ଫୁଟପାଥରେ ଶୋଇଥିବାବେଳେ ଚଢିଗଲା ଟ୍ରକ୍, ୧୩ ଶ୍ରମିକ ମୃତ

ସୁରଟ: ଶୋଇଥିବାବେଳେ ଚାଲିଗଲା ୧୩ ଜୀବନ। ଗୁଜୁରାଟରେ ମର୍ମନ୍ତୁଦ ଦୁର୍ଘଟଣା। ସୁରଟ କୋସମ୍ବାରେ ଟ୍ରକ ଚଢିଯିବାରୁ ୧୩ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତକ ଶ୍ରମିକ ଥିଲେ ଓ ସେମାନେ ରାଜସ୍ଥାନ ବାସିନ୍ଦା।

ସୂଚନା ଥାଉକି, ୧୮ ଜଣ ଶ୍ରମିକ ଫୁଟପାଥରେ ଶୋଇଥିବାବେଳେ ଟ୍ରକ୍‌ ମାଡିଯାଇଥିଲା। ସେମାନଙ୍କ ଭିତରୁ ୧୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ, ୫ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ୫ବର୍ଷର ଶିଶୁ ମଧ୍ୟ ରହିଛି।

ମିଳିଥିବା ଖବର ଅନୁଯାୟୀ, ରାସ୍ତାରେ ଯାଉଥିବା ଏକ ଟ୍ରକ୍‌କୁ ବିପରୀତ ଦିଗରୁ ଆସୁଥିବା ଏକ ଆଖୁ ବୋଝେଇ ଟ୍ରାକ୍ଟରଟି ଆସି ପିଟି ଦେଇଥିଲା। ଯାହାଫଳରେ ଟ୍ରକ୍‌ ଚାଳକ ଜଣକ ନିୟନ୍ତ୍ରଣ ହରାଇ ଫୁଟ୍‌ପାଥ୍‌ ଉପରକୁ ମାଡ଼ି ଯାଇଥିଲେ। ଯାହାଫଳରେ ଏଭଳି ଏକ ଅଘଟଣ ଘଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.