ପ୍ରୋଷ୍ଟେଟ କ୍ୟାନ୍ସରକୁ ଏମିତି କରିହେବ କାବୁ, ଅଭିଜ୍ଞତା ବାଣ୍ଟିଲେ ବସ ଡ୍ରାଇଭର

ପ୍ରୋଷ୍ଟେଟ କ୍ୟାନ୍ସର ପୁରୁଷଙ୍କ ଠାରେ ଏକ ଭୟଙ୍କର ରୋଗ । ପ୍ରୋଷ୍ଟେଟ କ୍ୟାନ୍ସର ସେତେବେଳେ ଲାଗୁ ହୋଇଥାଏ,ଯେତେବେଳେ ପ୍ରୋଷ୍ଟେଟ ଗ୍ଲାଣ୍ଡରୁ କୋଷିକା ନିୟନ୍ତ୍ରଣ ବାହାରେ ସୃଷ୍ଟି ହୋଇଥାଏ । ଏହି ଗ୍ରନ୍ଥି କେବଳ ପୁରଷଙ୍କ ଠାରେ ଦେଖିବାକୁ ମିଳିଥାଏ । ଏହି ଗ୍ରନ୍ଥି କିଛି ତରଳ ପଦାର୍ଥକୁ ଉତ୍ପାଦନ କରିଥାଏ । ଯାହା ବୀର୍ଯ୍ୟ ତିଆରି କରିବାରେ ସହାୟକ ହୋଇଥାଏ । ଏହି କ୍ୟାନ୍ସର ପ୍ରାରମ୍ଭିକ ଚିହ୍ନଟ ଓ ଚିକିତ୍ସା ଦ୍ୱାରା ଠିକ୍‌ ହୋଇପାରେ । ଏମିତି କିଛି ହୋଇଛି ଇଂଲଣ୍ଡର ଜଣେ ବସ ଡ୍ରାଇଭରଙ୍କ କ୍ଷେତ୍ରରେ ।

୭୪ ବର୍ଷର ଡାଙ୍ଗ ଓ୍ଵିଲସ ପ୍ରୋଷ୍ଟେଟ କ୍ୟାନ୍ସର ସମ୍ପର୍କରେ ନିଜର ଅଭିଜ୍ଞତା ବାଣ୍ଟିଛନ୍ତି । ଉଚିତ୍‌ ସମୟରେ ଚିହ୍ନଟ ପରେ ତାଙ୍କୁ ଠିକ୍‌ ଚିକିତ୍ସା ମିଳଗଲା । ତାଙ୍କର ପ୍ରୋଷ୍ଟେଟ ସ୍ପେସିଫିକ ଆଣ୍ଟିଜେନ ଟେଷ୍ଟ କରାଗଲା ପରେ ତାଙ୍କର ସ୍କୋର ୧୩ ଥିବା ଜଣାପଡିଥିଲା । ଯାହାଠାରେ ଏହି ସ୍କୋର ୧୦ ରୁ ଅଧିକ ତାଙ୍କ ଠାରେ ପ୍ରୋଷ୍ଟେଟ କ୍ୟାନ୍ସର ହେବାର ଆଶଙ୍କା ୫୦ ପ୍ରତିଶତ ଅଧିକ ଥାଏ ।

ଏହାର ସଠିକତା ଜାଣିବା ପାଇଁ ଏମଆରଆଇ କିମ୍ବା ଟ୍ରାନ୍ସରେକ୍ଟଲ ବାୟୋପସି କରାଯାଇଥାଏ । ତେବେ ତାଙ୍କ ଠାରେ ପ୍ରୋଷ୍ଟେଟ ବାହାରକୁ ସଂକ୍ରମଣ ହୋଇ ନଥିଲା । ତାଙ୍କ ଚିକିତ୍ସା ପାଇଁ ରେଡିଓଥେରାପି, କେମୋଥେରାପି ସର୍ଜରୀ ବା ବ୍ରେକିଥେରାପି କରିବାପାଇଁ ବିକଳ୍ପ ଦିଆଯାଇଥିଲା । ଯେଉଁଥିରେ େଓ୍ଵଲସ ବ୍ରେକିଥେରାପି ବାଛିଥିଲେ । ଏହି ଥେରାପି ପରେ ସେ ଏବେ ପୂର୍ଣ୍ଣ ସୁସ୍ଥ ଅଛନ୍ତି ।

କ’ଣ ହୋଇଥାଏ ପ୍ରୋଷ୍ଟେଟ କ୍ୟାନ୍ସର ଲକ୍ଷଣ

୧. ପରିସ୍ରା କରିବାରେ କଷ୍ଟ ବା ପୋଳାଜଡା ହେବା ।

୨. ବାରମ୍ବାର ପରିସ୍ରା କରିବା ପାଇଁ ଇଚ୍ଛା ହେବା ।

୩. ପରିସ୍ରା କରିବା ସମୟରେ ଦରଜ ଅନୁଭବ କରିବା ।

୪. ପରିସ୍ରା ବା ବୀର୍ଯ୍ୟରେ ରକ୍ତ ଯିବା ।

୫. ବସିବା ବେଳେ ଦରଜ ବା ଅସ୍ଥିର ଲାଗିବା ।

କେମିତି ରୋକିବେ ପ୍ରୋଷ୍ଟେଟ କ୍ୟାନ୍ସରକୁ

ପ୍ରୋଷ୍ଟେଟ କ୍ୟାନ୍ସରର କୌଣସି ବାସ୍ତବ ରୋକିବା ପଦ୍ଧତି ନାହିଁ । ତେବେ କିଛି ଜୀବନ ଶୈଳୀରେ ପରିବର୍ତ୍ତନ, ପରିବା ଓ ଫଳ ନିୟମିତ ଖାଇବା ଓ ୫୦ ବର୍ଷରୁ ଅଧିକ ବୟସର ଲୋକେ ବର୍ଷେ ବା କିଛି ମାସରେ ନିୟମିତ ଫୁଲବଡି ଟେଷ୍ଟ କରିବା ଆଦି ପ୍ରୋଷ୍ଟେଟ ଉପରେ ବିଜୟ ଆଣିପାରିବ । ଯଦି ପରିସ୍ରା କରିବା ପରେ କୌଣସି ପ୍ରକାର ଅସୁବିଧା ସୃଷ୍ଟି ହୁଏ,ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବା ଉଚିତ୍‌ । ଯାହାକି ପ୍ରୋଷ୍ଟେଟ ଉପରେ ବିଜୟ ଆଣିପାରିବ ।    ଏମିତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.