ଆକାଶରୁ ଖସିଲା ୧୦ କିଲୋ ଓଜନର ରହସ୍ୟମୟୀ ପଥର, ଲୋକେ କଲେ ଭିନ୍ନ ଭିନ୍ନ ଚର୍ଚ୍ଚା, ମୁଖ୍ୟମନ୍ତ୍ରୀ ବି ଚକିତ

ବିହାରରେ ପ୍ରବଳ ବର୍ଷା ଏବେ ସାରା ଦେଶରେ ଏକ ଚିନ୍ତାଜନକ ବିଷୟ ପାଲଟିଛି। ସବୁଠି ପରିସ୍ଥିତି ବେହାଲ ହୋଇପଡ଼ିଛି। ତେବେ ଗତ ସୋମବାର ଦ୍ବିପ୍ରହର ସମୟରେ ମଧୁବନି ଜିଲାରେ ଘଟିଥିବା ଏକ ଘଟଣା ଲୋକଙ୍କୁ ଚକିତ କରିଦେଇଥିଲା। ପରେ ଏହା ଧିରେ ଧିରେ ସାରା ଦେଶକୁ ବ୍ୟାପି ଯାଇଥିଲା।

stone village

ଘଟଣାଟି ଏପରି କି, ଜିଲାର ଲୌକହି ଥାନା ଅଧୀନ କୌରୟାହୀ ଗାଁରେ ଥିବା ଏକ ଧାନ କ୍ଷେତରେ ଆକାଶରୁ ୧୦ କିଲୋ ଓଜନର ଏକ ପଥର ଖସି ପଡ଼ିଥିଲା। ଏହାର ଶବ୍ଦ ଏତେ ପ୍ରଖର ଥିଲା ଯେ ୫ କିମି ଦୂରରେ ଥିବା ଅନ୍ୟ ଏକ ଗାଁର ଲୋକେ ମଧ୍ୟ ଏହା ଶୁଣିପାରିଥିଲେ। ତେବେ ଏହି ପଥରକୁ ନେଇ ଲୋକଙ୍କ ମଧ୍ୟରେ ଭିନ୍ନ ଭିନ୍ନ ଚର୍ଚ୍ଚା ହେବାରେ ଲାଗିଛି। କେହି କେହି ଏହା ଅନ୍ୟ ଗ୍ରହରୁ ଆସିଥିବା କହୁଛନ୍ତି। ଏବେ ପଥର ଖସିବା ଘଟଣା ମୁଖ୍ୟମନ୍ତ୍ରୀ ନୀତିଶ୍ କୁମାରଙ୍କ ପାଖରେ ବି ପହଞ୍ଚିଯାଇଛି। ସେ ଏହାକୁ ବିହାର ସଂଗ୍ରହାଳୟରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

stone sto

ଜିଲା ମାଜିଷ୍ଟ୍ରେଟ କପିଲ ଅଶୋକ କହିଛନ୍ତି, ଏହି ରହସ୍ୟମୟୀ ପଥରକୁ ଯାଞ୍ଚ ପାଇଁ ପରୀକ୍ଷାଗାର ପଠାଯିବ। ପଥରର ଓଜନ ପାଖାପାଖି ୧୦ କିଲୋ ହେବ। ଯେତେବେଳେ ଏହା ଭୂମି ଉପରେ ଖସିଥିଲା, ସେତେବେଳେ ଉତ୍ତପ୍ତ ଅବସ୍ଥାରେ ଥିଲା। ଏହାକୁ ଜିଲା କୋଷାଗାରରେ ରଖାଯାଇଛି। ବିଭାଗୀୟ ନିର୍ଦ୍ଦେଶ ମିଳିବା ପରେ ହିଁ ଯାଞ୍ଚ ପାଇଁ ପଠାଇ ଦିଆଯିବ।

ଏହାସହ ପଢ଼ନ୍ତୁ: ଭାରତୀୟ ସେନାର ବଡ଼ ଘୋଷଣା: ଏବେ ସହିଦଙ୍କ ପରିବାର ସଦସ୍ୟ ବି ପିନ୍ଧିପାରିବେ ବୀରତା ପଦକ

pooja stone

ଗ୍ରାମବାସୀଙ୍କ କହିବାନୁଯାୟୀ, ଧାନ କ୍ଷେତରେ ପଥରଟି ଖସିବା ସ୍ଥାନରେ କିଛି ସମୟ ଧୂଆଁ ଦେଖାଯାଇଥିଲା। ତେବେ ଏହି ଅଜବ ଘଟଣା ପରେ ଗାଁ ଲୋକେ ସେହି ପଥରକୁ ନେଇ ପୂଜାର୍ଚ୍ଚନା ଆରମ୍ଭ କରିଦେଇଥିଲେ। ପିପ୍ପଳି ଗଛ ମୂଳେ ପଥର ରଖି ପୂଜା କରିଥିଲେ। ଦେଖୁ ଦେଖୁ ସେଠାରେ ଭିଡ଼ ଜମିଯାଇଥିଲା। ଯଦିଓ ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହେବା ପରେ ଜିଲା ପ୍ରଶାସନ ନିଜ ଦଖଲକୁ ନେଇଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.