ଡାଇବେଟିସ ସହ ଜଡିତ ୪ଟି ବଡ ମିଛ, କଣ କଣ ଜାଣନ୍ତୁ
ଡାଇବେଟିସ ଏମିତି ଏକ ରୋଗ ଯାହା ଛୋଟରୁ ବଡ ସମସ୍ତଙ୍କୁ ନିଜ ବଶବର୍ତ୍ତୀ କରୁଛି । ଅନିୟମିତ ଜୀବନ ଶୈଳୀ ଓ ଖାଦ୍ୟ ପେୟ କାରଣରୁ ହିଁ ଏବେକା ସମୟରେ ଅଧିକ ସଂଖ୍ୟାରେ ଲୋକ ଡାଇବେଟିସର ଶିକାର ହେଉଛନ୍ତି । ଏହି ରୋଗରେ ପୀଡିତ ଥିବା ବ୍ୟକ୍ତି ମାନଙ୍କୁ ନିଜ ନିଜ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବାକୁ ଡାକ୍ତର ମାନେ ପରାମର୍ଶ ଦେଇଥାନ୍ତି । କିନ୍ତୁ ଏହି ରୋଗକୁ ନେଇ ଏମିତି କିଛି ପ୍ରଥା ପ୍ରଚଳିତ ଅଛି ଯାହାକୁ ପ୍ରାୟ ସମସ୍ତେ ସତ ବୋଲି ମାନିଥାନ୍ତି । ତେବେ ଆସନ୍ତୁ ଜାଣିବା ଏଗୁଡିକ କଣ କଣ;
– ଅଧିକାଂଶ ସମୟରେ ଆପଣ ଶୁଣିଥିବେ କି ଡାଇବେଟିସ ପୀଡିତ ମାନଙ୍କୁ ଅଧିକ ମିଠା ଖାଇବା ପାଇଁ ବାରଣ କରାଯାଏ । କିନ୍ତୁ ପ୍ରକୃତରେ ଏହି ରୋଗୀମାନେ ସନ୍ତୁଳିତ ଆହାର ଗ୍ରହଣ କରିବା ଉଚିତ । କିନ୍ତୁ ଏମାନେ ଅଳ୍ପ ପରିମାଣରେ ମିଠା ନିଜ ଖାଦ୍ୟରେ ସାମିଲ କରିବା ଉଚିତ । କିନ୍ତୁ ରିଫାଇଣ୍ଡ ଚିନି ହିଁ ଏଥିପାଇଁ ସର୍ବୋତ୍ତମ ।
– ଅଧିକାଂଶ ସ୍ଥାନରେ ଧରାଯାଏ କି ଏହା କେବଳ ଏକ ଅନୁବଂଶିକ ରୋଗ । କିନ୍ତୁ ପ୍ରକୃତରେ ଏହା ଠିକ ନୁହେଁ । ଯଦିବା ଏହା ଏକ ଅନୁବଂଶିକ ରୋଗ କିନ୍ତୁ ଜୀବନଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ରହିଲେ ଏହା ଆକ୍ରାନ୍ତ କରିଥାଏ ।
– ଅଧିକାଂଶ ଲୋକଙ୍କର ଧାରଣା ଅଛି କି ଏହି ରୋଗରେ ପୀଡିତ ମାନେ କୌଣସି ବି ଫଳ ଖାଇପାରିବେ । କିନ୍ତୁ ଏହା ଠିକ ନୁହେଁ । ସୁଗାର ଲେବଲ କମ ଥିବା ଫଳ ହିଁ ଖାଇବା ଉଚିତ । ଯାହାକି ଆପଣଙ୍କ ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖିବ ।
– ଆହୁରି ମଧ୍ୟ ଏକ ଧାରଣା ଅଛିକି ମଧୁମେହ କେବଳ ମୋଟା ଲୋକଙ୍କୁ ହିଁ ହୋଇଥାଏ । କିନ୍ତୁ ପ୍ରକୃତରେ ଏହା ସମସ୍ତ ବର୍ଗର ଲୋକଙ୍କୁ ହୋଇପାରେ । କିନ୍ତୁ ଜୀବନ ଶୈଳୀରେ ଅନିୟମିତତା ରହିଲେ ଏହା ଆପଣଙ୍କୁ ଆକ୍ରାନ୍ତ କରିପାରେ ।