବାରେ ସମସ୍ୟା ଦେଖାଯାଏ । ଏହାଦ୍ୱାରା ଶରୀର ପତଳା ଦେଖାଯାଏ ।
– ଶରୀରରେ ଏହାଦ୍ୱାରା ମେଟାବୋଲିଜିମ ବଢ଼ିଯାଇଥାଏ । ଏହାଦ୍ୱାରା ବ୍ୟକ୍ତି ଜଣକ ଅଧିକ ଖାଇବାକୁ ଲାଗିଥାଏ । କିନ୍ତୁ ଏହି ସମୟରେ ସେ ଅନେକ କୁପୋଷଣକୁ ଗ୍ରହଣ କରିଥାଏ । ଯାହା ଶରୀର ପାଇଁ ସମସ୍ୟା ଆଣିଥାଏ ।
– ଇରିଟେବଲ ବାଉଲ ସିଣ୍ଡ୍ରମ ପାଇଁ ଖାଦ୍ୟ ଠିକ ଭାବେ ହଜମ ହୋଇନଥାଏ ।ଯାହାଦ୍ୱାରା ଶରୀରରେ ପୋଷକ ତତ୍ୱର ଅଭାବ ଦେଖାଯାଏ । ଶରୀର ଅସୁସ୍ଥ ହୋଇଯାଏ । ଏହାଦ୍ୱାରା ଭୋକ ଲାଗିନଥାଏ ।