ଆମ୍ବ ଖାଇବା ବେଳେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ଖାଦ୍ୟ, ନଚେତ ଭୋଗିପାରନ୍ତି ସାଂଘାତିକ ସମସ୍ୟା

ଖରାଦିନରେ ଆମ୍ବ ଖାଇବା କିଛି ଲୋକଙ୍କୁ ପ୍ରିୟ ହେଇଥାଏ। ଯେହେତୁ ଏହା ସିଜିନ୍ ସମୟରେ ମିଳିଥାଏ ତେଣୁ ଆମ୍ବକୁ ଖାଇବା ପାଇଁ ଅନେକ ଲୋକ ଗ୍ରୀଷ୍ଣ ଋତୁକୁ ଅପେକ୍ଷା କରିରହିଥାନ୍ତି। ଆମ୍ବ କେବଳ ପାଟିକୁ ସ୍ବାଦ ଲାଗିନଥାଏ,ବରଂ ଏଥିରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଥାଏ ଯାହା ଶରୀରର ଉପକାର କରିଥାଏ। ଏଥିରେ ଆଣ୍ଟି ଅକ୍ସିଡେଣ୍ଟ,ପ୍ରୋଟିନ,ଭିଟାମିନ-ଏ,ବି,ସିର ପ୍ରଚୁର ମାତ୍ରା ରହିଥାଏ। କିନ୍ତୁ ଆମ୍ବ ଖାଉଥିବା ସମୟରେ କିଛି କଥା ଧ୍ୟାନରେ ରଖିବାକୁ ପଡିଥାଏ। କାରଣ ଏହା ଆମ ଶରୀର ପାଇଁ ଯେତିକି ଉପକାରୀ ହୋଇଥାଏ ସେତିକି ଅପକାରୀ ମଧ୍ୟ ହୋଇଥାଏ। ଯଦି ଆମ୍ବ ଖାଇବା ପରେ କିଛି ଏମିତି ଖାଦ୍ୟ ଖାଇବେ ତେବେ ଏହା ଆପଣଙ୍କ ଶରୀରରେ ପ୍ରଭାବ ପକାଇବ। ତେବେ କଣ ସେହି ଖାଦ୍ୟ ଯାହ ଠାରୁ ଆମ୍ବ ଖାଇବା ସମୟରେ ଦୁରେଇ ରହିବେ ଆସନ୍ତୁ ଜାଣିବା

କଲରା ଖାଆନ୍ତୁ ନାହିଁ

ଆମ୍ବ ଖାଇବାର ୩ରୁ ୪ ଘଣ୍ଟା ମଧ୍ୟରେ କଲରା ଖାଇବା ଅନୁଚିତ୍ କାରଣ ଆମ୍ବ ମିଠା ହୋଇଥିବା ବେଳେ କଲରା ପିତା   ହୋଇଥାଏ। ଏଥିପାଇଁ ଦୁଇଟା ଯାକ ଖାଇବା ଦ୍ବାରା ଶରୀରରେ ରିଆକ୍ସନ ହୋଇଥାଏ ଓ ଶରୀରରେ ଏକ ପ୍ରକାର ବିଷ ବ୍ୟାପିଯାଇଥାଏ । ଏହି ବିଷ ବ୍ୟାପିବା ଫଳରେ ବାନ୍ତି ହେବାକୁ ଲାଗିଥାଏ। ଏଭଳି ସ୍ଥିତିରେ ଖାଇଥିବା ବ୍ୟକ୍ତି ବହୁତ ମାତ୍ରାରେ ରୋଗାକ୍ରାନ୍ତ ହୋଇଥାଏ।

କଞ୍ଜାଲଙ୍କା ଖାଆନ୍ତୁ ନାହିଁ

ଯିଦି ଆପଣ ଆମ୍ବ ଖାଇବା ସହିତ କିମ୍ବା ଆମ୍ବ ଖାଇବା ପରେ ଲଙ୍କା ଖାଉଥାନ୍ତି ତେବେ ଏମିତ କରନ୍ତୁ ନାହିଁ କାରାଣ ଏହା ଆପଣଙ୍କ ଶରୀର ପାଇଁ ଘାତକ ହୋଇପାରେ। ଆମ୍ବ ଖାଇବା ପରେ ଲଙ୍କା ଖାଇଲେ ପେଟରେ ରିଆକ୍ସନ ହେବା ଆରମ୍ଭ ହୋଇଥାଏ। ଯେଉଁଥିରେ ପେଟରେ ଜଳାପୋଡା ଓ ଅନେକ ସମସ୍ୟା ଦେଖାଦେଇଥାଏ

ଦହି ଖାଆନ୍ତୁ ନାହିଁ

ଆମ୍ବ ଖାଇବାର ପାଖାପାଖି ୨ରୁ ୩ ଘଣ୍ଟା ମଧ୍ୟରେ ଦହି କିମ୍ବା ଦହିରୁ ତିଆରି ହୋଇଥିବା ଖାଦ୍ୟ ଭୁଲରେ ବି ଖାଆନ୍ତୁ ନାହିଁ। କାରଣ ଏହାର ରିଆକ୍ସନରେ କଛି ବି ସମସ୍ୟା ହୋଇପାରେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.