କ୍ରିମିଆ ଓ ରୁଷିଆକୁ ସଂଯୋଗ କରୁଥିବା ବ୍ରିଜରେ ବିସ୍ଫୋରଣ, ଘଟଣାର ଭୟଙ୍କର ଦୃଶ୍ୟ କ୍ଯାମେରାରେ କଏଦ

କେନ୍ୟୁଜ: କ୍ରିମିଆ ଓ ରୁଷିଆକୁ ସଂଯୋଗ କରୁଥିବା ବ୍ରିଜରେ ବିସ୍ଫୋରଣ । ଆଜି ସକାଳେ କେର୍ଚ ବ୍ରିଜରେ ଶକ୍ତିଶାଳୀ ବିସ୍ଫୋରଣ ହୋଇଛି । ଯେଉଁ  ସମୟର ଦୃଶ୍ୟ କଏଦ ହୋଇଛି କ୍ଯାମେରାରେ। ଫଟୋ ଦେଖିଲେ ବିସ୍ଫୋରଣ କେତେ ଭୟଙ୍କର ଥିଲା ତାହା ବାରି ହୋଇପଡିବ । ବିସ୍ଫୋରଣ ପରେ ଘଟଣାସ୍ଥଳରେ ପ୍ରବଳ ଧୂଆଁ ଓ ନିଆଁ ବାହାରିଥିଲା ।

ରୁଷ୍‌ ଅଧିକୃତ କ୍ରିମିଆ ଓ ରୁଷକୁ ସଂଯୋଗ କରୁଛି ଏହି ବ୍ରିଜ୍‌ । ଦୁଇଟି ବିସ୍ଫୋରଣର ଚିତ୍ର ସାମନାକୁ ଆସିଛି । ଗୋଟିଏ ଭିଡିଓରେ ଟ୍ରେନ୍‌ ଲାଇନରେ ବିସ୍ଫୋରଣ ପରେ ହୁ ହୁ ହୋଇ ନିଆଁ ଲାଗୁଛି । ତୈଳ ବୋଝେଇ କାର୍‌ରେ ନିଆଁ ଲାଗି ବିସ୍ଫୋରଣ ହୋଇଥିବା ଜଣା ପଡୁଛି । ସେହିପରି ଟ୍ରେନ୍‌ ଲାଇନ ପାଖରେ ଯାଇଥିବା ରୋଡରେ ବି ବିସ୍ଫୋରଣ ହୋଇଛି । ତେବେ କେମିତି ଓ କେଉଁ ପରିସ୍ଥିତିରେ ବ୍ରିଜ୍‌ ଉପରେ ବିସ୍ଫୋରଣ ହେଲା ସ୍ପଷ୍ଟ ହୋଇନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.