ଶାନ୍ତି ଶୃଙ୍ଖଳାର ସହିତ ପାଳନ ହେଲା ଦୋଳ ଉତ୍ସବ, ଦେଖିବାକୁ ମିଳିଥିଲା ଭକ୍ତମାନଙ୍କ ଭିଡ

ବ୍ରାହ୍ମଣ ଗାଁର ଏହି ଦୋଳ ମେଳଣ ହେଉଛି ୫୨୪ ବର୍ଷର ମେଳଣ ପର୍ବ । ୧୫ ଶହ ଖ୍ରୀଷ୍ଟାବ୍ଦରେ ଏହ ପର୍ବ ଆରମ୍ଭ ହୋଇଥିଲା । ଚୈତନ୍ୟ ମହାପ୍ରଭୁଙ୍କ ଓଡିଶା ଆଗମନ ଦିନରୁ ଏହି ମେଳଣ ପର୍ବ ପାଳନ ହୋଇ ଆସୁଅଛି ।

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକସ୍ଥିତ ବ୍ରାହ୍ମଣ ଗାଁର ବାବା ପ୍ରସନ୍ନ କ୍ଷେମେଶ୍ଵର ମହାଦେବ ମନ୍ଦିରରେ ପାଳିତ ହୋଇଛି ମେଳଣ ପର୍ବ । ହରଙ୍କ ଠାରୁ ହରି ଅବିର ନେବା ପାଇଁ ଲାଗିଥିଲା ଲୋକଙ୍କ ଲମ୍ୱା ଲାଇନ । ବାଜା ବଜାଇ ମେଳଣ ପର୍ବକୁ ଉପଭୋଗ କରିଛନ୍ତି ହଜାର ହଜାର ଭକ୍ତ । ବିଭିନ୍ନ ପ୍ରକାର ଆଲୋକ ମାଳାରେ ସଜ୍ଜା ଯାଇଥିଲା ବିମାନ । ଭକ୍ତଙ୍କ ଆକର୍ଷଣ ପାଇଁ ନାନା ଜାତିର ଫୁଲରେ ପୋତି ହୋଇଥିଲେ ଠାକୁର । ବିମାନକୁ ସୋଲ ସୁକ୍ଷ୍ମ କାରୁକାର୍ଯ୍ୟରେ ସଜ୍ଜା ଯାଇଥିଲା । ବିନା ଦ୍ଵିଧାରେ ଭକ୍ତମାନେ କାନ୍ଧରେ ଟେକି ଟେକି ବିମାନକୁ ନେଇଥିଲେ । ଶାନ୍ତି ଶୃଙ୍ଖଳାର ସହିତ ପାଳନ ହୋଇଯାଇଛି ଦୋଳ ଉତ୍ସବ । ବ୍ରାହ୍ମଣ ଗାଁ ମେଳଣ ପଡିଆରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭକ୍ତମାନଙ୍କ ଭିଡ ଦେଖିବାକୁ ମିଳିଥିଲା । ଶାନ୍ତି ଶୃଙ୍ଖଳାକୁ ଆଖି ଆଗରେ ରଖି ପୋଲିସ ପକ୍ଷରୁ ବ୍ୟାପକ କଡାକଡି ବ୍ୟବସ୍ଥା କରାଯାଇଥିଲା |

ବ୍ରାହ୍ମଣ ଗାଁର ଏହି ଦୋଳ ମେଳଣ ହେଉଛି ୫୨୪ ବର୍ଷର ମେଳଣ ପର୍ବ । ୧୫ ଶହ ଖ୍ରୀଷ୍ଟାବ୍ଦରେ ଏହ ପର୍ବ ଆରମ୍ଭ ହୋଇଥିଲା । ଚୈତନ୍ୟ ମହାପ୍ରଭୁଙ୍କ ଓଡିଶା ଆଗମନ ଦିନରୁ ଏହି ମେଳଣ ପର୍ବ ପାଳନ ହୋଇ ଆସୁଅଛି । ବାବା ପ୍ରସନ୍ନ କ୍ଷେମେଶ୍ଵର ହେଉଛନ୍ତି ପାତାଳି ମହାଦେବ । ତାଙ୍କ ପାଖରେ ଅବିର ଲାଗି ହେବା ପରେ ହର ହରିଙ୍କ ଠାରେ ଏ ମେଳଣ ପର୍ବ ପାଳନ ହୋଇଥାଏ । ରାଧାମାଧବ ଜୀଉ ଏ ମେଳଣର ମୁଖ୍ୟ ଠାକୁର ।

୫ ଗୋଟି ବିମାନକୁ ନେଇ ଆରମ୍ଭ ହୋଇଥିବା ମେଳଣ ଉତ୍ସବ ଆଜି ୪୩ ଗୋଟି ବିମାନରେ ପହଞ୍ଚିଛି । ଠାକୁର ବାଡ଼ିଆମାନେ ବିମାନର ଦାୟିତ୍ୱ ନେଇଥାଆନ୍ତି । ହୋଲିର ଏହି ମେଳଣ ଉତ୍ସବ ମଣିଷର ମାନବବାଦର ପର୍ବ ଭାବେ ପାଳନ କରାଯାଏ । ଏଠାରେ ଶାନ୍ତି ମୈତ୍ରୀର ମନ୍ତ୍ର ବୁଣିବା ସହିତ ଏକତା ସୃଷ୍ଟି କରାଯାଇ ଥାଏ । ବ୍ରାହ୍ମଣ ଗାଁର ଏହି ଉତ୍ସବ ଏକ ଗଣ ଉତ୍ସବରେ ପରିଣତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.