ଫୁଟବଲ ମ୍ୟାଚ ଚାଲିଥିବା ବେଳେ ଭୁଶୁଡିଲା ଷ୍ଟାଡିୟମ ପାଚେରୀ, ୨୦୦ ଆହତ : ଭିଡିଓ ଦେଖିଲେ ଛାତି ଥରି ଉଠିବ

କେରଳ: ଉତ୍ତର କେରଳ ଜିଲ୍ଲାର ବନ୍ଦୁର ନିକଟ ମଲାପୁରମଠାରେ ଥିବା ଏକ ଫୁଟବଲ ଷ୍ଟାଡିୟମରେ ଅସ୍ଥାୟୀ ଭାବେ ନିର୍ମିତ ଗ୍ୟାଲେରୀ ଭୁଶୁଡିବାରୁ ୨୦୦ ଲୋକ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଫୁଟବଲ ମ୍ୟାଚ ଚାଲୁଥିବା ସମୟରେ ହୋଇଥିଲା। ଶନିବାର ବିଳମ୍ବିତ ରାତିରେ ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସମସ୍ତ ଆହତଙ୍କୁ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ପୁଙ୍ଗୋଡୁରୁ ନିକଟରେ ଥିବା ଏହି ଷ୍ଟାଡିୟମରେ ପ୍ରାୟ ୨୦୦୦ ଦର୍ଶକ ବସିବା ଭଳି ଅସ୍ଥାୟୀ ଗ୍ୟାଲେରି ନିର୍ମାଣ କରାଯାଇଥିଲା। ଷ୍ଟାଡିୟମ ନିକଟବର୍ତ୍ତୀ ଗାଁଗୁଡିକରେ ଫୁଟବଲ ପ୍ରିୟ ଦର୍ଶକ ଥିବାରୁ ଖେଳ ଦେଖିବାକୁ ଭିଡ଼ ହୋଇଥିଲା ।

ରାତି ପ୍ରାୟ ୯ଟାରେ ଦୁଇଟି ଆଞ୍ଚଳିକ ଟିମର ମ୍ୟାଚ ଚାଲିଥିବାବେଳେ ପାଖ ଗାଁର ବହୁ ଲୋକ ଗ୍ୟାଲେରିରେ ବସି ଫୁଟବଲ ଖେଳ ଉପଭୋଗ କରୁଥିଲେ। ଏହି ସମୟରେ ହଠାତ ଗ୍ୟାଲେରିଟି ଭାଙ୍ଗି ପଡ଼ିଥିଲା। ଦୁର୍ଘଟଣା ଘଟିବା ପରେ ଚାରିଆଡେ ଲୋକେ ଦୌଡଧାପଡ କରିବାକୁ ଆରମ୍ଭ କରିଦେଇଥିଲେ। ତେଣୁ ଏତେ ସଂଖ୍ୟକ ଲୋକ ଆହତ ହୋଇଥିବା ଜଣାପଡିଛି। ଷ୍ଟାଡିୟମରେ ଥିବା ଲାଇଟପୋଷ୍ଟ ମଧ୍ୟ ଭୁଶୁଡିପଡିଛି।

ସୂଚନା ମୁତାବକ,ମଲାପୁରମରେ ଗତ ଦୁଇଦିନ ଧରି ପ୍ରବଳ ବର୍ଷା ହୋଇଥିଲା। ଯାହା ଯୋଗୁଁ ଏହି ପାଚେରୀ ଭୁଶୁଡୁଥିବା ଅନୁମାନ କରାଯାଉଛି। ପୋଲିସ କହିବା ମୁତାବକ, ଏହି ଦୁର୍ଘଟଣା ସମୟରେ ଷ୍ଟାଡିୟମରେ ଜଣାଶୁଣା ଫୁଟବଲ ଖେଳାଳି ବାଇଚୁଙ୍ଗ ଭୂତିଆ ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.