ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଟିକାକରଣ ସମୟ ହେଲା ପରିବର୍ତ୍ତନ, ଜାଣନ୍ତୁ କେଉଁ ସମୟରେ ମିଳିବ କୋଭିଡ଼ ଟିକା

କେନ୍ୟୁଜ୍(ବ୍ୟୁରୋ):  ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି  ଟିକାକରଣ ସମୟକୁ ପରିବର୍ତ୍ତନ କଲେ ରାଜ୍ୟ ସରକାର। ସ୍ବାସ୍ଥ୍ୟ ବିଭାଗ ଜାରି କରିଥିବା ବିଜ୍ଞପ୍ତି ମୁତାବକ ରାଜ୍ୟରେ  ଗ୍ରଷ୍ମପ୍ରବାହକୁ ନଜରରେ ରଖି ପ୍ରତିଦିନ ସକାଳ ୮ରୁ ଦିନ ୧୨ଟା, ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ଯାଏଁ ଟିକାକରଣ କରାଯିବ। ଏହା ସହିତ ସନ୍ଧ୍ୟା ୬ଟା ୩୦ ସୁଦ୍ଧା ସବୁ ଜିଲ୍ଲାର ଟିକାକରଣ ରିପୋର୍ଟ ଦାଖଲ ହେବ ।  ଏ ନେଇ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି ।

ସେହିପରି ଟିକାକରଣ କେନ୍ଦ୍ରରେ ଅପେକ୍ଷା ଗୃହ, ଭ୍ୟାକସିନେସନ କକ୍ଷ ସାଙ୍ଗକୁ ପିଇବା ପଣିର  ବ୍ୟବସ୍ଥା କରିବାକୁ କୁହାଯାଇଛି । ଏହା ସହ ମାସ୍କ ବ୍ୟବହାର, ହାତ ଧୋଇବା ବ୍ୟବସ୍ଥା, ସାମାଜିକ ଦୂରତାକୁ ମଧ୍ୟ ଗୁରୁତ୍ୱ ଦେବାକୁ ଚିଠିରେ  ଉଲ୍ଲେଖ କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.