ଷ୍ଟାର୍ଟଅପ କମ୍ପାନୀ ନିର୍ମାଣ କଲା ଉଡନ୍ତା କାର, ଜାଣନ୍ତୁ କେମିତି କରିବ କାମ

ଆମେରିକାନ ଷ୍ଟାର୍ଟଅପ କମ୍ପାନୀ ନେକ୍ସଟ ଫ୍ୟୁଚର ମୋବିଲିଟି ଏକ ଏମିତି କାର ନିର୍ମାଣ କରିବାକୁ ଯାଉଛି ଯାହ ଦେଖିବା ପାଇଁ ଷ୍ଟାଣ୍ଡାର୍ଡ ଏକ୍ସୟୂଭି (XUV)ଭଳି ହେବ। କିନ୍ତୁ ଏହା ନିଜର ଫୋଲଡିଂ ଡେଣା ସାହାଯ୍ୟରେ ମଧ୍ୟ ଉଡାଣ ଭରିପାରିବ। କମ୍ପାନୀ ଏହି ଫୋଲ୍ଡିଂ କାରର ନାମ ଦେଇଛି ‘ଆସ୍କା’। ଜାପାନି ଭାଷାରେ ଏହି ନାମର ଅର୍ଥ ଉଡନ୍ତା ପକ୍ଷୀ। ଏହା ଏକ eVTOL  Vehicle  ଅଟେ । ଯାହାର ଅର୍ଥ ଇଲେକ୍ଟ୍ରିକ ଭର୍ଟିକାଲ ଟେକ ଅଫ ଓ ଲ୍ୟାଣ୍ଡିଙ୍ଗ ଅଟେ।

ଏହା ହେଉଛି ଏହି ଫ୍ଲାଇଙ୍ଗ କାରର ବିଶେଷତ୍ବ

ଆସ୍କାରେ ପାଇଲଟ ଓ ପାସେଞ୍ଜର ସମେତ ତିନିଜଣ ବସିବାର ସାମର୍ଥ୍ୟ ରହିବ। ଉଡାଣ ଭରିବା ସମୟରେ ତାର ଡେଣାଗୁଡିକ ବାହାରକୁ ବାହାରି ଯାଏ। କାରଟିର ବଡିରେ ୧୦ଟି ଫ୍ୟାନ ଲାଗିଛି ଏହା ବ୍ୟତିତ ପଛ ପାଖରେ ଦୁଇଟି ଫ୍ୟାନ ଓ ଡେଣାର ଦୁଇପାଖରେ ଦୁଇଟି ଲଖାଏଁ ଫ୍ୟାନ ଲାଗିଛି।

ଏଥିରେ ଟୋଟାଲ ୧୪ ଫ୍ୟାନ ରହିଛି ଯାହା ଏହି ଡ୍ରୋନ ଭଳି ଦିଶୁଥିବା କାରକୁ ଭୂମି ଉପରୁ ଉଠାଇ ଆକାଶକୁ ନେବାରେ ଶକ୍ତି ଯୋଗାଇବ। ଫ୍ଲାଇଟ ମୋଡରେ ଏହାର ଡେଣା ସିଧା ହୋଇଯାଇଥାଏ। ଯେତେବେଳେ ଏହା ସଡକ ଉପରେ ଚାଲୁଥାଏ ସେତେବେଳେ ଏହାର ଡେଣାଗୁଡିକ ସ୍ବୟଂ ବଡି ଭିତରକୁ ଚାଲିଯାଇଥାଏ।

ଏଥିରେ ରିଚାର୍ଜବୁଲ ବ୍ୟାଟେରୀ ଲଗିଛି ଯହା ଉଡାଣ ଭରିବା ସମୟରେ ଡେଣାକୁ ପାୱାର ଦେଇଥାଏ। ଫୁଲ ଚାର୍ଜ ହୋଇସାରିବା ପରେ ଏହା ଜଣେ ପାସେଞ୍ଜରକୁ ବସାଇ ୫୬୩ କିଲୋମିଟର ଉଡିପାରିବ। ଯେଉଁଠି ଏହା ୩ ପାସେଞ୍ଜରକୁ ବସାଇ ୨୪୧ କିଲୋମିଟର ଉଡିବାର ସାମର୍ଥ୍ୟ ରଖିଥାଏ। ବର୍ତ୍ତମାନ ସୁଦ୍ଧା ଏହାର ବେଗ ବିଷୟରେ କୌଣସି ଅଫିସିଆଲ ସୂଚନା ମିଳିପାରିନାହିଁ।

ଷ୍ଟାଣ୍ଡାର୍ଡ ଏକ୍ସୟୁଭିରେ ଉଡନ୍ତା କାର ସାଧାରଣ ରୋଡରେ ଲ୍ୟାଣ୍ଡିଙ୍ଗ ଓ ଟେକଅପ୍ କରିପାରିବ ନାହିଁ । ଟେଷ୍ଟିଙ୍ଗ ପାଇଁ ଏହି କାରର ସ୍ବତନ୍ତ୍ର ଲ୍ୟାଣ୍ଡିଙ୍ଗ ଓ ଲଞ୍ଚିଙ୍ଗ ପ୍ୟାଡ ତିଆରି କରାଯାଉଛି। ଏହା ୨୦୨୫ ସୁଦ୍ଧା ବଜାରକୁ ଆସିବାର ସମ୍ଭାବନା ରହିଛି।

ଗଣମାଧ୍ୟମ ତଥ୍ୟ ଅନୁସାରେ ଏହା ଏକ ସେଲ୍ଫ ଫଣ୍ଡିଙ୍ଗ ପ୍ରୋଜେକ୍ଟ ଅଟେ। ଏହାର ପ୍ରରମ୍ଭିକ ଫୁଲ ସ୍କେଲ ପ୍ରୋଟୋଟାଇପ କରିବା ପାଇଁ ୫୦ ମିଲିୟନ ଡଲାରର ଆବଶ୍ୟକତା ପଡିବ। କମ୍ପାନୀ ଏଥିପାଇଁ ଅଟୋନୋମସ ଟେକ୍ନୋଲୋଜି କରିବା ଉପରେ ମଧ୍ୟ କାମ କରୁଛି। ଯେଉଁଥିରେ ଏହା ବିନା ଡ୍ରାଇଭରରେ ବି ଉଡାଣ ଭରିପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.