ସେଲଫି ନେବା ପାଇଁ ଇଞ୍ଜିନ ଉପରେ ଚଢିଥିବା ବେଳେ ଲାଗିଗଲା ହାଇଭୋଲଟେଜ କରେଣ୍ଟ, ସିଧା ଜଳିଗଲା ବାଳକ

ଆଜିକାଲି ମୋବାଇଲ ଧରି ପିଲାମାନେ ସେଲଫି ନେବା ପାଇଁ ଏମିତି ହେଉଛନ୍ତି, ଯେପରି ଆପଣ ଜୀବନରେ କେବେ ଫଟୋ ଉଠାଇପାରିବେ ନାହିଁ। ବେଳେ ବେଳେ ଏହି ଅବହେଳା ଯୋଗୁଁ ପିଲାଙ୍କର ଜୀବନ ମଧ୍ୟ ଚାଲିଯାଉଛି। ଏମିତି ଏକ ଘଟଣା ମଧ୍ୟପ୍ରଦେଶର ଛତ୍ରପୁରରେ ଦେଖିବାକୁ ମିଳିଛି। ଯେଉଁଠି ଜଣେ ୧୬ ବର୍ଷ ପିଲା ସେଲଫି ନେବା ପାଇଁ ଟ୍ରେନ ଇଞ୍ଜିନ ଉପରେ ଚଢିଯାଇଥିଲେ। ଫଳରେ ବିଦ୍ୟୁତ ତାର ଲାଗି ପିଲାର ଜୀବନ ଚାଲିଯାଇଥିଲା।

ଗୁରୁବାର ଦିନ, ମଧ୍ୟପ୍ରଦେଶର ଛତ୍ରପୁରର ସୁହାଲି ମନସୁରୀ ନାମକ ଜଣେ ପିଲା ସେଲଫି ନେବା ପାଇଁ ସଫା ହେବାକୁ ଥିବା ଟ୍ରେନ ଇଞ୍ଜିନ ଉପରେ ଚଢିଯାଇଥିଲେ। ହେଲେ ସେଠାରେ ଟ୍ରେନ ଇଞ୍ଜିନରେ ବିଦ୍ୟୁତ ରହିଥିଲା। ଆଉ ଟ୍ରେନ ଇଞ୍ଜିନ ଉପରେ ଚଢି ସେଲଫି ନେବାକୁ ଚେଷ୍ଟା କରୁଥିବା ବେଳେ ପିଲାଟିର ଜୀବନ କରେଣ୍ଟ ଯୋଗୁଁ ଚାଲିଯାଇଥିଲା।

ଇଞ୍ଜିନ ଉପରେ ଥିବା ହାଇଭୋଲ୍ଟ ବିଦ୍ୟୁତ ତାର ଯୋଗୁଁ ପିଲାଟିର ଜୀବନ ଚାଲିଯାଇଥିଲା ବୋଲି ଆରପିଏଫ ଇନ୍ସପେକ୍ଟର ଜିତେନ୍ଦ୍ର କୁମାର କହିଛନ୍ତି।

ଏହି ଘଟଣା ପରେ ସ୍ଥାନୀୟ ଯୁବକ ଷ୍ଟେସନ ମାଷ୍ଟର ଉପରେ ପଥର ମାଡ କରିଥିଲେ। କିନ୍ତୁ ଏବେ ସ୍ଥିତି ନିୟନ୍ତ୍ରଣାଧିକ ରହିଛି ବୋଲି ପୋଲିସ କହିଛି।

 

Leave A Reply

Your email address will not be published.