ନିଆରା ଏକ ବିବାହ : ଆଜିର ସମୟରେ ଏମିତି କରିବା ପାଇଁ ଧନ ନୁହେଁ ଆବଶ୍ୟକ ମନ, ବିଶ୍ବାସ ହେଉନି ? ଦେଖନ୍ତୁ ଫଟୋ

ନିଆରା ଏକ ବିବାହର ମୁକସାକ୍ଷୀ ପାଲଟିଲା ବୁନ୍ଦେଲଖଣ୍ଡ । ବରଯାତ୍ରୀ ଏମିତି ଯେ ନଜର ହଟାଇପାରିଲେନି ଦେଖିବା ଲୋକ । ଏମିତି ହେଲା ସ୍ବାଗତ ଯେ ପ୍ରଶଂସା କରି କରି ମଧ୍ୟ ଥକିଲେ ନାହିଁ ଲୋକ । ଏହି ବିବାହ କୌଣସି ରାଜାରାଜୁଡା କିମ୍ବା କୋଟିପତିଙ୍କର ନଥିଲା । ବରଂ ଥିଲା ଦୁଇ ହୃଦୟବାନ୍ ପରିବାରର । ଗୋଟିଏ ପଟେ ଯେଉଁଠି ଜଳ ପାଇଁ ବୁନ୍ଦେଲଖଣ୍ଡରେ ଶୁଭୁଛି ହାହାକାର ସେଠି ଅନ୍ୟପଟେ ଏହି ବିବାହ ଦେଇଛି ଏକ ବଡ଼ ସନ୍ଦେଶ । ବିବାହର ଏହି ଫଟୋ କୌଣସି ବି ମଣିଷ ମଧ୍ୟରେ ଭରିପାରେ ଉତ୍ସାହ ।

marriage upୟୁପିରେ ହୋଇଥିବା ଏହି ବିବାହର ବରଯାତ୍ରୀରେ ନଥିଲା କୌଣସି ଗାଡି । ବାଜା ବାଣ ଫୁଟାଇ ବ୍ୟାଣ୍ଡ ବାଜା ନେଇ ନୁହେଁ ବରଂ ବଳଦ ଗାଡିରେ ଯାଇଥିଲେ ବର । ଆଉ କନ୍ୟା ଘରୁ ମଧ୍ୟ ଏହାର ଏକ ନିଆରା ଢଙ୍ଗରେ କରିଥିଲେ ସ୍ବାଗତ । ଗଛ ତଳେ ହୋଇଥିଲା ବିବାହ ମଣ୍ଡପ । ଆଉ ବରଯାତ୍ରୀଙ୍କୁ ପତ୍ରରେ ପରଶା ଯାଇଥିଲା ଖାଦ୍ୟ ।

unique marriageଆଜିର ସମୟରେ ଯେଉଁଠି ଲୋକ ବିବାହରେ ଲକ୍ଷ ଲକ୍ଷ ଟଙ୍କା ବାଣ ଏବଂ ଗେଷ୍ଟହାଉସ ନାଁରେ ଖର୍ଚ୍ଚ କରିଦେଉଛନ୍ତି ସେଠି ଏହି ବିବାହରେ ଉଭୟ ପକ୍ଷ ପର‌୍ୟ୍ୟାବରଣକୁ ସାକ୍ଷୀ ସମସ୍ତ ରୀତିନୀତି କରିଥିଲେ । ଉଭୟ ବର ବଧୂ ବିବାହ ପରେ ଗଛ ଲଗାଇଥିଲେ । ଯେଉଁ ଗଛ ଉଭୟଙ୍କ ବିବାହାର ସାକ୍ଷୀ ହେବା ସହ ଲୋକଙ୍କ ପାଇଁ ବନିଗଲା ଏକ ସକରାତ୍ମକ ସନ୍ଦେଶ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.