କଣ ଏହି ଅନାସ୍ଥା ପ୍ରସ୍ତାବ ଯାହା ଭାଙ୍ଗିଦେଲା କର୍ଣ୍ଣାଟକ ସରକାର ? ଲୋକସଭାରେ ଏପର୍ଯ୍ୟନ୍ତ କେତେ ଥର ହୋଇଛି ଉପସ୍ଥାପନ ?

କର୍ଣ୍ଣାଟକରେ ମାସେ ହେଲା ଚାଲିଥିବା ନାଟକର ଯବନିକା ପଡ଼ିଛି । ଭାଙ୍ଗିଯାଇଛି କୁମାରସ୍ୱାମୀଙ୍କ ୧୪ ମାସର ମେଣ୍ଟ ସରକାର। କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ବିଶ୍ୱାସ ମତ ହାସଲ କରି ପାରିଲା ନାହିଁ । ଆସ୍ଥା ଭୋଟ ସପକ୍ଷରେ ୯୯ ଭୋଟ୍‌ ପଡ଼ିଥିବା ବେଳେ ବିରୋଧରେ ୧୦୫ ଭୋଟ୍‌ ପଡିଛି । ଆସ୍ଥା ଭୋଟ ବେଳେ ଗୃହରେ ଉପସ୍ଥିତ ଥିଲେ ୨୦୪ ସଦସ୍ୟ। ଏଥିରୁ ସ୍ପଷ୍ଟ କୁମାରସ୍ୱାମୀଙ୍କ ସରକାର ୪ଟି ଭୋଟରେ ହାରିଲେ। ଏହାସହ କର୍ଣ୍ଣାଟକରେ ବିଜେପି ସରକାର ଗଠନ ପାଇଁ ରାସ୍ତା ସଫା ହୋଇଛି।

ତେବେ ଯେଉଁ ଅନାସ୍ଥା ପ୍ରସ୍ତାବ ପରେ ଦୋହଲିଯାଇଛି କର୍ଣ୍ଣାଟକ ରାଜନୀତି, ତାହା କଣ ? କଣ ଏହାର ନିୟମ । ଏପର‌୍ୟ୍ୟନ୍ତ ଲୋକସଭାରେ କେତେ ଥର ହୋଇସାରିଛି ଅନାସ୍ଥା ପ୍ରସ୍ତାବ ? ସର୍ବପ୍ରଥମେ କେବେ ହୋଇଥିଲା ଏହା ଆସ୍ଥା ଭୋଟ । କାହା ବିରୋଧରେ ହୋଇଥିଲା ସବୁଠାରୁ ଅଧିକ ଅନାସ୍ଥା ପ୍ରସ୍ତାବ । ଏମିତି ଅନେକ ପ୍ରଶ୍ନ ଅଛି ଯାହାର ଉତ୍ତର ଆପଣ ଜାଣିବା ଉଚିତ୍ ।

କଣ ଏହି ଅନାସ୍ଥା ପ୍ରସ୍ତାବ :

ଅନାସ୍ଥା ପ୍ରସ୍ତାବ ଏକ ସଂସଦୀୟ ପ୍ରସ୍ତାବ । ସାଧାରଣତଃ ବିପକ୍ଷ ଦ୍ବାରା କୌଣସି ସରକାରଙ୍କୁ ହରାଇବା କିମ୍ବା ଦୁର୍ବଳ କରିବା ଆଶାରେ ବିପକ୍ଷ ଦଳ ଆଣିଥାନ୍ତି ଅନାସ୍ଥା ପ୍ରସ୍ତାବ । କିଛି ପରିସ୍ଥିତିରେ ସତ୍ତାରୁଢ ସରକାରଙ୍କ ସମର୍ଥକ ମଧ୍ୟ ଅବିଶ୍ବାସ ପ୍ରସ୍ତାବ ଆଣିଥାନ୍ତି ଯଦି ତାଙ୍କର ସରକାରଙ୍କ ଉପରେ ବିଶ୍ବାସ ନଥାଏ ।

ସମ୍ବିଧାନରେ ଅବିଶ୍ବାସ ପ୍ରସ୍ତାବ ଉପରେ କୌଣସି ତଥ୍ୟ ନାହିଁ । କିନ୍ତୁ ଅନୁଛେଦ ୧୧୮ ଅନୁଯାୟୀ ସବୁ ସଦସ୍ୟ ନିଜ ପ୍ରକ୍ରିୟା କରିପାରେ । ଯେତେବେଳେ ନିୟମ ୧୯୮ ଅନୁଯାୟୀ କୌଣସି ବି ସଦସ୍ୟ ଲୋକସଭା ଅଧ୍ୟକ୍ଷଙ୍କୁ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବର ନୋଟିସ୍ ଦେଇପାରେ ।

ଏହା ସହ ପଢନ୍ତୁ ଯେମିତି କରିଥିଲେ ସେମିତି ପାଇଲେ କୁମାରସ୍ବାମୀ, ୧୨ ବର୍ଷ ପରେ ହିସାବ ବରାବର କଲା ବିଜେପି

ପ୍ରସ୍ତାବ ରଖିବାର ନିୟମ :

lok sabhaଅନାସ୍ଥା ପ୍ରସ୍ତାବ ପାରିତ କରିବାକୁ ହେଲେ ସର୍ବପ୍ରଥମେ ବିରୋଧୀକୁ ଲୋକସଭା ଅଧ୍ୟକ୍ଷଙ୍କୁ ଏହାର ଲିଖିତ ସୂଚନା ଦେବାକୁ ପଡିବ । ଏହା ପରେ ସ୍ପିକର ଉକ୍ତ ଦଳର କୌଣସି ସାଂସଦଙ୍କୁ ଏହା ଉପସ୍ଥାପନ କରିବାକୁ କହିବେ । ଏହି କଥା ସେତେବେଳେ ଉଠିଥାଏ ଯେତେବେଳେ ଯେତେବେଳେ କୌଣସି ଦଳକୁ ଲାଗିଥାଏ ସରକାର ଗୃହର ବିଶ୍ବାସ କିମ୍ବା ବହୁମତ ହରାଇସାରିଛି ।

କେବେ ସ୍ବୀକାର ହୋଇଥାଏ ବହୁମତ :

ଅନାସ୍ଥା ପ୍ରସ୍ତାବ ପାରିତ କରିବା ପାଇଁ ଅତିକମରେ ୫୦ ଜଣ ସାଂସଦଙ୍କ ସମର୍ଥନ ଜରୁରୀ । ଲୋକସଭା ଅଧ୍ୟକ୍ଷ କିମ୍ବା ବାଚସ୍ପତିଙ୍କ ମଂଜୁରୀ ମିଳିବା ପରେ ୧୦ ଦିନ ମଧ୍ୟରେ ଏହା ଉପରେ ଚର୍ଚ୍ଚା ହୋଇଥାଏ । ଏହା ପରେ ବାଚସ୍ପତି ଅନାସ୍ଥା ପ୍ରସ୍ତାବ ପକ୍ଷରେ ଭୋଟିଂ କରାଇଥାନ୍ତି କିମ୍ବା କୌଣସି ନିଷ୍ପତ୍ତି ନେଇଥାନ୍ତି ।

ଅନାସ୍ଥା ଏବଂ ଅସ୍ଥା ପ୍ରସ୍ତାବ ମଧ୍ୟରେ କଣ ଫରକ :

ଅନାସ୍ଥା ବିପକ୍ଷ ଏବଂ ଆସ୍ଥା ସର୍ବଦା ସତ୍ତା ପକ୍ଷ ଉପସ୍ଥାପନ କରିଥାଏ । ଏହା କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଏବଂ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଆଣିଥାନ୍ତି । ସରକାର ରହିବା ପାଇଁ ଏହି ପ୍ରସ୍ତାବ ପାରିତ ହେବା ନିହାତି ଜରୁରୀ । ପ୍ରସ୍ତାବ ପାରିତ ନହେଲେ ସରକାର ଭାଙ୍ଗିଯାଇଥାଏ ।

ଏହା ସହ ପଢନ୍ତୁ ନିଜ କାର୍ଯ୍ୟାଳୟରେ କୁନି ଅତିଥିଙ୍କୁ ଭେଟିଲେ, ଗେଲ କଲେ ପ୍ରଧାନମନ୍ତ୍ରୀ ମୋଦି, ଫଟୋ ଦେଖିବା ପରେ ସମସ୍ତଙ୍କ ମନରେ ବେଶ୍‌ କିଛି ପ୍ରଶ୍ନ

ଅନାସ୍ଥା ପ୍ରସ୍ତାବର ଜନକ ଆଚାର୍ଯ୍ୟ କୃପାଳିନୀ

୧୯୬୩ ମସିହାରେ ଭାରତୀୟ ସସଂଦରେ ପ୍ରଥମ ଥର ଲାଗି ଜବାହରଲାଲ ନେହେରୁଙ୍କ ବିରୋଧରେ ଆସିଥିଲା ଅନାସ୍ଥା ପ୍ରସ୍ତାବ। ସେତେବେଳେ ପ୍ରଜା ସୋସିଆଲିଷ୍ଟ ସାଂସଦ ଆଚାର୍ଯ୍ୟ କୃପାଳିନୀ, ନେହୁର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲା। ଯୁଦ୍ଧରେ ଚାଇନା ଠାରୁ ଭାରତ ଶୋଚନୀୟ ପରାଜୟ ହେବା ପରେ ଅଡୁଆରେ ଥିବା ନେହରୁ ସରକାର ଦେଶର ହିତ ପାଇଁ କାମ କରୁନାହିଁ ବୋଲି ଅଭିଯୋଗ କରି ଅନାସ୍ଥା ପ୍ରସ୍ତାବ ଆସିଥିଲା। ସେତେବେଳେ ପ୍ରସ୍ତାବ ବିରୋଧରେ ୩୪୭ ଓ ସପକ୍ଷରେ ୬୪ ଭୋଟ ହୋଇଥିଲା ।

୩ ବର୍ଷରେ ୩ଥର

Lalbahudur-Sastriଲାଲ ବାହାଦୁର ଶାସ୍ତ୍ରୀ ପ୍ରଧାନମନ୍ତ୍ରୀ ଥିବାବେଳେ ତାଙ୍କ ତିନି ବର୍ଷ ଶାସନ କାଳ ମଧ୍ୟରେ ତିନି ଥର ଅନାସ୍ଥା ପ୍ରସ୍ତାବ ଆଣିଥିଲେ ବିରୋଧୀ । କିନ୍ତୁ ଥରେ ମଧ୍ୟ ବିରୋଧୀମାନେ ଜିତିପାରି ନଥିଲେ ।

କାହା ବିରୋଧରେ ଅଧିକ ଥର ଆସିଛି ଅନାସ୍ଥା ପ୍ରସ୍ତାବ :

ଇନ୍ଦିରା ଗାନ୍ଧିଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ସଂସଦୀୟ ଇତିହାସରେ ସର୍ବାଧକ ଅନାସ୍ଥା ପ୍ରସ୍ତାବ ଆସିଥିଲା। ଇନ୍ଦିରା ଗାନ୍ଧିଙ୍କ ସମୟରେ ୧୫ଥର ବିରୋଧୀମାନେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ହେଲେ କୌଣସି ଅନାସ୍ଥା ଭୋଟରେ ବିରୋଧୀମାନେ ଏହାର ଲାଭ ଉଠାଇ ପାରିନଥିଲେ ।

କିଏ ସବୁଠାରୁ ଅଧିକ ଥର ଆଣିଛନ୍ତି ଅନାସ୍ଥା ପ୍ରସ୍ତାବ :

ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସିପିଏମ ନେତା ଜ୍ୟୋତି ବସୁ ତାଙ୍କ ସାଂସଦ କାର୍ଯ୍ୟକାଳରେ ସର୍ବାଧିକ ଅନାସ୍ଥା ପ୍ରସ୍ତାବ ଆଣିଥିବାର ରେର୍କଡ କରିଛନ୍ତି ।

ମୋରାରଜୀ ଦେଶାଇ ଗାଦିଚ୍ୟୁତ୍

୧୯୭୮ ମସିହାରେ ଅନାସ୍ଥା ପ୍ରସ୍ତାବରେ ପ୍ରଥମ ଥର ପାଇଁ କେନ୍ଦ୍ର ସରକାର ଭାଙ୍ଗିଥିଲା। ଫଳରେ ମୋରାରଜୀ ଦେଶାଇଙ୍କ ନେତୃତ୍ୱାଧିନ ଜନତା ପାର୍ଟି ସରକାର ଗାଦିଚ୍ୟୁତ ହୋଇଥିଲା। ମୋରାଜୀ ଦେଶାଇଙ୍କ ସ୍ଥାନରେ ସ୍ୱର୍ଗତ ଚୌଧୁରୀ ଚରଣ ସିଂହ ପ୍ରଧାନମନ୍ତ୍ରୀ ହୋଇଥିଲେ।

ନରସିଂହ ରାଓ ସାମନା କରିଥିଲେ ଅନାସ୍ଥା

ପି.ଭି. ନରସିଂହ ରାଓଙ୍କୁ ମଧ୍ୟ ଅନାସ୍ଥା ପ୍ରସ୍ତାବର ସାମ୍ନା କରିବାକୁ ପଡିଥିଲା । ୧୯୯୩ ମସିହାରେ ତାଙ୍କ ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ନରସିଂହ । ସେତେବେଳେ ଅନ୍ୟ ଦଳର ସାଂସଦ ବିଶେଷ କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସାଂସଦଙ୍କୁ ପ୍ରଲୋଭିତ କରି ନରସିଂହ ରାଓ ନିଜ ସରକାରକୁ ବଞ୍ଚାଇ ଥିବାର ଅଭିଯୋଗ ଆସିଥିଲା।

ଟଳିଥିଲା ଅଟଳ ସରକାର

atalbihari vajpayeeଏନଡିଏ ସରକାରଙ୍କ ଅମଳରେ ବିରୋଧୀମାନେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ସେତେବେଳେ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିଲେ । ତେବେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବରୁ ଏନଡିଏ ସରକାରଙ୍କୁ ବଞ୍ଚାଇ ପାରିନଥିଲେ ବାଜପେୟୀ । ୧୯୯୬ରେ ସେ ଅନାସ୍ଥା ପ୍ରସ୍ତାବରେ ମତଦାନ ପୂର୍ବରୁ ଇସ୍ତଫା ଦେଇଥିଲେ । ଯେତେବେଳେ କି ୧୯୯୯ରେ କେବଳ ଗୋଟିଏ ଭୋଟ ପାଇଁ ଅଟଳଙ୍କ ସରକାର ଭାଙ୍ଗିଯାଇଥିଲା ।

ବାଜପେୟୀଙ୍କୁ ବଡ ଝଟକା ଦେଇଥିଲା ୧୭ ଏପ୍ରିଲ ୧୯୯୯। ଗୋଟିଏ ଭୋଟରେ ଆସ୍ଥା ଭୋଟରେ ଲୋକସଭାରେ ପରାସ୍ତ ହୋଇଥିଲା ବାଜପେୟୀଙ୍କ ସରକାର। ଜୟଲଳିତାଙ୍କ ପାର୍ଟି ଏଆଇଡିଏମକେର ସମର୍ଥନ ପ୍ରତ୍ୟାହାର ପରେ ବାଜପେୟୀଙ୍କ ସପକ୍ଷରେ ୨୬୯ଟି ଭୋଟ ଏବଂ ବିରୋଧରେ ଆସିଥିଲା ୨୭୦ସାଂସଦଙ୍କ ଭୋଟ । ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗୋ, କୋରାପୁଟ ସାଂସଦ ଭାବେ ଭୋଟ ଦେଇ ମାତ୍ର ଗୋଟିଏ ଭୋଟରେ ବାଜପେୟୀ ସରକାରଙ୍କୁ ଗାଦିଚ୍ୟୁତ କରିଥିଲେ ବୋଲି ଆଲୋଚନା ହେଲା।

ଫେଲ୍ ସୋନିଆ

୨୦୦୩ ମସିହାରେ ପୁଣି ଥରେ ଅନାସ୍ଥା ପ୍ରସ୍ତାବ ଆସିଥିଲା ଅଟଳ ବିହାରୀ ବାଜପେୟୀ ସରକାରଙ୍କ ବିରୋଧରେ। କିନ୍ତୁ ସୋନିଆ ଗାନ୍ଧି ଆଣିଥିବା ଅନାସ୍ଥା ପ୍ରସ୍ତାବ ବାଜପେୟୀଙ୍କ ନେତୃତ୍ୱାଧିନ ଏନଡିଏ ସରକାରକୁ ଗାଦିଚ୍ୟୁତ୍ ପାରିନଥିଲା।

ବିଜୟୀ ମନମୋହନ

Manmohan_Singhମନମୋହନ ସିଂହଙ୍କ ନେତୃତ୍ୱାଧିନ ଉପା ସରକାର ବିରୋଧରେ ୨୦୦୮ରେ ସିପିଏମ୍ ଆଣିଥିଲା ଅନାସ୍ଥା ପ୍ରସ୍ତାବ। ଆମେରିକା ସହ ହୋଇଥିବା ପରମାଣୁ ଚୁକ୍ତିକୁ ବିରୋଧ କରି ସିପିଏମ୍ ଅନାସ୍ଥା ଅନାସ୍ଥା ପ୍ରସ୍ତାବ ଆଣିଥିଲା । ତେବେ ବିଜେପିର ସମର୍ଥନ ସତ୍ତ୍ୱେ ଅନାସ୍ଥା ଭୋଟରେ ବିଜୟୀ ହୋଇଥିଲା ମନମୋହନ ସିଂହ ସରକାର ।

ଲୋକସଭାରେ କେତେଥର ହୋଇଛି ଅନାସ୍ଥା ପ୍ରସ୍ତାବ :

ଭାରତ ସଂସଦରେ ୧୯୬୩ ରୁ ଏପର୍ଯ୍ୟନ୍ତ ୨୭ ଥର ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ କରାଯାଇଛି । ଶେଷ ଥର ଏହି ପ୍ରସ୍ତାବ ୨୦୧୮ରେ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆସିଥିଲା । ମୋଦିଙ୍କ ବିରୋଧରେ ଏହି ପ୍ରସ୍ତାବ ଆଣିଥିଲା ଟିଡିପି । କିନ୍ତୁ ସେ ମତ ହାସିଲ୍ କରିପାରିଲେନି ଏବଂ ମୋଦି ସରକାର ଭାଙ୍ଗିଲା ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.