ଦିନ ଦ୍ୱିପ୍ରହରରେ ଧାରୁଆ ଅସ୍ତ୍ରରେ ଯୁବତୀଙ୍କୁ ଗୋଡାଇ ଗୋଡାଇ ହାଣିଲେ ଯୁବକ, ଭିଡିଓ ଭାଇରଲ

ଏକତରଫା ପ୍ରେମ କରି ଯୁବତୀଙ୍କୁ ଗୋଡାଇ ଗୋଡାଇ ହାଣିଲେ ଯୁବକ । ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିବା ଯୁବକ ଧାରୁଆ ଅସ୍ତ୍ରରେ ଯୁବତୀଙ୍କୁ ଦିନ ଦ୍ୱିପ୍ରହରରେ ଆକ୍ରମଣ କରିଛନ୍ତି । ମହାରାଷ୍ଟ୍ର ପୁନେରେ ଘଟିଛି ଏମିତି ଘଟଣା । ଯାହାର ଭିଡିଓ ଭାଇରଲ ହୋଇଛି ।

ମହାରାଷ୍ଟ୍ରରେ ପୁଣିଥରେ ଜଣେ ଯୁବତୀଙ୍କୁ ବିଚ୍‌ ରାସ୍ତାରେ ଆକ୍ରମଣ କରିଛନ୍ତି ଜଣେ ଯୁବକ । ହାତରେ ଧାରୁଆ ଅସ୍ତ୍ର ଧରି ଯୁବତୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି ଯୁବକ। ଯୁବତୀ ଜଣକ ତଳେ ପଡିଯାଇଥିବା ବେଳେ ଯୁବକ ଜଣକ ତାଙ୍କୁ ଆକ୍ରମଣ କରିଚାଲିଛନ୍ତି । ପୁନେର ସଦାଶିବ ପୀଠ ଅଞ୍ଚଳ ପେରୁଗେଟ୍‌ ଅଞ୍ଚଳରେ ଏପରି ଘଟଣା ଘଟିଛି। ତେବେ ସ୍ଥାନୀୟ ଲୋକଙ୍କ ସାହସ ଯୋଗୁ ମହିଳା ଜଣଙ୍କ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। ଘଟଣାର ଭିଡିଓ ଭାଇରଲ ହେବାରେ ଲାଗିଛି ।

ପୁନେର ସଦାଶିବ ପୀଠ ଅଞ୍ଚଳ ପେରୁଗେଟ୍‌ ଅଞ୍ଚଳରେ ୨୦ ବର୍ଷୀୟ ଛାତ୍ରୀଙ୍କୁ ଦିନ ଦ୍ୱିପ୍ରହରରେ ଆକ୍ରମଣ କରିଛି ଜଣେ ଯୁବକ । ଶାନ୍ତନୁ ଲକ୍ଷ୍ମଣ ଯାଦବ ନାମକ ଯୁବକ ଏକତରଫା ପ୍ରେମ କରି ଯୁବତୀଙ୍କ ସହିତ କଥା ହେବାକୁ ଚେଷ୍ଟା କରିଥିଲେ । ଯୁବତୀ ଜଣକ ମନା କରିବାରୁ ତାଙ୍କୁ ଏକ ଧାରୁଆ ଅସ୍ତ୍ର ଧରି ଆକ୍ରମଣ କରିବାକୁ ଲାଗିଥିଲେ । ଯୁବତୀ ଜଣକ ଦୌଡି ଯିବା ବେଳେ ତଳେ ପଡିଯାଇଥିବା ପରେ ମଧ୍ୟ ଯୁବତୀଙ୍କୁ ଛାଡିନଥିଲେ । ଆକ୍ରମଣରେ ଯୁବତୀ ଜଣକ ଆହତ ହେବା ପରେ ସ୍ଥାନୀୟ ଲୋକେ ଯୁବତୀଙ୍କୁ ବଞ୍ଚାଇଥିଲେ ।

ଭିଡିଓରେ ଦେଖିବାକୁ ମିଳିଛି କି, ଯୁବକ ଜଣକ ପ୍ରଥମେ ସ୍କୁଟିରେ ଆସୁଥିବା ଯୁବତୀଙ୍କୁ ଅଟକାଇଥିଲେ । ଏହାପରେ କିଛି କଥା ହେବାକୁ ଚେଷ୍ଟା କରିଥିଲେ । ଯୁବତୀ ଜଣକ କଥା ନହେବାରୁ ସେ ନିଜ ପାଖରେ ଥିବା ଧାରୁଆ ଅସ୍ତ୍ର ଧରି ଆକ୍ରମଣ କରିଥିଲେ । ଆକ୍ରମଣରୁ ବର୍ତ୍ତିବା ପାଇଁ ଯୁବତୀ ଜଣକ ସ୍କୁଟି ଛାଡି ରାସ୍ତାରେ ଦୌଡିଥିଲେ । ଆଉ ଯୁବକ ଜଣକ ତାଙ୍କୁ ପିଛା କରି ହାଣିବାକୁ ଉଦ୍ୟମ କରୁଥିଲେ । ତା’ ପରେ ଯୁବତୀ ଜଣକ ତଳେ ପଡିଯାଇଥିଲେ । ଆଉ ଶାନ୍ତନୁ ତାଙ୍କୁ ଆକ୍ରମଣ କରିଚାଲିଥିଲେ ।

ହେଲେ କିଛି ସମୟ ପରେ ସ୍ଥାନୀୟ ଲୋକେ ସାହାସ ଦେଖାଇ ଯୁବକଙ୍କୁ କାବୁ କରି ପୋଲିସକୁ ଖବର ଦେଇଥିଲେ । ପୋଲିସ ତୁରନ୍ତ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ଆକ୍ରମଣ କରିଥିବା ଯୁବକକୁ ଗିରଫ କରିଛି । ତା’ ବିରୋଧରେ ଧାରା ୩୦୭ରେ ମାମଲା ରୁଜୁ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.