ଏୟାରପୋର୍ଟରେ ଯାତ୍ରୀଙ୍କ ପର୍ସରୁ ବାହାରିଲା ୨୦ଟି ଜିଅନ୍ତା ସାପ

ମସ୍କୋ : ନିକଟରେ ରୁଷର ଏୟାରପୋର୍ଟରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯାହା ସାଧାରଣତଃ ସମସ୍ତଙ୍କୁ କରିଦେବ ଆଶ୍ଚର୍ଯ୍ଯ। ଜଣେ ବ୍ଯକ୍ତି ଜର୍ମାନୀରୁ ରୁଷ ନିଜର ହାତ ଧରା ପର୍ସ ବା ହ୍ଯଣ୍ଡବ୍ଯାଗରେ ୨୦ଟି ଜିଅନ୍ତା ସାପ ଧରି ବିମାନ ଯାତ୍ରା  କରିଥିବା ଜଣାପଡ଼ିଛି। ସେ ରୁଷରେ ଅବତରଣ କରିବା ପରେ ସେଠାରେ ଏୟାରପୋର୍ଟରେ ଚେକିଂ ସମୟରେ କର୍ମଚାରୀ ବ୍ଯକ୍ତିଙ୍କ ବ୍ଯାଗରେ ଏତେ ମାତ୍ରାରେ ସାପ ଦେଖି ହଠାତ୍ ଡ଼ରି ଯାଇଥିଲେ। ତେବେ ଶୌଭାଗ୍ଯ ବଶତଃ କାହାର କିଛି କ୍ଷତି ହୋଇନଥିଲା।

snake 2

ସେଠାକାର ସ୍ଥାନୀୟ ନ୍ଯୁଜ୍ ଏଜେନ୍ସିର ରିପୋର୍ଟ ମୁତାବକ, ବ୍ଯକ୍ତି ଜଣଙ୍କ ଜର୍ମାନର ଡ଼ସେଲଡ଼ୋଫେ ଏୟାରପୋର୍ଟରୁ କେଉଁ ପ୍ରକାରରେ ମଧ୍ୟ ସାପ ଭର୍ତ୍ତି ବ୍ଯାଗ୍ ନେଇ ପଳାଇଆସିଥିଲେ। କିନ୍ତୁ ରୁଷର ମସ୍କୋ ଏୟାରପୋର୍ଟରେ ଚେକିଂ ସମୟରେ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡ଼ିଥିଲେ। ରିପୋର୍ଟ ମୁତାବକ,ବ୍ଯକ୍ତି ଜଣଙ୍କ ସାପଙ୍କୁ ଆଣିବା ପାଇଁ କୌଣସି ପ୍ରକାରର ରୁଷ ସରକାରଙ୍କ ନିକଟରୁ ଅନୁମତି ନେଇନଥିଲେ। ଏହି ସାପ ମାନଙ୍କୁ ଏକ ଟିଣ ଡ଼ବାରେ ବନ୍ଦ କରି ହ୍ଯଣ୍ଡବ୍ଯଗରେ ରଖାଯାଇଥିଲା। ତେବେ ସାପ ଗୁଡ଼ିକ ବିଷଧର ହୋଇନଥିବା ବେଳେ ତାଙ୍କୁ ଏବେ ମସ୍କୋରେ ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.