ଭିକ୍ଷାରେ ମିଳୁଥିବା ପଇସାକୁ ଗିଳି ଦେଉଥିଲେ ବୃଦ୍ଧ, ସର୍ଜରୀ କରି ଡାକ୍ତର ବାହାରକଲେ ୧୮୭ଟି କଏନ

କେନ୍ୟୁଜ୍(ବ୍ୟୁରୋ): ପେଟରୁ ବାହାରିଲା ୧୮୭ କଏନ । କର୍ଣ୍ଣାଟକ ରାୟଚୁରର ଜଣେ ୫୮ ବର୍ଷୀୟ ବୃଦ୍ଧଙ୍କ ପେଟରୁ ବାହାରିଲା ଟଙ୍କିକିଆ , ୨ ଟଙ୍କିକିଆ ଓ ୫ ଟଙ୍କିଆ କଏନ । ୨ରୁ ୩ ମାସ ମଧ୍ୟରେ ୧୮୭ଟି କଏନ ଗିଳି ଦେଇଛନ୍ତି ଏହି ବୃଦ୍ଧ । ପେଟରେ ଯନ୍ତ୍ରଣା ଓ ବାନ୍ତି କାରଣରୁ ହନଗଲ ଶ୍ରୀ କୁମାରେଶ୍ୱର ହସ୍ପିଟାଲକୁ ଆସିଥିଲେ ଜଣେ ବୃଦ୍ଧ । ଡାକ୍ତର କରିଥିଲେ ବହୁ ପ୍ରକାର ଟେଷ୍ଟ ।

ଏଣ୍ଡୋସ୍କୋପିରେ ଜଣାପଡିଥିଲା ବୃଦ୍ଧଙ୍କ ପେଟରେ ଅଛି କଏନ । ଶେଷରେ ବୃଦ୍ଧଙ୍କ ସର୍ଜaରୀ କରି ଡାକ୍ତର ବାହାର କରିଛନ୍ତି ୧୮୭ଟି କଏନ । ବୃଦ୍ଧ ଜଣଙ୍କ ମାନସିକ ରୋଗରେ ପୀଡିତ। ଆଗରୁ ସେ ଭିକ ମାଗୁଥିଲେ । ଯାହା ଟଙ୍କା ମିଳୁଥିଲା ତାହାକୁ ସେ ଗିଳିଦେଇ ପାଣି ପିଇଦେଉଥିଲେ । କଏନ ପେଟରେ ମିଳେଇଯିବ ବୋଲି ସେ ଭାବୁଥିଲେ। ଶେଷରେ ଡାକ୍ତର ସର୍ଜରୀ କରି ବୃଦ୍ଧଙ୍କ ଜୀବନ ବଞ୍ଚାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.