Below header

ବିପଦ ଉପରେ ବିପଦ ! ଟ୍ରେନ ଟ୍ରାକ ଉପରେ ଶୋଇଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ମାଡିଗଲା ଟ୍ରେନ, ୧୭ ଜଣଙ୍କର ଚାଲିଗଲା ଜୀବନ

ଔରଙ୍ଗବଦ : ଆଜି ସକାଳୁ ଏକ ଛାତି ଥରା ଘଟଣା ଘଟିଛି। ମହାରାଷ୍ଟ୍ର ଔରଙ୍ଗବଦରେ ରେଳ ଲାଇନ ଉପରେ ଶୋଇଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ମାଡିଗଲା ଟ୍ରେନ। ଫଳରେ ୧୭ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ସକାଳ ୬.୩୦ରେ ଏହି ଅଭାବନୀୟ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ଏମାନେ ସମସ୍ତେ ଫ୍ଲାଏଓଭର ପାଖରେ ଟ୍ରେନ ଟ୍ରାକ ଉପରେ ଶୋଇଥିଲେ। ଏହି ଘଟଣା ଔରଙ୍ଗବଦ ଜାଳନା ରେଲୱେ ଲାଇନରେ ଘଟିଛି। ଘଟଣାସ୍ଥଳରେ କରମାଡ଼ ପୋଲିସ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ ଏହି ଦୁର୍ଘଟଣାରେ ଚାରି ଜଣ ଶ୍ରମିକ ଗମ୍ଭୀର ଭାବେ ଆହତ ହୋଇଛନ୍ତି। ଏମାନେ ସମସ୍ତେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। କୁହାଯାଉଛି ଯେ ଏମାନେ ସମସ୍ତେ MIDC ଔରଙ୍ଗବଦ ରେଳ ଲାଇନ ଉପରେ ଚାଲି ଚାଲି ଯାଉଥିଲେ। ଦିନ ସାରା ଯାତ୍ରା କରିବା ପରେ ରାତିରେ ରେଳ ଧାରଣା ଉପରେ ଶୋଇଥିଲେ। ଜଣେ ଅଧିକାରୀ ଜଣାଇଛନ୍ତି ଏହି ଦୁର୍ଘଟଣା ଏକ ମାଲବାହୀ ଟ୍ରେନ ଯିବା କାରଣରୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.