ସୁପ୍ ଭିତରେ ମଲା ମୂଷା, ୧୯୦ ନିୟୁତ ଡଲାର ତଣ୍ଡ ଗଣିଲା ରେଷ୍ଟୁରାଣ୍ଟ

ଚୀନର ଏକ ଜଣାଶୁଣା ରେଷ୍ଟୁରାଣ୍ଟ ନିଜର ଭୁଲ ପାଇଁ ୧୯୦ ନିୟୁତ ଡଲାର ତଣ୍ଡ ଗଣିଛି । ଖାଲି ସେତିକି ନୁହେଁ ଏବେ ଏହି ରେଷ୍ଟୁରାଣ୍ଟଟି ସାମୟିକ ଭାବେ ବନ୍ଦ ରହିଛି । କାରଣ ହେଉଛି ଜଣେ ମହିଳା ଗ୍ରାହକ ଏଠାରେ ଖାଇବା ବେଳେ ତାଙ୍କ ସୁପରୁ ଏକ ମଲା ମୂଷା ବାହାରିଥିଲା । ଯାହାକୁ ନେଇ ମହିଳା ଜଣକ ଅଭିଯୋଗ କରିବା ପରେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଗତ ସେପଟେମ୍ବର ୬ ତାରିଖରେ ଜଣେ ଗର୍ଭବତୀ ମହିଳା ତାଙ୍କ ପରିବାର ସହିତ ଚୀନର ସାଣ୍ଡଙ୍ଗ ଅଞ୍ଚଳରେ ଥିବା ଜିଆବୁ ଜିଆବୁ ନାମକ ରେଷ୍ଟୁରାଣ୍ଟକୁ ଖାଇବାକୁ ଯାଇଥିଲେ । ସେ ସୁପ୍ ମଗାଇ ଦୁଇ ତିନିଥର ପିଇବା ପରେ ମଲା ମୂଷାଟିକୁ ତାଙ୍କ ଖାଦ୍ୟରେ ଦେଖିଥିଲେ । ଏହା ପରେ ସେ ତାଙ୍କ ସ୍ବାମୀ ସହ କଥା ହୋଇ ଅଭିଯୋଗ କରିଥିଲେ । ରେଷ୍ଟୁରାଣ୍ଟ ମାଲିକ ତାଙ୍କୁ କ୍ଷତିପୂରଣ ବାବଦରେ ୭୨୯ ଡଲାର ଦେବାକୁ ପ୍ରସ୍ତାବ ଦେଇଥିଲେ । ଯାହାକୁ ମହିଳାଙ୍କ ସ୍ବାମୀ ଅଗ୍ରାହ୍ୟ କରିବା ସହ ପତ୍ନୀଙ୍କ ଡାକ୍ତରୀ ପରୀକ୍ଷା କରିବାକୁ କହିଥିଲେ । କାରଣ ପେଟରେ ଥିବା ପିଲା ପ୍ରତି କାଳେ କିଛି ବିପଦ ଆସିଥିବ ସେନେଇ ସେ ଚିନ୍ତିତ ଥିଲେ ।

DEAD RAT-2

ସେପଟେ ହୋଟେଲର ଜଣେ କର୍ମଚାରୀ ଗର୍ଭବତୀ ମହିଳାଙ୍କୁ ପିଲା ନଷ୍ଟ କରିଦେବାର ପ୍ରସ୍ତାବ ଦେବା ସହ ୨୦ ହଜାର ୟେନ ଯାଚିଥିଲେ ବୋଲି ତାଙ୍କ ସ୍ବାମୀ ଅଭିଯୋଗ କରିଛନ୍ତି । ତେବେ ଏସବୁ ଭିତରେ ମୂଷା ଫଟୋ ଓ ଖବରଟି ସୋସିଆଲ ମିଡିଆରେ ଭାଇରାଲ ହୋଇ ଯାଇଥିଲା । ତେଣୁ ବାଧ୍ୟ ହୋଇ ବଦନାମରୁ ବର୍ତ୍ତିବା ପାଇଁ ମହିଳା ଜଣଙ୍କୁ ୧୯୦ ନିୟୁତ ଡଲାର କ୍ଷତିପୂରଣ ଦେବା ପରେ ରେଷ୍ଟୁରାଣ୍ଟକୁ କିଛି ଦିନ ଲାଗି ଏହାର ମାଲିକ ବନ୍ଦ କରି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.