Below header

ଲଗାତାର ଆସୁଛି କି ହାକୁଟି ? ବିଳମ୍ବ ନ କରି ତୁରନ୍ତ ଖାଆନ୍ତୁ ଟମାଟର, ନଚେତ ଆପଣାନ୍ତୁ ଏହି ୫ଟି ସରଳ ଉପାୟ

ହାକୁଟି ଆସିବାର ଅନେକ କାରଣ ହୋଇପାରେ। ଲଗାତାର ହାକୁଟି ଆସିବା ବି ଏକ ପ୍ରକାର ରୋଗ। ଏହାକୁ ରୋକିବା ପାଇଁ ଆପଣ କେତେକ ପ୍ରକାରର ଉପାୟକୁ ଆପଣାଇ ପାରିବେ, ଯାହାକି ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ସହଜ ମଧ୍ୟ। କିନ୍ତୁ ଯଦି ଏହି ସାମାନ୍ୟ ଉପାୟ ଆପଣାଇବା ପରେ ବି ହାକୁଟି ବନ୍ଦ ନ ହୁଏ, ତେବେ ଡାକ୍ତରଙ୍କ ପରାମର୍ଶ ନେବା ଠିକ ହେବ।

aamla

ହାକୁଟି ରୋକିବାର କିଛି ଉପାୟ

୧. ଯଦି ହାକୁଟି ଆସୁଛି, ତା’ହେଲେ ଏକ ଚାମଚ ଲେମ୍ବୁର ତାଜା ରସ ବାହାର କରନ୍ତୁ। ସେଥିରେ ଏକ ଚାମଚ ମହୁ ମିଶାଇ ତାହାକୁ ଚାଟି ଦିଅନ୍ତୁ। ଏମିତି କଲେ ହାକୁଟି ବନ୍ଦ ହୋଇଯିବ।

୨. ହାକୁଟି ଯଦି ବନ୍ଦ ହଉନି, ତା’ହେଲେ ଏହା ଭୟଙ୍କର ହୋଇପାରେ। ଏଥିପାଇଁ ଚିନି ସହିତ ପୋଦିନା ପତ୍ରକୁ ଚୋବାଇ ସେବନ କରନ୍ତୁ।

hiccups2

୩. ୨/୩ଟି ଗୋଲମରିଚରେ ଅଳ୍ପ ଚିନି କିମ୍ବା ମିଶ୍ରି ମିଶାଇ ଚୋବାନ୍ତୁ। ଏହାର ରସକୁ ଚୁଷୁଥାନ୍ତୁ। ଆପଣ ଚାହିଁଲେ ଅଳ୍ପ ପାଣି ମଧ୍ୟ ପିଇପାରିବେ। ସଙ୍ଗେ ସଙ୍ଗେ ହାକୁଟି ବନ୍ଦ ହୋଇଯିବ।

୪. ହାକୁଟିରେ ଅଁଳା ରସ କିମ୍ବା ଅଁଳାକୁ ମିଶ୍ରି ସହିତ ସେବନ କଲେ ଆରାମ ମିଳିଥାଏ।

tomato

୫. ହାକୁଟି ଆସିଲେ ତୁରନ୍ତ ଟମାଟରକୁ ଧୋଇ ତାହାକୁ ଦାନ୍ତରେ କାଟିକି ଖାଆନ୍ତୁ, ହାକୁଟି ଠିକ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.