ପରିଚୟ ଲୁଚାଇ ବିବାହ କରିବା ଦଣ୍ଡନୀୟ ଅପରାଧ, ବିବାହର ମିଛ ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଲେ ୧୦ ବର୍ଷ ଜେଲ୍‌ ଏବଂ ଜରିମାନା

ପରିଚୟ ଲୁଚାଇ ମହିଳାଙ୍କୁ ବିବାହ କରିବା ଦଣ୍ଡନୀୟ ଅପରାଧ । ଏଥିସହ ମିଛ କହି ବିବାହ ଏବଂ ପଦୋନ୍ନତି ଓ ଚାକିରିର ମିଥ୍ୟା ପ୍ରତିଶ୍ରୁତି ଦେଇ ଜଣେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ ୧୦ ବର୍ଷ ଜେଲ୍ ଓ ଜରିମାନା ଦେବାକୁ ପଡିବ ।

ଧୋକାବାଜ ପ୍ରେମିକ ସାବଧାନ । ପରିଚୟ ଲୁଚାଇ ବିବାହ କଲେ ଦଣ୍ଡନୀୟ ଅପରାଧ ହେବ । ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଲେ ୧୦ ବର୍ଷ ଯାଏ କଡ଼ା ଦଣ୍ଡ ଭୋଗିବେ । ଏଭଳି ଅପରାଧ ଯୌନ ସମ୍ପର୍କ ଦୁଷ୍କର୍ମ ଅପରାଧ ଶ୍ରେଣୀଭୁକ୍ତ ହେବ । ଏଭଳି ଘଟଣାକୁ ରୋକିବା ପାଇଁ ପ୍ରଥମ ଥର ପାଇଁ ନୂଆ ପଦକ୍ଷେପ ଗ୍ରହଣ କରାଯାଉଛି ।

କେନ୍ଦ୍ର ସରକାର ଆଣିଥିବା ଭାରତୀୟ ନ୍ୟାୟ ସଂହିତା ବିଲରେ ମହିଳାଙ୍କ ବିରୋଧରେ ଅପରାଧରେ ଦଣ୍ଡବିଧାନକୁ ପ୍ରାଥମିକତା ଦିଆଯାଇଛି । ଯେଉଁଥିରେ ଉଲ୍ଲେଖ ରହିଛି, ପରିଚୟ ଲୁଚାଇ ମହିଳାଙ୍କୁ ବିବାହ କରିବା ଦଣ୍ଡନୀୟ ଅପରାଧ । ଏଥିସହ ମିଛ କହି ବିବାହ ଏବଂ ପଦୋନ୍ନତି ଓ ଚାକିରିର ମିଥ୍ୟା ପ୍ରତିଶ୍ରୁତି ଦେଇ ଜଣେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ ୧୦ ବର୍ଷ ଜେଲ୍ ଓ ଜରିମାନା ଦେବାକୁ ପଡିବ । ଏଭଳି ଅପରାଧ ଯୌନ ସମ୍ପର୍କ ଦୁଷ୍କର୍ମ ଅପରାଧ ଶ୍ରେଣୀଭୁକ୍ତ ହେବ ।

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି, ମହିଳାଙ୍କ ବିରୋଧରେ ଅପରାଧ ଓ ସେମାନେ ସମ୍ମୁଖୀନ ହେଉଥିବା ଅନେକ ସାମାଜିକ ସମସ୍ୟାର ସମାଧାନ ପାଇଁ ବିଲରେ ବ୍ୟବସ୍ଥା ହୋଇଛି । ଯୌନ ଅପରାଧ କ୍ଷେତ୍ରରେ ପୀଡ଼ିତାଙ୍କ ବୟାନ ରେକର୍ଡର ଭିଡିଓଗ୍ରାଫି ବାଧ୍ୟତାମୂଳକ । ନୂଆ ବିଲ୍‌ରେ ମହିଳା ବିରୋଧୀ ଅପରାଧ ଏବଂ ସାମାଜିକ ସମସ୍ୟାର ମୁକାବିଲା କରିବା ପାଇଁ ଅନେକ ପ୍ରାବଧାନ ରହିଛି ।  ସମସ୍ତ ପ୍ରକାର ଗଣଦୁଷ୍କର୍ମ ପାଇଁ ୨୦ ବର୍ଷ ବା ଆଜୀବନ ଜେଲଦଣ୍ଡ  ଏବଂ ନାବାଳିକା ବଳାତ୍କାର ମାମଲାରେ ମୃତ୍ୟୁଦଣ୍ଡ ଦିଆଯିବାର ବ୍ୟବସ୍ଥା ରହିଛି । ବଳାତ୍କାର ଆଇନ୍‌ରେ ଏବେ ନୂଆ ପ୍ରାବଧାନ ଯୋଡ଼ା ଯାଇଛି । ବିରୋଧ ନକରିବା ଅର୍ଥ ସହମତି ବୋଲି ଦର୍ଶାଯାଇଛି ।  ଶିଶୁଙ୍କ ବିରୋଧରେ ଅପରାଧ କ୍ଷେତ୍ରରେ ଜେଲଦଣ୍ଡ ଅବଧିକୁ ୭ବର୍ଷରୁ ୧୦ବର୍ଷକୁ ବୃଦ୍ଧି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.