ସାମ୍ନାକୁ ଆସିଲା ଦିଲଜିତ ଓ ପରିଣୀତିଙ୍କ ଫିଲ୍ମ ‘ଚମକିଲା’ର ଟ୍ରେଲର, ଖୁବ୍ ଶୀଘ୍ର ଓଟିଟି ପ୍ଲାଟଫର୍ମରେ ହେବ ରିଲିଜ୍
ଫିଲ୍ମ ‘ଅମର ସିଂ ଚମକିଲା’ର ଟ୍ରେଲର ରିଲିଜ୍ ହୋଇଛି । ଟ୍ରେଲରରେ ପଞ୍ଜାବୀ ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀର ପ୍ରସିଦ୍ଧ ସଂଗୀତକାର ଅମର ସିଂ ଚମକିଲାଙ୍କ ଚରିତ୍ରରେ ଦିଲଜିତ୍ ନଜର ଆସିଛନ୍ତି । ପଞ୍ଜାବର ଏହି ସୁପରଷ୍ଟାରଙ୍କ ଷ୍ଟୋରି ଏହି ଫିଲ୍ମରେ ଦେଖିବାକୁ ମିଳିବ । ତେବେ ଏହି ଫିଲ୍ମଟି ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ୍ ହେବ ।

ଦିଲଜିତ ଦୋସାଞ୍ଜ ଓ ପରିଣୀତି ଚୋପ୍ରାଙ୍କ ମୋଷ୍ଟ ଅପ୍ଡେଟ୍ ଫିଲ୍ମ ‘ଅମର ସିଂ ଚମକିଲା’ର ଟ୍ରେଲର ରିଲିଜ୍ ହୋଇଛି । ଟ୍ରେଲରରେ ପଞ୍ଜାବୀ ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀର ପ୍ରସିଦ୍ଧ ସଂଗୀତକାର ଅମର ସିଂ ଚମକିଲାଙ୍କ ଚରିତ୍ରରେ ଦିଲଜିତ୍ ନଜର ଆସିଛନ୍ତି । ତେବେ ଅମର ସିଂ ଚମକିଲା ପଞ୍ଜାବୀ ଇଣ୍ଡଷ୍ଟ୍ରୀର ବହୁତ ବଡ ଲୋକ, ଯାହାଙ୍କ ନାମ ସଂଗୀତ ଜଗତରେ ବହୁତ ଶୁଣିବାକୁ ମିଳିଥାଏ । ଗୋଟିଏ ସମୟ ଥିଲା ଯେତେବେଳେ ତାଙ୍କ ନାମ ଇଣ୍ଡଷ୍ଟ୍ରୀରେ ପ୍ରସିଦ୍ଧ ଥିଲା । ସେ ପଞ୍ଜାବର ହାଇଏଷ୍ଟ ପେଡ୍ ଆଟିଷ୍ଟ ଥିଲେ । ପଞ୍ଜାବର ଏହି ସୁପରଷ୍ଟାରଙ୍କ ଷ୍ଟୋରି ଏହି ଫିଲ୍ମରେ ଦେଖିବାକୁ ମିଳିବ । ତେବେ ଏହି ଫିଲ୍ମଟି ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ୍ ହେବ । ଏହି ଫିଲ୍ମ ନିର୍ଦ୍ଦେଶନା ଦେଇଛନ୍ତି ଇମତିଆଜ ଅଲି । ଫିଲ୍ମ ‘ଚମକିଲା’ ଏପ୍ରିଲ୍ ୧୨ରେ ନେଟଫ୍ଲିକ୍ସରେ ରିଲିଜ ହେବ । ରିଲିଜ ହୋଇଥିବା ଟ୍ରେଲରରେ ଦିଲଜିତ ଦୋସାଞ୍ଜ ଓ ପରିଣୀତି ଚୋପ୍ରାଙ୍କ ଚମତ୍କାର ଅଭିନୟ ଦେଖିବାକୁ ମିଳିଛି । ଟ୍ରେଲରରେ ଦିଲଜିତ ଅମର ସିଂ ଚମକିଲାଙ୍କ ଚରିତ୍ରରେ ସଂପୂର୍ଣ୍ଣ ରୂପେ ନଜର ଆସୁଛନ୍ତି । ଯେତେବେଳେ କି ପାରିନୀତି ଚୋପ୍ରା ଏକ ଲାଜୁଆ ଝିଅ ଭାବରେ ନଜର ଆସିଛନ୍ତି ।
ଫିଲ୍ମ ‘ଚମକିଲା’ ର ଟ୍ରେଲରରେ ଆପଣ ଦେଖିପାରିବେ ଯେ ଚମକିଲାଙ୍କ ଚରିତ୍ର ବିରୁଦ୍ଧରେ ଲଗାତାର ଅଭିଯୋଗ ଆସୁଛି । ଟ୍ରେଲରରେ ଏହା ଦର୍ଶାଯାଇଛି ଯେ ଚମକିଲା ଅଶ୍ଳୀଳ ଗୀତ ତିଆରି କରିଥିବା ଯୋଗୁ ଅଭିଯୋଗ ହୋଇଛି । ଏହା ପରେ ମଧ୍ୟ ସେ ଗୀତ ଗାଇବା ବନ୍ଦ କରିନଥିଲେ । ତେବେ ସେ ଏପରି ମଧ୍ୟ କହିଥିଲେ ଯେ ବନ୍ଧୁକଧାରୀଙ୍କୁ ମଧ୍ୟ ସେ ଭୟ କରନ୍ତି ନାହିଁ ଏବଂ ବନ୍ଧୁକଧାରୀଙ୍କ କାମ ହେଉଛି ବନ୍ଧୁକ ଚଳାଇବା ଏବଂ ମୋର କାମ ହେଉଛି ଗୀତ ଗାଇବା ।
ପଞ୍ଜାବରେ ଏପରି ସମୟ ଥିଲା ଯେତେବେଳେ ଅମର ସିଂ ଚମକିଲା ଲୋକଙ୍କ ମନରେ ରାଜ୍ କରୁଥିଲେ । ପଞ୍ଜାବର ଲୋକଙ୍କ ମଧ୍ୟରେ ତାଙ୍କର ଗୀତର ବହୁତ ଲୋକପ୍ରିୟ ଥିଲା । ଇଣ୍ଡଷ୍ଟ୍ରୀର ବଡ ଅଭିନେତାମାନେ ତାଙ୍କ ଷ୍ଟାରଡମ୍ ଯୋଗୁ ଭୟାଭୀତ ହେଉଥିଲେ । ସେ ‘ପହଲେ ଲଲକାରେ ନାଲ୍’, ଭକ୍ତି ଗୀତ ‘ବାବା ତେରା ନାନକାନା’ ପରି ଅନେକ ପ୍ରସିଦ୍ଧ ଗୀତ ରଚନା କରିଛନ୍ତି । ତେବେ ଫ୍ୟାନ୍ସମାନେ ସେହି ସମୟରେ ଏହି ଗୀତଗୁଡ଼ିକୁ ବହୁତ ଆଗ୍ରହ ସହିତ ଶୁଣୁଥିଲେ ।
ତେବେ ପଞ୍ଜାବୀ ଇଣ୍ଡଷ୍ଟ୍ରୀରେ ଏପରି ଏକ ସମୟ ଆସିଲା, ଯେତେବେଳେ କିଛି ଲୋକ ଅମର ସିଂ ଚମକିଲାଙ୍କୁ ଗୁଳିରେ ହତ୍ୟା କରିଥିଲେ । ଏହା ହେଉଛି ୧୯୮୮ର କାହାଣୀ ଯେତେବେଳେ ଅମର ସିଂ ତାଙ୍କ ପତ୍ନୀ ଅମରଜୋତିଙ୍କ ସହ ଷ୍ଟେଜ୍ ସୋ ପାଇଁ ଯାଉଥିଲେ । ସେହି ସମୟରେ ବାଇକ୍ରେ କିଛି ଲୋକ ଆସି ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହି ଦୁର୍ଘଟଣାରେ ତାଙ୍କ ପତ୍ନୀ ମଧ୍ୟ ପ୍ରାଣ ହରାଇଥିଲେ । ଏହି କଥାକୁ ବର୍ଷ ବର୍ଷ ବିତିଗଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ ଆଟାକ୍ କରିଥିବା ଲୋକମାନଙ୍କୁ ଧରା ଯାଇନାହିଁ । ତେବେ ପଞ୍ଜାବର କିଛି ଲୋକ କହିଛନ୍ତି ଯେ ଏହା ପଛରେ ଶିଖ ମାଓବାଦୀମାନେ ଥିଲେ । ଏହି ଫିଲ୍ମରେ ଅମର ସିଂ ଚମକିଲା ଭୂମିକାରେ ଦିଲଜିତ ଦୋସାଞ୍ଜ ନଜର ଆସିବେ । ସେହିପରି ପରିଣୀତି ଚୋପ୍ରା ଅମରଜୋତି କୌରଙ୍କ ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଦିଲଜିତ ଦୋସାଞ୍ଜ ଓ ପରିଣୀତି ଚୋପ୍ରା ଏକାଠି କାମ କରୁଥିବା ନଜର ଆସିବେ ।
ଦିଲଜିତ ଦୋସାଞ୍ଜଙ୍କ ଫିଲ୍ମ ‘ଚମକିଲା’ ସିନେମା ହଲ୍ରେ ରିଲିଜ୍ ହେବ ନାହିଁ, ବରଂ ଏହା OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ । ତେବେ ଫିଲ୍ମର ରିଲିଜ୍ ଡେଟ୍ ମଧ୍ୟ ସାମ୍ନାକୁ ଆସିଛି । ଏପରି ଭାବେ ଦିଲଜିତ ଦୋସାଞ୍ଜ ଓ ପରିଣୀତି ଚୋପ୍ରାଙ୍କ ଯୋଡି ଏପ୍ରିଲ ୧୨ ରେ ଡେବ୍ୟୁ କରିବାକୁ ଯାଉଛି । ଏହା ସହ ଦେଖିବାରେ ଅଛି ଯେ ଏହି ଫିଲ୍ମଟି ଦର୍ଶକଙ୍କୁ କେତେ ପସନ୍ଦ ଆସୁଛି । ଏହି ଭିଡିଓଟି ଇନ୍ଷ୍ଟାଗ୍ରାମ ଆକାଉଣ୍ଟ netflixରେ ସେୟାର କରାଯାଇଛି ।
View this post on Instagram