‘ଏହା ଟ୍ୟାକ୍ସ ଆତଙ୍କବାଦ…’; ଆୟକର ବିଭାଗ କଂଗ୍ରେସକୁ ନୋଟିସ୍‌ ପଠାଇ ମାଗିଲା ୧୮୦୦ କୋଟି ଟଙ୍କା

କଂଗ୍ରେସକୁ ଆୟକର ବିଭାଗରୁ ପୁଣି ବଡ଼ ଝଟ୍‌କା ଲାଗିଛି । ଟ୍ୟାକ୍ସ ଅନିୟମିତତାକୁ ନେଇ ଦଳକୁ ପାଖାପାଖି ୧୮୦୦ କୋଟି ଟଙ୍କାର ନୋଟିସ୍‌ ପଠାଯାଇଛି ।

କଂଗ୍ରେସକୁ ଆୟକର ବିଭାଗରୁ ପୁଣି ବଡ଼ ଝଟ୍‌କା ଲାଗିଛି । ଟ୍ୟାକ୍ସ ଅନିୟମିତତାକୁ ନେଇ ଦଳକୁ ପାଖାପାଖି ୧୮୦୦ କୋଟି ଟଙ୍କାର ନୋଟିସ୍‌ ପଠାଯାଇଛି । ୨୦୧୭-୨୦୧୮ ଏବଂ ୨୦୨୦-୨୦୨୧ ମୂଲ୍ୟାଙ୍କନ ବର୍ଷ ପାଇଁ ଏହି ନୋଟିସ୍‌ ପଠାଯାଇଛି ।

କଂଗ୍ରେସ କୋଷାଧ୍ୟକ୍ଷ ଅଜୟ ମାକନ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଇନ୍‌କମ ଟ୍ୟାକ୍ସ ନୋଟିସ୍‌ ପଠାଇ କଂଗ୍ରେସକୁ ୧,୮୨୩.୦୮ କୋଟି ଟଙ୍କା ଜରିମାନା ଭରିବାକୁ କହିଛି । ସେ କହିଛନ୍ତି, ଯେଉଁ ମାପଦଣ୍ଡ ଆଧାରରେ କଂଗ୍ରେସକୁ ଜରିମାନା ନୋଟିସ୍‌ ଦିଆଯାଇଛି, ସେହି ଆଧାରରେ ଭାରତୀୟ ଜନତା ପାର୍ଟିଠାରୁ ୪୬୦୦ କୋଟିରୁ ଅଧିକ ଟଙ୍କା ଭରିବାକୁ ଦାବି କରିବା ଉଚିତ ।

ସାମ୍ବାଦିକ ସମ୍ମିଳନୀରେ ମାକନ କହିଥିଲେ, କାଲି ଆମକୁ ଆୟକର ବିଭାଗ ପକ୍ଷରୁ ୧,୮୨୩.୦୮ କୋଟି ଟଙ୍କା ଦେବାକୁ ଏକ ନୂଆ ନୋଟିସ୍‌ ମିଳିଛି । ପୂର୍ବରୁ ମଧ୍ୟ ବିଭାଗ ଆମ ବ୍ୟାଙ୍କ ଆକାଉଣ୍ଟରୁ ଜବରଦସ୍ତ ୧୩୫ କୋଟି ଟଙ୍କା ବାହାର କରିନେଇଛି । ସେ କହିଛନ୍ତି ଯେ କଂଗ୍ରେସକୁ ଆର୍ଥିକ ରୂପେ ଦୁର୍ବଳ କରାଯାଉଛି ।

ସେପଟେ କଂଗ୍ରେସ ସାଂସଦ ଜୟରାମ ରମେଶ ମଧ୍ୟ ଦାବି କରିଛନ୍ତି ଯେ ଲୋକସଭା ନିର୍ବାଚନ ପୂର୍ବରୁ ‘କର ଆତଙ୍କବାଦ (ଟ୍ୟାକ୍ସ ଟେରରିଜମ୍‌) ଜରିଆରେ ବିରୋଧୀଙ୍କ ଉପରେ ଆକ୍ରମଣ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.