ଆଇପିଏଲ୍‌ ୨୦୨୪ : ନିଲାମୀ ପାଇଁ ୧୧୬୬ ଖେଳାଳି କଲେ ରେଜିଷ୍ଟ୍ରେସନ, ଲକ୍ଷରୁ କୋଟିଏ ପର୍ଯ୍ୟନ୍ତ ରହିଛି ବେସ୍‌ ପ୍ରାଇସ୍‌

ଆଇପିଏଲ ୨୦୨୪ ନିଲାମ କାର୍ଯ୍ୟକ୍ରମ ଦୁବାଇରେ ହେବ । ଡିସେମ୍ବର ୧୯ ତାରିଖରେ ନିଲାମୀ ହେବ । ଏଥର ନିଲାମୀ ପାଇଁ ପାଖାପାଖି ୧୧୬୬ ଖେଳାଳି ରେଜିଷ୍ଟ୍ରେସନ କରିଛନ୍ତି ।

ଆଇପିଏଲ୍‌ ୨୦୨୪ ପାଇଁ ନିଲାମୀ କାର୍ଯ୍ୟକ୍ରମ ଆସନ୍ତା ୧୯ ତାରିଖରେ ଦୁବାଇରେ ହେବ । ଏଥର ନିଲାମୀ ପାଇଁ ପାଖାପାଖି ୧୧୬୬ ଖେଳାଳି ରେଜିଷ୍ଟ୍ରେସନ କରିଛନ୍ତି । ଏଥିରେ ଲକ୍ଷରୁ କୋଟି ପର୍ଯ୍ୟନ୍ତ ଖେଳାଳିଙ୍କ ବେସ୍‌ ପ୍ରାଇସ ରହିଛି । କୌଣସି ବି ଖେଳାଳିଙ୍କ ବେସ୍‌ ପ୍ରାଇସ ୨୦ ଲକ୍ଷରୁ ୨ କୋଟି ଯାଏଁ ହୋଇପାରିବ । ଏମିତିରେ ବହୁତ କମ୍‌ ଖେଳାଳି ରହିଛନ୍ତି, ଯେଉଁମାନଙ୍କ ବେସ୍‌ ପ୍ରାଇସ ୨ କୋଟି ଟଙ୍କା ରହିଛି ।

ଏଥର ୧୧୬୬ ଖେଳାଳିଙ୍କ ମଧ୍ୟରୁ ୮୩୦ ଭାରତୀୟ ଏବଂ ୩୩୬ ବିଦେଶୀ ଖେଳାଳି ରହିଛନ୍ତି । ଏହାଛଡା ୯୦୯ ଅନକ୍ୟାପଡ୍‌ ଏବଂ ୧୮ ଜଣ କ୍ୟାପଡ ଖେଳାଳି ରହିଛନ୍ତି । ୯୦୯ ଅନକ୍ୟାପଡ୍‌ ଖେଳାଳିଙ୍କ ମଧ୍ୟ ୮୧୨ ଭାରତୀୟ ରହିଛନ୍ତି । ୪୫ ଖେଳାଳି ଆସୋସିଏଟ ଦେଶ ସହିତ ରହିଛନ୍ତି । ତେବେ ଆଇପିଏଲ ଟିମ୍‌ ସ୍ଥିତି ଦେଖି ୭୦ ଖେଳାଳିଙ୍କୁ ଚୟନ କରାଯିବ ବୋଲି ସୂଚନା ରହିଛି । ଏମାନଙ୍କ ମଧ୍ୟରେ ୩୦ ଜଣ ରହିବେ ।

ଦେଶ ପାଇଁ ଅର୍ନ୍ତରାଷ୍ଟ୍ରୀୟ ମ୍ୟାଚ୍‌ ଖେଳିଥିବା ଖେଳାଳି କ୍ୟାପଡ୍‌ ଏବଂ ଯେଉଁମାନେ ଦେଶ ପାଇଁ ଅର୍ନ୍ତରାଷ୍ଟ୍ରୀୟ ମ୍ୟାଚ୍‌ ଖେଳିନାହାନ୍ତି, ସେମାନେ ଅନକ୍ୟାପଡ ଖେଳାଳି ବୋଲି କୁହାଯାଉଛି ।

ଆଇପିଏଲ ୨୦୨୪ ପାଇଁ ୨ କୋଟି ବେସ୍‌ ପ୍ରାଇସ ଖେଳାଳି :

ହର୍ଷଲ ପଟେଲ, ଶାର୍ଦ୍ଦୁଳ ଠାକୁର, କେଦାର ଯାଦବ, ଉମେଶ ଯାଦବ, ସିନ ଏବର୍ଟ, ପାଟ କେମିନ୍ସ, ଜୋସ ହେଜଲଉଡ, ଟ୍ରେଭିସ ହେଡ, ଜୋସ ଇଂଲିଶ, ମିଚେଲ ଷ୍ଟାର୍କ, ଷ୍ଟିଭ ସ୍ମିଥ, ମୁସ୍ତାଫିଜୁର ରହମାନ, ଟମ୍‌ ବେଟନ, ହ୍ୟାରୀ ବ୍ରୁକ, ବେନ୍‌ ଡକେଟ, ଜେମି ଓଭରଟନ, ଆଦିଲ ରାଶିଦ, ଡେଭିଡ ଓ୍ଵିଲି, କ୍ରିସ ଭୋକସ, ଲକି ଫଗ୍ୟୁର୍ସନ, ଏଞ୍ଜେଲ ମାଥ୍ୟୁ ।

୧.୫ କୋଟି ବେସ୍‌ ପ୍ରାଇସ :

ମହମ୍ମଦ ନବୀ, ମୋଇଜେସ ହେନରିକ୍ସ, କ୍ରିସ ଲିନ, କେନ ରିଚାର୍ଡସନ, ଡାନିଏଲ ସାମ୍ସ, ଟମ୍‌ କୁରେନ, କ୍ରିସ ଜୋଡାର୍ନ, ଡେଭିଡ ମାଲନ, ଟାଇମଲ୍‌ ମିଲ୍ସ, ଫିଲ ସାଲ୍ଟ, କୌରି ଆଣ୍ଡରସନ, କୋଲିନ ମୁନରୋ, ଜିମ ନିଶମ, ଟିମ ସାଉଦି, କଲିନ ଇନଗ୍ରାମ, ହସରଙ୍ଗା, ଜେସନ ହୋଲଡର ।

୧ କୋଟି ବେସ୍‌ ପ୍ରାଇସ :

ଏଶଟନ ଏଗର, ରେଲି ମେରେଡିଥ, ଡାର୍ସି ଶର୍ଟ, ଏଶଟନ ଟର୍ନର, ସାମ୍‌ ବିଲିଂଶ, ମାଇକେଲ ବ୍ରେସେଓ୍ଵଲ, ମାର୍ଟିନ ଗୁପ୍ତିଲ, କାଇଲି ଜେମିସିନ, ଏଡମ ମିଲନୋ, ଡେଭିଡ ଓ୍ଵିଶ…. ।

କାହା ପାଖେ ରହିଛି କେତେ ଟଙ୍କା :

ଗୁଜରାଟ ଟାଇଟନ୍ସ : ୩୮.୧୫ କୋଟି
ସନରାଇଜର୍ସ ହାଇଦ୍ରାବାଦ : ୩୪ କୋଟି
କେକେଆର : ୩୨.୭ କୋଟି
ଚେନ୍ନାଇ ସୁପର କିଙ୍ଗସ : ୩୧.୪ କୋଟି
ପଞ୍ଜାବ କିଙ୍ଗସ : ୨୯.୧ କୋଟି
ଦିଲ୍ଲୀ କ୍ୟାପିଟାଲ୍ସ : ୨୮.୯୫ କୋଟି
ଆରସିବି : ୨୩.୫୫ କୋଟି
ମୁମ୍ବାଇ ଇଣ୍ଡିଆନ୍ସ : ୧୭.୭୫ କୋଟି
ରାଜସ୍ଥାନ ରୟାଲ୍ସ : ୧୪.୫ କୋଟି
ଲକ୍ଷ୍ନୌ ସୁପରଜିଆଣ୍ଟସ: ୧୩.୧୫ କୋଟି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.