ଜାର୍ଡନରେ ଫସିଲେ ଦିଲ୍ଲୀ, ପଞ୍ଜାବ ଏବଂ ହରିୟାଣାର ୨୦୦ ଭାରତୀୟ ଯୁବକ, ଟ୍ୟାକ୍ସ ନିୟମ ବଦଳିବା ହେଲା ବଡ ସମସ୍ୟା

ନିକଟରେ ଜାଡର୍ନରେ ଲାଗୁ ହୋଇଥିବା ନୂଆ ନିୟମ ଅନୁଯାୟୀ ସେଠାରେ ଓଭର ଷ୍ଟେ ନିୟମକୁ ବନ୍ଦ କରାଯାଇଛି। ପୂର୍ବେ ଏହି ନିୟମ ପାଇଁ ଲୋକଙ୍କୁ ବହୁତ ଜରିମାନା ଦେବାକୁ ପଡୁଥିଲା। ଏନେଇ ଏବେ ସେଠାରେ ପାଖାପାଖି ୨୦୦ ଭାରତୀୟ ଯୁବକ ଫସି ରହିଛନ୍ତି। ଏପରିକି କିଛି ଭାରତୀୟ ନିଜର ବୀଜାକୁ ଅନ୍ୟ ଜଣଙ୍କୁ ମଧ୍ୟ ବିକ୍ରି କରୁଛନ୍ତି। ତେବେ ଏପରି ବୀଜା ପରିବର୍ତ୍ତନ ଏବଂ ଭୁଲ ବୀଜାରେ ଭାରତକୁ ଫେରିଥିବା ଦୁଇ ଯୁବକଙ୍କ ନିକଟରୁ ଜାର୍ଡ଼ନର ଏହି ଘଟଣା ଉପରୁ ପରଦା ଉଠିଛି।
ଗିରଫ ହୋଇଥିବା ପଞ୍ଜାବର ଦୁଇ ଯୁବକ କହିଛନ୍ତି, ଦିଲ୍ଲୀ, ହରାୟାଣା ଏବଂ ପଞ୍ଜାବର ପାଖାପାଖି ୨୦୦ ଯୁବକ ଅବୈଧ ଭାବେ ଜାର୍ଡନରେ ରହୁଛନ୍ତି। ସେମାନେ ଟ୍ବୁରିଷ୍ଟ ବୀଜାରେ ଯାଇଥିବା ବେଳେ ତାହାର ଅବଧି ଶେଷ ହେଲା ପରେ ମଧ୍ୟ ସେଠାରେ ରହିଛନ୍ତି। ଏପରିକି କିଛି ଟ୍ୟାକ୍ସରୁ ବଞ୍ଚିବାକୁ ଯାଇ ଅନ୍ୟ କାହାର ବୀଜାରେ ଭାରତକୁ ଫେରିବାକୁ ଚେଷ୍ଟା ମଧ୍ୟ କରୁଛନ୍ତି। ଏପରି ଆସିବା ଚକ୍କରରେ ବର୍ତ୍ତମାନ ପର୍ୟ୍ୟନ୍ତ ଦିଲ୍ଲୀ ଏୟାରପୋର୍ଟରେ ୪ଜଣଙ୍କୁ ଗିରଫ କରାଯାଇଛି। ସେଠାକାର ଟ୍ୟାକ୍ସ ନିୟମ ପରିବର୍ତ୍ତନ ପରେ ଭାରତକୁ ଫେରିବାବ ସହଜ ହୋଇଥିଲେ ମଧ୍ୟ ପାସପୋର୍ଟର ବୈଧତା ନଥିବାରୁ ସେମାନେ ସେଠାରେ କଏଦ ହୋଇଛନ୍ତି।