ଛତିଶଗଡ ଦନ୍ତେଓ୍ଵାଡାରେ ନକ୍ସଲ ଆକ୍ରମଣ, ୧୧ ଯବାନ ସହିଦ

ଛତିଶଗଡ ଦନ୍ତେଓ୍ଵାଡାରେ ନକ୍ସଲ ଆକ୍ରମଣ । ଆଇଡି ବିସ୍ଫୋରଣରେ ୧୧ ଯବାନ ସହିଦ ହୋଇଥିବା ସୂଚନା । ଅପରେସନରେ ଯାଉଥିବା ଯବାନଙ୍କୁ ଅମ୍ବୁସ ଲଗାଇ ଆକ୍ରମଣ କରିଥିବା ସୂଚନା ମିଳିଛି ।

ଛତିଶଗଡ ଦନ୍ତେଓ୍ଵାଡାରେ ନକ୍ସଲ ଆକ୍ରମଣ । ଆଇଡି ବିସ୍ଫୋରଣରେ ୧୧ ଯବାନ ସହିଦ ହୋଇଥିବା ସୂଚନା । ଅପରେସନରେ ଯାଉଥିବା ଯବାନଙ୍କୁ ଆମ୍ବୁସ ଲଗାଇ ଆକ୍ରମଣ କରିଥିବା ସୂଚନା ମିଳିଛି । ଯବାନଙ୍କ ଗାଡି ଉଡାଇଥିବା ସୂଚନା ମିଳିଛି । ୧୦ ଜଣ ପୋଲିସ ଅଧିକାରୀ ଏବଂ ଜଣେ ଡ୍ରାଇଭର ସହିଦ ହୋଇଥିବା ସୂଚନା ମିଳିଛି । ଆକ୍ରମଣରେ କିଛି ଯବାନ ଆହତ ହୋଇଥିବା ସୂଚନା ମିଳିଛି ।  ଦନ୍ତେୱାଡାର ଅରନପୁରରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି) ଫୋର୍ସକୁ ନେଇ ଯାଉଥିବା ଏକ ଗାଡି ଉପରକୁ ମାଓବାଦୀମାନେ ଆଇଡି ଦ୍ବାରା ଆକ୍ରମଣ କରିଥିଲେ।

ଡିଆରଜିର ଯବାନମାନଙ୍କ ବାହାନ ଉପରେ ଆକ୍ରମଣ ହୋଇଛି । ତେବେ ଏହି ଘଟଣାରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଦୁଃଖ ପ୍ରକାଶ କରିଛନ୍ତି । ସହିଦଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ତେବେ ନକ୍ସଲମାନଙ୍କୁ ଛଡାଯିବା ନାହିଁ ବୋଲି କହିଛନ୍ତି ବଘେଲ ।

ତେବେ ଦନ୍ତେଓ୍ଵାଡାଥାନା ଅରନପୁର ଅଞ୍ଚଳରେ ନକ୍ସଲ ବିରୋଧୀ ଅଭିଯାନ ପାଇଁ ଡିଆରଜି ଯବାନଙ୍କୁ ପଠାଯାଇଥିଲା । ଏହି ଆକ୍ରମଣ ପରେ ଏବେ ମାଓବାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଘଟଣା ବିଷୟରେ ସୂଚନା ମିଳିବା ପରେ ୨ଟି ଆମ୍ବୁଲାନ୍ସ ସେଠାରେ ପହଞ୍ଚିଛି। ଏହା ସହ ମାଓବାଦୀଙ୍କ ସହ ମୁକାବିଲା କରିବା ପାଇଁ ଡିଆରଜି ଫୋର୍ସର ଯବାନ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡ଼ିଛି।

ସମସ୍ତ ମୃତଦେହକୁ ଉଦ୍ଧାର କରାଯାଇଛି । ଘଟଣା ସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ସହିଦ ହୋଇଥିବା ଯବାନଙ୍କ ମଧ୍ୟରେ ରହିଛନ୍ତି ଜୋଗା ସୋଡି, ମୁନାରାମ କତଡି, ସନ୍ତୋଷ ତାମୋ, ଦୁଲଗ ମରାଣ୍ଡି, ଲଖମୁ ମରକାମ, ହରିରାମ ମଣ୍ଡାବି, ଜଗଦୀପ କବାସୀ, ରାଜୁରାମ କର, ଜୟରାମ ପୋଡିରାମ, ଡ୍ରାଇଭର ଧନୀରାମ ଯାଦବ ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘଟଣା ସମ୍ପର୍କରେ ଖବର ପାଇ ମୁଖ୍ୟମନ୍ତ୍ରୀ ବାଘେଲଙ୍କ ସହ କଥା ହୋଇଥିବା ବେଳେ ଛତିଶଗଡକୁ ସମସ୍ତ ସମ୍ଭାବ୍ୟ ସାହାଯ୍ୟ ଯୋଗାଇ ଦେବାକୁ ଆଶ୍ବାସନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.