ମେକ୍‌ଅପ୍‌ ଟିପ୍ସ : ଜାଣନ୍ତୁ ଶୀତଦିନେ କିପରି ମେକ୍‌ଅପ୍‌ ଲଗାଇବା ପରେ ସ୍କିନ୍‌ ଡ୍ରାଏ ହେବାରୁ ବଞ୍ଚାଇବେ

ଆପଣ କୌଣସି ବାହାଘର କିମ୍ବା ପାର୍ଟିକୁ ଯାଉଛନ୍ତି, ତାହେଲେ ଆପଣ ନିଜ ମେକ୍‌ଅପ୍‌ ପ୍ରତି ଅଧିକ ଧ୍ୟାନ ଦେବା ଜରୁରୀ । ନଚେତ ଡ୍ରାଏନେସ୍‌ ଆପଣଙ୍କ ମେକ୍‌ଅପ୍‌କୁ ପୂରା ଖରାପ କରିଦେବ । ସେଥିପାଇଁ ଆମେ ଆଜି ଆପଣଙ୍କୁ ଶୀତ ଦିନରେ ମେକ୍‌ଅପ୍‌ ନେବା ପରେ କିଭଳି ସ୍କିନ୍‌ ଡ୍ରାଏ ନହେବ, ସେ ବିଷୟରେ ଜଣାଇବୁ ।

ଶୀତ ଦିନ ଆସବା ମାତ୍ରେ ଆମେ ଆମ ତ୍ୱଚା ନେଇ ବହୁତ ଚିନ୍ତିତ ହୋଇଯାଉ । କାହିଁକି ନା ଶୀତ ଦିନରେ ଆମ ତ୍ୱଚା ବହୁତ ଡ୍ରାଏ ହୋଇଯାଏ । ସେଥିପାଇଁ ଯଦି ଏବେ ଆପଣ ନିଜ ତ୍ୱଚାର ଧ୍ୟାନ ନ ଦେବେ, ତାହେଲେ ଆଗକୁ ଯାଇ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଆହୁରୀ ବଢି ଯିବ । ତେବେ ଏହି ପରିସ୍ଥିତିରେ ଯଦି ଆପଣ କୌଣସି ବାହାଘର କିମ୍ବା ପାର୍ଟିକୁ ଯାଉଛନ୍ତି, ତାହେଲେ ଆପଣ ନିଜ ମେକ୍‌ଅପ୍‌ ପ୍ରତି ଅଧିକ ଧ୍ୟାନ ଦେବା ଜରୁରୀ । ନଚେତ ଡ୍ରାଏନେସ୍‌ ଆପଣଙ୍କ ମେକ୍‌ଅପ୍‌କୁ ପୂରା ଖରାପ କରିଦେବ । ସେଥିପାଇଁ ଆମେ ଆଜି ଆପଣଙ୍କୁ ଶୀତ ଦିନରେ ମେକ୍‌ଅପ୍‌ ନେବା ପରେ କିଭଳି ସ୍କିନ୍‌ ଡ୍ରାଏ ନହେବ, ସେ ବିଷୟରେ ଜଣାଇବୁ ।

ମସାଜରୁ କରିବେ ଆରମ୍ଭ :
ଶୀତଦିନେ ମେକ୍‌ଅପ୍‌ ନେବା ପୂର୍ବରୁ, ସ୍କିନ୍‌କୁ ଏକ ଭଲ ମଶ୍ଚରାଇଜରରେ ଧୀରେ ଧୀରେ ମସାଜ କରିବେ । ଅତିକମ୍‌ରେ ୨ ମିନିଟ୍‌ ପାଇଁ ମସାଜ୍‌ କରିବା ଜରୁରୀ । ଯାହାଦ୍ୱାରା ମୁହଁରେ ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହେବ ଏବଂ ମେକ୍‌ଅପ୍‌ ପରେ ଚେହେରା ଅଧିକ ସୁନ୍ଦର ଦେଖାଯିବ । ଏହାସହ ମେକ୍‌ଅପ୍‌ ପରେ ମୁହଁ ଶୁଖିଲା ମଧ୍ୟ ଦେଖାଯିବ ନାହିଁ ।

ଫାଉଣ୍ଡେସନ୍‌ରେ ମିଶାନ୍ତୁ ମୁହଁରେ ବ୍ୟବହାର କରୁଥିବା ତେଲ :
ଯଦି ଆପଣଙ୍କ ସ୍କିନ୍‌ ଡ୍ରାଏ, ତାହେଲେ ଆପଣ ମେକ୍‌ଅପ୍‌ କରିବା ପୁର୍ବରୁ ଫାଉଣ୍ଡେସନ୍‌ରେ ଦୁଇ ବୁନ୍ଦା ମୁହଁରେ ବ୍ୟବହାର ହେଉଥିବା ତେଲ ମିଶାଇ ଦିଅନ୍ତୁ । ତାପରେ ହିଁ ସେହି ଜିନିଷକୁ ବେକ, ମୁହଁ ଓ ହାତରେ ଲଗାଇ ଦିଅନ୍ତୁ । ତେବେ ଏପରି କରିବା ଦ୍ୱାରା ଆପଣ ମେକ୍‌ଅପ୍‌ ନେବା ପରେ ଆପଣଙ୍କ ମୁହଁ ଡ୍ରାଏ ଦେଖାଯିବ ନାହିଁ ।

ଗ୍ଲସି ମେକ୍‌ଅପ୍‌ ପ୍ରଡକ୍ଟବ୍ୟବହାର କରନ୍ତୁ :
ଶୀତଦିନରେ ଆପଣ ସାଧାରଣ ମେକ୍‌ଅପ୍‌ ବଦଳରେ ଗ୍ଲସି ମେକ୍‌ଅପ୍‌ ବ୍ୟବହାର କରିବା ଆପଣଙ୍କ ମୁହଁ ପାଇଁ ଭଲ ରହିବ । ମ୍ୟାଟ୍‌ ବେସ୍‌ ଭଳି ପ୍ରଡକ୍ଟସ୍କିନ୍‌କୁ ଡ୍ରାଏ କରିଥାଏ । ଯଦି ଆପଣ ବ୍ୟବହାର କରୁଥିବା ମେକଅପ୍ ପ୍ରଡକ୍ଟରେ ଭିଟାମିନ୍ ସି, ଭିଟାମିନ୍ ଇ, ଭିଟାମିନ୍ ଏ ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ, ତେବେ ଏହା ଆହୁରି ଭଲ ହୋଇଥାଏ ଆପଣଙ୍କ ମୁହଁ ପାଇଁ । ଫାଇଣ୍ଡେସନ୍‌ରେ ଭିଟାମିନ୍ ସି ର ମାତ୍ର ଥିବା ହେତୁ ଚେହେରା ଚମକିବା ଏବଂ ଡ୍ରାଏ ଦେଖାଯାଏ ନାହିଁ ।

ପାଉଡର ପ୍ରଡକ୍ଟର ବ୍ୟବହାର କରନ୍ତୁ ନାହିଁ :
ଶୀତଦିନିଆ ମେକ୍ଅପ୍‌ରେ ପାଉଡର ପ୍ରଡକ୍ଟ ବ୍ୟବହାର କରିବା କମ୍ କରନ୍ତୁ । କାରଣ ଏହା ସ୍କିନ୍‌କୁ ମଧ୍ୟ ଡ୍ରାଏ କରିପାରେ । ସେଥିପାଇଁ ଶୀତଦିନ ପାଇଁ ଯେଉଁ କ୍ରିମ୍‌ ମୁହଁ ପାଇଁ ଭଲ ହୋଇଥାଏ ତାର ବ୍ୟବହାର କରନ୍ତୁ ।

ହାଇଲାଇଟର୍‌ ବ୍ୟବହାର କରନ୍ତୁ :
ଶୀତଦିନେ ଅତ୍ୟଧିକ ମେକଅପ୍ ଲଗାଇବା ଦ୍ୱାରା ସ୍କିନ୍ର ପ୍ରାକୃତିକ ଚମକ କମିଯାଏ । ଯଦି ଆପଣ କେବଳ ହାଲୁକା ମେକଅପ୍ କରନ୍ତି ତେବେ ଏହା ଭଲ ହେବ । କିନ୍ତୁ ଫାଉଣ୍ଡେସନ୍ ଲଗାଇବା ପରେ, ହାଇଲାଇଟର୍ର ବ୍ୟବହାର କରନ୍ତୁ । ଯେଉଁଥିପାଇଁ ମେକଅପ୍ ପରେ ଆପଣଙ୍କ ମୁହଁ ବହୁତ ସୁନ୍ଦର ଦେଖାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.