କୁନୋରେ ଉତ୍ସବ…; ବର୍ଷକର ହେଲା ‘ମୁଖି’, ନିଜର ପ୍ରଥମ ଜନ୍ମଦିନରେ କେକ୍‌ କାଟିବ ଚିତା ଶାବକ

ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଜି ଖୁସିର ଦିନ । ଭାରତରେ ଜନ୍ମିତ ଚିତା ଶାବକର ଆଜି ହେଉଛି ପ୍ରଥମ ଜନ୍ମଦିନ ।

ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଜି ଏକ ଖୁସିର ଦିନ । ଭାରତରେ ଜନ୍ମିତ ଚିତା ଶାବକର ଆଜି ହେଉଛି ପ୍ରଥମ ଜନ୍ମଦିନ । ଚିତା ଛୁଆର ଜନ୍ମଦିନକୁ ନେଇ କୁନୋରେ ଉତ୍ସବର ମାହୋଲ । ନାମ୍ବିଆରୁ ଅଣାଯାଇଥିବା ଚିତା ‘ଜ୍ୱାଲା’ ଏଠାରେ ୨୦୨୩ ମାର୍ଚ୍ଚ ୨୯ରେ ୪ ଶାବକଙ୍କୁ ଜନ୍ମ ଦେଇଥିଲା । ଏହି ଶାବକମାନଙ୍କ ମଧ୍ୟରୁ ୩ଟି ଶାବକ ମେ’ ମାସରେ ଆଖି ବୁଜିଦେଇଥିଲେ । ଚତୁର୍ଥ ଶାବକକୁ ଚିତା ଦେଖାଶୁଣା କରୁଥିବା ଟିମ୍‌ କୌଣସି ମତେ ବଞ୍ଚାଇ ନେଇଥିଲେ ।

ତିନୋଟି ଶାବକଙ୍କ ମୃତ୍ୟୁ ପରେ କୁନୋ କର୍ତ୍ତୃପକ୍ଷ ଚତୁର୍ଥ ଶାବକକୁ ଜ୍ୱାଲାଠାରୁ ଦୂରେଇ ନେଇ ଡାକ୍ତରଖାନା ସ୍ଥାନାନ୍ତର କରିଥିଲେ । ଏଠାରେ ଟିମ୍‌ ବାଘ ଛୁଆ ଉପରେ ତୀକ୍ଷ୍ଣ ନଜର ରଖିଥିଲେ । ଏତିକି ନୁହେଁ, ଛୁଆକୁ ଛେଳି କ୍ଷୀର ପିଆଇ ବଡ଼ କରାଯାଇଥିଲା । ଆଜି ଏହି ଶାବକକୁ ୧ ବର୍ଷ ପୂରଣ ହୋଇଛି ।

କୁନୋ ପାର୍କରେ ବାଘ ଛୁଆର ଜନ୍ମଦିନ ଧୁମ୍‌ଧାମରେ ପାଳନ କରାଯିବ । ପ୍ରଥମ ଜନ୍ମଦିନ ଅବସରରେ ଚିତା ମିତ୍ରମାନଙ୍କ ସହିତ କେକ୍‌ କଟାଯାଇ ମିଠା ବଣ୍ଟନ କରାଯିବ । ଏହା ସହିତ ୧ ବର୍ଷ ପୂରଣ କରିଥିବା ଏହି ଶାବକର ନାମକରଣ ମଧ୍ୟ ହେବ । ଅବଶ୍ୟ, ଏହି ବାଘ ଛୁଆଟିକୁ ବର୍ତ୍ତମାନ ‘ମୁଖି’ ନାଁରେ ଡକାଯାଉଛି ।

ସେପଟେ ନିକଟରେ ଜ୍ୱାଲା ଦ୍ୱିତୀୟ ଥର ୬ ଶାବକଙ୍କୁ ଜନ୍ମ ଦେଇଛି । ଏବେ କୁନୋରେ ଚିତା ସଂଖ୍ୟା ୨୭ ଥିବାବେଳେ ଶାବକଙ୍କ ସଂଖ୍ୟା ରହିଛି ୧୪ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.