ମହାରାଷ୍ଟ୍ର: ‘ବୀର ସାବରକର ସେତୁ’ ହେଲା ଭର୍ସୋଭା-ବାନ୍ଦ୍ରା ସି ଲିଙ୍କ୍‌, ଟ୍ରାନ୍ସ ହାର୍ବର୍‌ ଲିଙ୍କ୍‌ ହେଲା ‘ଅଟଳ ବ୍ରିଜ୍‌’

ମହାରାଷ୍ଟ୍ର ସରକାର ଭର୍ସୋଭା-ବାନ୍ଦ୍ରା ସି ଲିଙ୍କ୍‌ର ନାମ ବଦଳାଇ ‘ବୀର ସାବରକର ସେତୁ’ କରିଛନ୍ତି। ମୁମ୍ବାଇ ଟ୍ରାନ୍ସ ହାର୍ବର୍‌ ଲିଙ୍କ୍‌ର ନାମ ମଧ୍ୟ ବଦଳାଯାଇ ‘ଅଟଳ ବିହାରୀ ବାଜପେୟୀ ସ୍ମୃତି ସେତୁ’ କରି ଦିଆଯାଇଛି।

ମହାରାଷ୍ଟ୍ର ସରକାର ଭର୍ସୋଭା-ବାନ୍ଦ୍ରା ସି ଲିଙ୍କ୍‌ର ନାମ ବଦଳାଇ ‘ବୀର ସାବରକର ସେତୁ’ କରିଛନ୍ତି। ମୁମ୍ବାଇ ଟ୍ରାନ୍ସ ହାର୍ବର୍‌ ଲିଙ୍କ୍‌ର ନାମ ମଧ୍ୟ ବଦଳାଯାଇ ‘ଅଟଳ ବିହାରୀ ବାଜପେୟୀ ସ୍ମୃତି ସେତୁ’ କରି ଦିଆଯାଇଛି।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗତ ମାସରେ ଘୋଷଣା କରିଥିଲେ ଯେ ମୁମ୍ବାଇରେ ଆଗାମୀ ବାନ୍ଦ୍ରା-ଭର୍ସୋଭା ସମୁଦ୍ର ଲିଙ୍କ୍‌ର ନାମ ହିନ୍ଦୁତ୍ୱ ବିଚାରକ ଦିବଂଗତ ଭି.ଡି ସାବରକରଙ୍କ ନାମରେ ନାମିତ ହେବ। ସେ ଆହୁରି ମଧ୍ୟ କହିଥିଲ ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଉଥିବା ବୀରତା ପୁରସ୍କାର ଭଳି ଏକ ରାଜ୍ୟସ୍ତରୀୟ ବୀରତା ପୁରସ୍କାର ମଧ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ନାମରେ ନାମିତ ହେବ।

କହି ରଖୁଛୁ, ମେ ୨୮ରେ ସାବରକରଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବାନ୍ଦ୍ରା-ଭର୍ସୋଭା ସିଲ୍ ଲିଙ୍କ୍‌ ସାବରକରଙ୍କ ନାମରେ ନାମିତ ହେବ। କେନ୍ଦ୍ର ସରକାରଙ୍କ ବୀରତା ପୁରସ୍କାର ଭଳି ମହାରାଷ୍ଟ୍ର ସରକାର ମଧ୍ୟ ସାବରକର ବୀରତା ପୁରସ୍କାର ପ୍ରତିଷ୍ଠା କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.