ଅଘଟଣ ପରେ ଅଘଟଣ: ମହାରାଷ୍ଟ୍ରର ଔରଙ୍ଗାବାଦରେ ଟ୍ରେନ୍ ମାଡିଯିବାରୁ ୧୫ରୁ ଉର୍ଦ୍ଧ୍ବ ଶ୍ରମିକ ମୃତ

ମହାରାଷ୍ଟ୍ରର: ଗତକାଲି ଗ୍ଯାସ୍ ଲିକ୍ ଆଜି ଟ୍ରେନ୍ ଦୁର୍ଘଟଣା । ଅଘଟଣ ପରେ ଅଘଟଣ । କରୋନାକୁ ବଳିଯାଉଛି ଏହି ସବୁ ଆକସ୍ମିକ ଘଟଣା । ଆଜି ପୁଣି ଏକ ଛାତି ଥରା ଘଟଣା ଘଟିଥିବା ନେଇ ଖବର ଆସିଛି । ମହାରାଷ୍ଟ୍ରର ଔରଙ୍ଗାବାଦରେ ଟ୍ରେନ୍ ମାଡିଯିବାରୁ, ୧୫ରୁ ଉର୍ଦ୍ଧ୍ବ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ୧୪ ଜଣ ଶ୍ରମିକଙ୍କ ଉପରେ ଏକ ମାଲବାହୀ ଟ୍ରେନ୍ ଚଢିଯାଇଛି । କର୍ମାଡ ଷ୍ଟେସନ ନିକଟରେ ଏହି ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ଘଟିଛି। ଖବର ମୁତାବକ ଛତିଶଗଡକୁ ଏହି ସବୁ ପ୍ରବାସୀ ଶ୍ରମିକମାନେ ଫେରୁଥିଲେ । ସକାଳ ସାଢେ ୬ଟାରେ ଏହି ଦୁର୍ଘଟଣା ଘଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.