ଆସାମ ନିର୍ବାଚନ : ବୁଥରେ ଭୋଟର ସଂଖ୍ୟା ୯୦, ଭୋଟ ପଡ଼ିଛି ୧୭୧

ଗୁଆହାଟି : ନିର୍ବାଚନରେ ଫଲ୍ସ ଭୋଟ ପଡ଼ିବା କିଛ ନୂଆ କଥା ନୁହେଁ । ତେବେ ବେଳେ ବେଳେ ଏମିତି ହୁଏ ଯାହା ଆଖିକୁ ବି ବିଶ୍ୱାସ କରି ହୁଏନି । ଭୋଟର ସଂଖ୍ୟା ଠାରୁ ଅଧିକ ଭୋଟ ବି ପଡ଼ିଥାଏ ବୁଥରେ । ଏମିତି ଏକ ଘଟଣା ଘଟିଛି ଆସାମର ଏକ ପୋଲିଂ ବୁଥରେ । ଏହି ବୁଥ୍‌ ଦିମା ହସାଓ ଜିଲ୍ଲାରେ ଥିବା ଏକ ପୋଲିଂ ବୁଥରେ ଘଟିଛି । ଏହି ବୁଥ୍‌ରେ ଭୋଟରଙ୍କ ସଂଖ୍ୟା ମାତ୍ର ୯୦ ଜଣ ଥିବାବେଳେ ଏଠାରେ ଭୋଟ ପଡ଼ିଥିଲା ୧୭୧ ଟି । ଯାହାକୁ ନେଇ ହଙ୍ଗାମା ସୃଷ୍ଟି ହୋଇଛି ।

ଗତ ୧ ତାରିଖରେ ଦ୍ୱିତୀୟ ଫେଜ୍‌ ଭୋଟ ଚାଲିଥିବା ବେଳେ ଏହି ଘଟଣା ଘଟିଥିଲା । ମୁଖ୍ୟ ପୋଲିଂ ବୁଥ ମୋଲଡାମ୍‌ ଏଲ୍‌ ପି ସ୍କୁଲରେ ହୋଇଥବା ବେଳେ ଏହାର ସହାୟକ ବୁଥ ୧୦୭(ଏ) ଖୋଟ୍‌ଲିର ଏଲ୍‌ ପି ସ୍କୁଲରେ ହୋଇଥିଲା । ଏଠାରେ ଭୋଟର ୯୦ ଜଣ ଥିବାବେଳେ ଭୋଟ୍‌ ୧୭୧ ପଡିଥିଲା । ଏହା ଜଣାପଡ଼ିବା ପରେ ଜିଲ୍ଲା ନିର୍ବାଚନ ଅଧିକାରୀ ୫ ଜଣ ପୋଲିଂ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି । ସେଠାରେ ପୁଣିଥରେ ନିର୍ବାଚନ କରିବାକୁ ବିଚାର କରାଯାଉଛି ବୋଲି ଆୟୋଗ କହିଛନ୍ତି ।

ପ୍ରକାଶଯୋଗ୍ୟ ଯେ ଏହି ବୁଥଟି ହାଫଲଙ୍ଗ ନିର୍ବାଚନ କ୍ଷେତ୍ରରେ ଆସୁଛି । ଗତ ନିର୍ବାଚନରେ ଏଠାରେ ବିଜେପିର ବୀରଭଦ୍ର ହାଗଜେର ଜିତିଥିଲେ । ଏହି ପୋଲିଂ ବୁଥଟି ମୁଖ୍ୟ ବୁଥର ଏକ ସହାୟକ ବୁଥ ଭାବେ ଖୋଲାଯାଇଥିଲା । କରୋନାକୁ ଦୃଷ୍ଟିରେ ରଖି ଜନସଂଖ୍ୟା କମ୍‌ କରିବା ପାଇଁ ଏପରି ନିର୍ଣ୍ଣୟ ନିଆଯାଇଥିଲା । ତେବେ ଏହି ବୁଥ୍‌ରେ ୯୦ ଜଣ ଭୋଟର ଥିବା ବେଳେ ୧୭୧  ଟି ଭୋଟ୍‌ କିପରି ପଡ଼ିଲା ତାହା ସମସ୍ତଙ୍କୁ ଚକିତ କରିଛି । ତେବେ ମୁଖ୍ୟ ବୁଥରୁ କିଛି ଭୋଟର ଆସି ଏଠାରେ ଭୋଟ ଦେଇଥିବା ପ୍ରିଜାଇଡିଂ ଅଫିସର ସଫେଇ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.