ଷ୍ଟିମ ନେବା ସମୟରେ ଏଭଳି ଭୁଲ କଲେ ସ୍କିନରେ ହୋଇଥାଏ ଗମ୍ଭୀର ସମସ୍ୟା, ଜାଣନ୍ତୁ

ଚେହେରା ପ୍ରତି ସମସ୍ତେ ଯତ୍ନବାନ ଥାନ୍ତି। ଏଥିପାଇଁ କିିଛି ଜଣ ସ୍କିନ ଟ୍ରିଟମେଣ୍ଟ ଉପରେ ନିର୍ଭର କରିଥାନ୍ତି। ଅନ୍ୟ କେହି ଘରୋଇ ଉପାୟ ଆପଣାଇ ଅଧିକ ସୁନ୍ଦର ହେବା ପାଇଁ ଚେଷ୍ଟା କରନ୍ତି। ତେବେ ଆପଣ ଷ୍ଟିମ କଥା ଅନେକ ବାର ଶୁଣିଥିବେ। ଏହାକୁ କରିବା ଦ୍ୱାରା ମୁହଁ ଗ୍ଲୋ କରିଥାଏ।

ତେବେ ଅନେକ ଜଣ କିନ୍ତୁ ଏହାକୁ ନେବା ସମୟରେ କିଛି ଭୁଲ କରିଦିଅନ୍ତି। ଯାହା ଦ୍ୱାରା ସ୍କିନ ଉପର ଖରାପ ପ୍ରଭାବ ପଡ଼ିଥାଏ । ମୁହଁରେ ଷ୍ଟିମ ନେବା ସମୟରେ ସେହି ସବୁ ଭୁଲକୁ ଧ୍ୟାନ ରଖିବା ଉଚିତ।

ଶୀତଦିନରେ ଖାସ କରି ମୁହଁକୁ ସୁନ୍ଦର ରଖିବା ପାଇଁ ଅନେକ ଷ୍ଟିମକୁ ପ୍ରୋସେସକୁ ଆପଣାନ୍ତି। ଯଦି ଭୁଲ ପ୍ର୍ରୋସେସ୍‌ରେ ଷ୍ଟିମ ନିଆଯାଏ ତେବେ ସ୍କିନ ଡ୍ରାଏ ହୋଇଯିବାର ସମ୍ଭବନାରହିଛି। ଏହାସହିତ ସ୍କିନରେ ରୁଖାପଣ ପାଇଁ ଚିଡ଼ଚିଡ଼ା ମଧ୍ୟ ଲାଗେ। ଏହାଦ୍ୱାରା ସ୍କିନ ପ୍ରୋବଲେମ ବଢ଼ିଯାଏ ।

ଷ୍ଟିମ ନେବା ପୂର୍ବରୁ ଧ୍ୟାନ ରଖିବେ ମୁହଁକୁ ଯେପରି ଭଲ ଭାବେ ସଫା କରିବାକୁ ନ ଭୁଲନ୍ତି । ଯଦି ମୁହଁ ସଫା ନଥିବ, ତେବେ ପୋର୍ସ ଖୋଲିବା ପରେ ଏହା ବାହାରି ପାରିନଥାଏ । ଏହାଦ୍ୱାରା ସ୍କିନ ଖରାପ ହୋଇଯାଏ ।

ମନେ ରଖିବେ ଏକଦମ ପାଖରୁ କେବେ ବି ଷ୍ଟିମ ନିଅନ୍ତୁ ନାହିଁ। ଏହାଦ୍ୱାରା ସ୍କିନ ପୋଡିଯିବାର ସମ୍ଭାବନା ରହିଛି। ଏକାଥରକେ ଭେରାଇଟି ଇନଗ୍ରିଡିଏଣ୍ଟସ୍‌ ନ ପକାନ୍ତୁ। ଏହାସହ ଷ୍ଟିମ ପାଇଁ ଷ୍ଟିଲ ବାସନ ବ୍ୟବହାର କରନ୍ତୁ। ଭୁଲରେ ବି ଆଲୁମିନିୟମ ବାସନ ବ୍ୟବାହାର କରନ୍ତୁ ନାହିଁ। ଷ୍ଟିମରକୁ ଭଲ ବାସନରେ ତିଆରି କରନ୍ତୁ। କାରଣ ଖରାପ ବାସନରେ ଷ୍ଟିମ କଲେ ସ୍କିନ ଉପରେ ଖରାପ ପ୍ରଭାବ ପଡ଼ିଥାଏ ।

ଷ୍ଟିମ ନେବା ପରେ ମୁହଁରେ ଭଲ ଭାବେ ମଶ୍ଚରାଇଜର ବ୍ୟବହାର କରନ୍ତୁ। ନଚେତ ସ୍କିନ ଡ୍ରାଏ ହୋଇଯିବ। ସ୍କିନ ଡିହାଇଡ୍ରେଟ ହୋଇଯିବା କାରଣରୁ ଅନେକ ସମସ୍ୟା ହେବ। ତେଣୁ ଭଲ ମଶ୍ଚରାଇଜର ମୁହଁରେ ଲଗାଇବାକୁ ନ ଭୁଲନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.