Below header

ଏପରି କାଟିଲେ ପିଆଜ, ଆଖିରୁ ବାହାରିବ ନାହିଁ ବୁନ୍ଦାଏ ଲୁହ

ଆପଣ ସମସ୍ତେ ଜାଣିଥିବେ ସାଧାରଣତଃ ପିଆଜ କାଟିବା ସମୟରେ ଆଖିରୁ ପାଣି ବାହାରିଥାଏା ଏହାର କାରଣ ପିଆଜ କାଟିବା ସମୟରେ ଏକ ଗ୍ୟାସ ା ଯାହା ପାଣିର ସଂପର୍ଶରେ ଆସି ଏକ ଏସିଡ଼ରେ ପରିବର୍ତ୍ତନ ହୋଇଥାଏା ଫଳରେ ଆଖି ଜଳିବା ସହ ଆଖିରୁ ପାଣି ବାହାରିଥାଏା କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ଅସୁବିଧାରୁ ବଞ୍ଚିବାର କିଛି ଉପାୟ କହିବାକୁ ଯାଉଛୁା ଏହି କିଛି ସହଜ ଉପାୟ ଅବଲମ୍ବନ କରି ଆପଣ ପିଆଜ କାଟିବା ସମୟରେ ବାହାରିଥିବା ଆଖିରୁ ପାଣିକୂ ରୋକିପାରିବୋ

Onion WIthout Crying

-ପିଆଜ କାଟିବା ସମୟରେ ପାଟି ଆଡୁ ନିଶ୍ବାସ ନେବା ଦ୍ବାରା ଆଖିରୁ ପାଣି ବୋହି ନଥାଏା ତେବେ ଏହି ସମୟରେ ଆପଣଙ୍କ ଜିଭ ଟିକେ ବାହାରକୁ ବାହାରିଥିବ ଯେପରି ଧ୍ୟାନ ରଖନ୍ତୁା

-ପିଆଜକୁ ଥଣ୍ଡା କରି କାଟିବା ଦ୍ବାରା ମଧ୍ୟ ଆଖିରୁ ପାଣି ବାହାରି ନଥାଏା ଏଣୁ ପିଆଜକୁ କାଟିବା ପୂର୍ବରୁ ୨୦ ମିନିଟ ଫ୍ରିଜରେ ରଖି ତାହାକୁ କାଟନ୍ତୁା

CHop-Onion

-ପାଣିରେ ଓଦା କରି ପିଆଜ କାଟିବାା ଏହି ଉପାୟ ଖୁବ ସରଳ ଏବଂ ସହଜା ଏହା ଦ୍ବାରା ପିଆଜରୁ ବାହାରିଥିବା ରାଗ ଗ୍ୟାସ ଆଖିରୁ ପାଣି ବାହାର କରିବାରେ ଅସଫଳ ହୋଇଥାଏା କିନ୍ତୁ ପାଣିରେ ବୁଡ଼ାଇ ପିଆଜ କାଟୁଥିବା ବେଳେ ଧ୍ୟାନ ରଖନ୍ତୁା କାରଣ ସେହି ସମୟରେ ପିଆଜ ଖୁବ୍ ଚିପଚିପା ହୋଇଯାଇଥାଏା

-ତେବେ ସବୁଠାରୁ ସହଜ ଉପାୟ ହେଉଛିା ପିଆଜ କାଟିବା ସମୟରେ ପଙ୍ଖାର ବ୍ୟବହାର କରିବାା ଏହା ଦ୍ବାରା ପିଆଜରୁ ବାହାରିଥିବା ଗ୍ୟାସ ସିଧାସଳଖ ଆଖିକୁ ଯାଇନଥାଏା ଫଳରେ ଆଖିରୁ ପାଣି ବାହାରି ନଥାଏା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.