ରାତିରେ ଶୋଇବା ସମୟରେ ବାରମ୍ବାର ଗଳା ଶୁଖିଯାଉଛି କି ? ଜାଣନ୍ତୁ ଏହି ସମସ୍ୟାରୁ କିପରି ରକ୍ଷା ପାଇବେ

ରାତିରେ ଶୋଇବା ସମୟରେ ଯଦି ଆପଣ ହଠାତ୍ ଉଠି ଯାଆନ୍ତି, ତେବେ ଆପଣଙ୍କ ଗଳା ଶୁଖିଯିବାକୁ ଲାଗିଥାଏ । ଅଧିକାଂସ ବୃଦ୍ଧ ଲୋକମାନେ ଏହି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ତେବେ ବୟସ ବଢିବା ସହିତ ଗଳା ଶୁଖିବା ସମସ୍ୟା ଅଧିକ ବଢିଯାଏ ।

ଆମ ସମାଜରେ ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ରାତିରେ ଶୋଇବା ସମୟରେ ଗଳା ଶୁଖିଯିବାର ସମସ୍ୟା ରହିଛି । ରାତିରେ ଶୋଇବା ସମୟରେ ଯଦି ଆପଣ ହଠାତ୍ ଉଠି ଯାଆନ୍ତି, ତେବେ ଆପଣଙ୍କ ଗଳା ଶୁଖିଯିବାକୁ ଲାଗିଥାଏ । ଅଧିକାଂସ ବୃଦ୍ଧ ଲୋକମାନେ ଏହି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ତେବେ ବୟସ ବଢିବା ସହିତ ଗଳା ଶୁଖିବା ସମସ୍ୟା ଅଧିକ ବଢିଯାଏ । ଏହାର କାରଣ ହେଉଛି ପାଟିରେ ଲାଳ ଉତ୍ପାଦନ କମିଯାଏ । ତେବେ ଶୁଖିଲା ପାଟିର କମ୍ ଲାଳ ଉତ୍ପାଦନ କରିଥାଏ । ଅନେକ ଔଷଧ ପାର୍ଶ୍ୱ ପ୍ରତିକ୍ରିୟା, ପାଟି ଦ୍ୱାରା ନିଶ୍ୱାସ ନେବା, ଅତ୍ୟଧିକ କ୍ୟାଫେନ୍ ଗ୍ରହଣ କରିବା ଏବଂ ମଦ୍ୟପାନ କରିବା ମଧ୍ୟ ରାତିରେ ଗଳା ଶୁଖିବାର ସମସ୍ୟା ସୃଷ୍ଟି କରିଥାଏ । ଲୋକମାନେ ରାତିରେ ଗଳା ଶୁଖିବାକୁ ଏକ ସାଧାରଣ ଏବଂ ଅତି ଛୋଟ ଜିନିଷ ବୋଲି ଭାବନ୍ତି । କିନ୍ତୁ ଏହା ପ୍ରାୟତଃ ଲୋକମାନଙ୍କ ସହିତ ହୋଇଥାଏ । ତେଣୁ ଏହାର କାରଣ ଜାଣିବା ଆପଣଙ୍କ ପାଇଁ ବହୁତ ଜରୁରୀ । ତାହେଲେ ଆସନ୍ତୁ ଏହି ବିଷୟରେ କିଛି ବିଶେଷ କଥା ଜାଣିବା ।

ପାଟି ଦ୍ୱାରା ନିଶ୍ୱାସ ନେବା : ଯେଉଁମାନେ ରାତିରେ ଶୋଇବା ସମୟରେ ପାଟି ଖୋଲି କରି ନିଶ୍ୱାସ ପ୍ରଶ୍ୱାସ ନିଅନ୍ତି, ଏହିପରି ଲୋକମାନଙ୍କର ଗଳା ରାତିରେ ଶୁଖିଯିବା ଆରମ୍ଭ କରେ । ଯଦି ଆପଣଙ୍କର ଏପରି ଅଭ୍ୟାସ ଅଛି ତେବେ ଏହାକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରନ୍ତୁ । ଯେତେବେଳେ ଥଣ୍ଡା କିମ୍ବା କାଶ ହୁଏ ନାକ ବନ୍ଦ ହୋଇଯାଏ, ସେହି ସମୟରେ ଲୋକମାନେ ପାଟି ଦ୍ୱାରା ନିଶ୍ୱାସ ନେବା ଆରମ୍ଭ କରନ୍ତି । ଯେଉଁଥିପାଇଁ ଗଳା ଶୁଖିବା ଆରମ୍ଭ କରେ । ଯଦି ଆପଣ ବିନା କାରଣରେ ପାଟି ଦ୍ୱାରା ନିଶ୍ୱାସ ନେବା ଅଭ୍ୟାସ ରହିଛି, ତେବେ ନିଶ୍ଚିତ ଭାବରେ ଥରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ପ୍ରଚୁର ପାଣି ପିଅନ୍ତୁ : ଶରୀରରେ ଜଳ ଅଭାବରୁ ଗଳା ଶୁଖିବାକୁ ମଧ୍ୟ ଲାଗିଥାଏ । ସେଥିପାଇଁ ଶରୀରକୁ ଦିନସାରା ହାଇଡ୍ରେଟ୍ ରଖନ୍ତୁ । ଦିନକୁ ଅତି କମରେ ୧୦ ଗ୍ଲାସ୍ ପାଣି ପିଅନ୍ତୁ । ଯେତେବେଳେ ଆପଣ କମ୍ ପାଣି ପିଅନ୍ତି, ସେତେବେଳେ ଆପଣ ଗଳା ଶୁଖିବା ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

କଫିନ୍ ଏବଂ ନିକୋଟିନ୍ ଖାଆନ୍ତୁ ନାହିଁ : ଚା, କଫି ପରି ହାଇ କ୍ୟାଫେନ୍ ଥିବା ଜିନିଷରୁ ଦୂରେଇ ରୁହନ୍ତୁ । ଏହା ଶରୀରକୁ ଡିହାଇଡ୍ରେଟ୍ କରିଥାଏ । ଯେତେବେଳେ ଶରୀରରେ ଜଳର ଅଭାବ ହୋଇଥାଏ, ସେତେବେଳେ ପାଟି ଶୁଷ୍କ ହେବାକୁ ଲାଗେ । ଯେଉଁ ଲୋକମାନେ ଅଧିକ ଧୂମପାନ କରନ୍ତି ସେମାନେ ମଧ୍ୟ ରାତିରେ ଗଳା ଶୁଖିବାର ସମସ୍ୟାକୁ ସାମ୍ନା କରିନ୍ତି । ତେଣୁ ଏହି ଦୁଇଟି ଅଭ୍ୟାସଠାରୁ ଦୂରରେ ରୁହନ୍ତୁ ।

ମଦ୍ୟପାନରୁ ଦୂରରେ ରୁହନ୍ତୁ : ଯେତେବେଳେ ଆପଣ ଅଧିକ ମଦ୍ୟପାନ କରନ୍ତି, ଆପଣ ରାତିରେ ଶୋଷିଲା ଅନୁଭବ କରନ୍ତି । ଅନେକ ଥର ଅଧିକ ପିଇବା ଦ୍ୱାରା ଗଳା ଶୁଖିବା ସମସ୍ୟା ବଢିଯାଏ । ତେଣୁ ମଦ୍ୟପାନରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.