Below header

କଂଗ୍ରେସର ୯ ବିଧାନସଭା ପ୍ରାର୍ଥୀ ଘୋଷଣା, ଜାଣନ୍ତୁ କିଏ ପାଇଲେ କେଉଁଠୁ

ଭୁବନେଶ୍ବର(କେନ୍ୟୁଜ୍) : ଆଉ ୯ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ଭଙ୍ଗାରିପୋଖରୀ ପାଇଁ ପ୍ରାର୍ଥୀ ହୋଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଭଦ୍ରକ ପାଇଁ ନଳିନୀକାନ୍ତ ମହାନ୍ତି, ବଡ଼ଚଣା ପାଇଁ ସୀତାକାନ୍ତ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି ଦଳ । ସେହିପରି ଧର୍ମଶାଳା ପାଇଁ ସ୍ମୃତିରେଖା ପାଢୀଙ୍କ ସ୍ଥାନରେ କିଷାନ ପଣ୍ଡା, ସାଲେପୁର ପାଇଁ ରବୀନ୍ଦ୍ର ନାଥ କର, ମହାକାଳପଡ଼ା ପାଇଁ ବିଭ୍ରାଂଶୁ ଶେଖର ଲେଙ୍କାଙ୍କୁ ପ୍ରାର୍ଥୀ କରାଯାଇଛି । ସେହିପରି ତିର୍ତ୍ତୋଲ ପାଇଁ ଦେବୀ ପ୍ରସାଦ ମଲ୍ଲିକ, ବାଲିକୁଦା ଏରସମା ପାଇଁ ଡକ୍ଟର ଲଲାଟେନ୍ଦୁ ମହାପାତ୍ର ଓ ନିମାପଡ଼ା ପାଇଁ ସତ୍ୟବ୍ରତ ପାତ୍ରଙ୍କୁ ଦଳ ପ୍ରାର୍ଥୀ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.