କ୍ରିମିଆ ବ୍ରିଜ ବିସ୍ଫୋରଣ ପରେ ୟୁକ୍ରେନ ଉପରେ ମିସାଇଲ ଆକ୍ରମଣ କଲା ରୁଷ; ୧୭ ମୃତ, ୪୦ ଗୁରୁତର

କ୍ରିମିଆ ଏବଂ ରୁଷିଆକୁ ସଂଯୋଗ କରୁଥିବା ବ୍ରିଜ ବିସ୍ଫୋରଣ ପରେ ୟୁକ୍ରେନ ଉପରେ ମିସାଇଲ ଆକ୍ରମଣ କରିଛି ରୁଷ। ମିସାଇଲ ଆକ୍ରମଣରେ ୧୭ ଜଣ ଲୋକ ମୃତ୍ୟୁବରଣ କରିଥିବା ବେଳେ ୪୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ଖବର ମୁତାବକ, ରୁଷ ପକ୍ଷରୁ ଜେପୋରିଜିୟାର କିଛି ଅଞ୍ଚଳରେ ମିସାଇଲ ଆକ୍ରମଣ ହୋଇଛି। ମିସାଇଲ ଆକ୍ରମଷର ୧୭ ଜଣ ଲୋକ ମୃତ୍ୟୁବରଣ କରିଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି।

ନିକଟରେ ୟୁକ୍ରେନ ଯେଉଁ ଚାରିଟି ଭାଗକୁ ନିଜ ଦେଶରେ ସାମିଲ କରିବା ପାଇଁ ଘୋଷଣା କରିଥିଲା ସେଥିମଧ୍ୟରୁ ଜେପୋରିଜିୟା ନାମ ସାମିଲ। କ୍ରିମିଆ-ରୁଷିଆକୁ ସଂଯୋଗ କରୁଥିବା ବ୍ରିଜ୍ ବିସ୍ଫୋରଣରେ ଉଡ଼ିବା ପରେ ଯୁଦ୍ଧ ପରିସ୍ଥିତି ଆଗକୁ ଆହୁରି ଭୟାବହ ହେବ ବୋଲି ଅନୁମାନ କରାଯାଉଛି । ଏହି ବ୍ରିଜ୍ ରୁଷ୍ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ରୁଷ୍ ଅଧିକୃତ କ୍ରିମିଆ ଓ ରୁଷକୁ ସଂଯୋଗ କରୁଥିଲା ଏହି ବ୍ରିଜ୍ । ତେବେ ବ୍ରିଜ ବିସ୍ଫୋରଣ ସମୟର ଦୁଇଟି ଭିଡିଓ ସାମ୍ନାକୁ ଆସିଥିଲା। ଗୋଟିଏ ଭିଡିଓରେ ଟ୍ରେନ୍ ଲାଇନରେ ବିସ୍ଫୋରଣ ପରେ ହୁ ହୁ ହୋଇ ନିଆଁ ଲାଗିଥିଲା। । ତୈଳ ବୋଝେଇ କାର୍ରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା। ସେହିପରି ଟ୍ରେନ୍ ଲାଇନ ପାଖରେ ଯାଇଥିବା ରୋଡରେ ବି ବିସ୍ଫୋରଣ ହୋଇଥିଲା।

ୟୁକ୍ରେନର ୪ ଅଞ୍ଚଳକୁ ରୁଷ୍ ବେଆଇନ୍ ଭାବେ ନିଜ ସୀମାରେ ସାମିଲ ଘୋଷଣା ପରେ ଯୁଦ୍ଧ ନୂଆ ମୋଡ଼ ନେଇଛି । ଦକ୍ଷିଣ ଓ ପୂର୍ବ ୟୁକ୍ରେନରେ ଘମାଘୋଟ ଲଢ଼େଇ ଚାଲିଛି । ଗତ ୨୪ ଘଣ୍ଟାରେ ଦକ୍ଷିଣ ୟୁକ୍ରେନରେ ଆଉ ୮୩ ପୁଟିନ୍ ସୈନ୍ୟଙ୍କୁ ମୃତ୍ୟୁଦଣ୍ଡ ଦେଇଥିବା ଦାବି କରିଛି ୟୁକ୍ରେନ୍ । ଏଯାଏ ଯୁଦ୍ଧରେ ୬୧ ହଜାରରୁ ଅଧିକ ସୈନ୍ୟଙ୍କୁ ହରାଇ ସାରିଲାଣି ମସ୍କୋ ।

ସେହିପରି ରୁଷର ୪ଟି ଟ୍ୟାଙ୍କ, ୪ଟି ହ୍ଵାଇଜର, ଦୁଇଟି ୧୨୦ ଏମଏମ୍ ମୋର୍ଟାର ଓ ୭ଟି ଯୁଦ୍ଧାସ୍ତ୍ର ପରିବହନକାରୀ ଗାଡ଼ିକୁ ଧ୍ୱଂସ କରିଥିବା ୟୁକ୍ରେନ୍ ଦାବି କରିଛି । ଏହାବ୍ୟତୀତ ୩ଟି ଗୁଳିଗୋଳା ଡିପୋକୁ ବି ଉଡ଼ାଇ ଦେଇଥିବା ସୂଚନା ଦେଇଛନ୍ତି ଦକ୍ଷିଣ ୟୁକ୍ରେନର ଅପରେସନାଲ୍ କମାଣ୍ଡ । ସେହିପରି ମାଇକୋଲିଭରେ ରୁଷିଆର ଦୁଇଟି କାମିକାଜ୍ ଡ୍ରୋନକୁ ଗୁଳି ମାରି ଖସାଇଦେଇଛି ୟୁକ୍ରେନ୍ ।

Also Read : କ୍ରିମିଆ ଓ ରୁଷିଆକୁ ସଂଯୋଗ କରୁଥିବା ବ୍ରିଜରେ ବିସ୍ଫୋରଣ, ଘଟଣାର ଭୟଙ୍କର ଦୃଶ୍ୟ କ୍ଯାମେରାରେ କଏଦ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.