ସେନ୍ସର ବୋର୍ଡ ସାର୍ଟିଫିକେଟ ନଦେବା ପରେ ବି ରିଲିଜ ହେଲା ‘72 Hoorain’ ଟ୍ରେଲର

ଟ୍ରେଲରକୁ ରିଲିଜ କରିବା ପାଇଁ ସେଣ୍ଟ୍ରାଲ ବୋର୍ଡ ଅଫ ଫିିଲ୍ମ ସାର୍ଟିଫିକେସନ ଅନୁମତି ଦେଇନଥିଲା । ସେମାନଙ୍କ କହିବା ଅନୁସାରେ ଦର୍ଶକମାନଙ୍କ ସମ୍ବେଦନଶୀଳତାକୁ ନଜରରେ ରଖି ଏହି ଫିଲ୍ମର ଟ୍ରେଲର ରିଲିଜ ପାଇଁ ଅନୁମତି ଦିଆଯାଇ ନାହିଁ । କିନ୍ତୁ ସିବିଏଫସି ର ଏହି ନିଷ୍ପତ୍ତି ପରେ ପିଲ୍ମର କୋ- ପ୍ରଡ୍ୟୁସର ଅଶୋକ ପଣ୍ଡିତ ଅସନ୍ତୋଷ ବ୍ୟକ୍ତ କରିବା ସହ ଅନେକ ଅଭିଯୋଗ କରିଛନ୍ତି ।

ସେନ୍ସର ବୋର୍ଡ଼ ସାର୍ଟିଫିକେଟ ନଦେବା ପରେ ମଧ୍ୟ ‘72 Hoorain’ ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଏହି ଫିଲ୍ମର ଟ୍ରେଲର ରିଲିଜକୁ ନେଇ ଅନୁମତି ନମିଳିବା ପରେ ମଧ୍ୟ ଫିଲ୍ମ ମେକର୍ସ ଏହାର ଟ୍ରେଲରକୁ ଡିଜିଟାଲ ରିଲିଜ କରିଛନ୍ତି । ୨ ମିନିଟ ୩୧ ସେକେଣ୍ଡର ଏହି ଟ୍ରେଲରରେ ଭୟଙ୍କର ଦୃଶ୍ୟ ରହିଛି । ଏହି ଟ୍ରେଲରରେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକଙ୍କ ବ୍ରେନ ଓ୍ଵାସ କରି ସେମାନଙ୍କୁ ‘ହ୍ୟୁମାନ ବମ୍ବର’ ଭାବେ ପ୍ରସ୍ତୁତ କରାଯାଇଥିବା ଦେଖିବାକୁ ମିଳିଛି । ଟ୍ରେଲରରେ କେବଳ ହୃଦୟଥରା ଦୃଶ୍ୟ ରହିଛି ତାହା ନୁହେଁ ଏହି ଫିଲ୍ମରେ ଯେଉଁ ଶବ୍ଦ ବ୍ୟବହାର କରାଯାଇଛି ତାକୁ ନେଇ ବିବାଦ ସୃଷ୍ଟି ହୋଇପାରେ ।

ଏହି ଟ୍ରେଲରରେ ଦୁନିଆର କଳା ସତକୁ ଦେଖାଯାଇଛି । ଟ୍ରେଲରରେ ଦେଖାଯାଇଛି ଯେ, ଆତଙ୍କବାଦୀମାନେ କିପରି ଲୋକଙ୍କ ବ୍ରେନ ଓ୍ଵାସ କରିଛନ୍ତି ଏବଂ ସାଧାରଣ ଲୋକଙ୍କୁ ଅନ୍ୟ ମାନଙ୍କ ଜୀବନ ନେବା ପାଇଁ ବାଧ୍ୟ କରୁଛନ୍ତି । ଏହି ଟ୍ରେଲରରେ ମୁମ୍ବାଇର ଗେଟୱେ ଅଫ ଇଣ୍ଡିଆରେ ହୋଇଥିବା ବିସ୍ଫୋରଣକୁ ଦେଖାଯାଇଛି । ବିସ୍ଫୋରଣ ପରେ ଦେଖିବାକୁ ମିଳିଥିବା ଦୃଶ୍ୟ ଅତ୍ୟନ୍ତ ଭୟଙ୍କର ରହିଛି ।

ଏହି ଟ୍ରେଲରକୁ ରିଲିଜ କରିବା ପାଇଁ ସେଣ୍ଟ୍ରାଲ ବୋର୍ଡ ଅଫ ଫିିଲ୍ମ ସାର୍ଟିଫିକେସନ ଅନୁମତି ଦେଇନଥିଲା । ସେମାନଙ୍କ କହିବା ଅନୁସାରେ ଦର୍ଶକମାନଙ୍କ ସମ୍ବେଦନଶୀଳତାକୁ ନଜରରେ ରଖି ଏହି ଫିଲ୍ମର ଟ୍ରେଲର ରିଲିଜ ପାଇଁ ଅନୁମତି ଦିଆଯାଇ ନାହିଁ । କିନ୍ତୁ ସିବିଏଫସି ର ଏହି ନିଷ୍ପତ୍ତି ପରେ ପିଲ୍ମର କୋ- ପ୍ରଡ୍ୟୁସର ଅଶୋକ ପଣ୍ଡିତ ଅସନ୍ତୋଷ ବ୍ୟକ୍ତ କରିବା ସହ ଅନେକ ଅଭିଯୋଗ କରିଛନ୍ତି । ତାଙ୍କ କହିବା ଅନୁସାରେ ଏହା ଏକ ନେସନାଲ ଆଓ୍ଵାର୍ଡ ଓ୍ଵିନିଂ ଫିଲ୍ମ । ଫିଲ୍ମ ପାଇଁ ସେନ୍ସର ବୋର୍ଡ ସାର୍ଟିଫିକେଟ ଜାରି କରିଛି । ତେବେ ଫିଲ୍ମରେ ଦିଆଯାଇଥିବା ସମାନ ଭିଜୁଆଲ ଟ୍ରେଲରେ ଥିବା ପରେ ମଧ୍ୟ ଏହା କିପରି ରିଜେକ୍ଟ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.