ଉତ୍ତରାଖଣ୍ଡରେ ଖାଇକୁ ଖସିଲା ବସ୍‌, ୨୨ ମୃତ, ୬ ଗୁରତର

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ଘଟିଯାଇଛି ବଡ଼ ଦୁର୍ଘଟଣା । ଖାଇକୁ ବସ ଖସିବା ଯୋଗୁ ୨୨ ଜଣଙ୍କର ମୃତ୍ୟୁ ଘଟିଛି ଓ ୬ ଜଣ ଗୁରତର ଆହତ ହୋଇଛନ୍ତି । ଉତ୍ତରକାଶୀ ଜିଲ୍ଲା ଦମତା ନିକଟରେ ଏହି ଦୁର୍ଘଟଣା ହୋଇଛି । ୪୦ ଯାତ୍ରୀଙ୍କୁ ନେଇ ଯମୁନୋତ୍ରୀ ଯାଉଥିଲା ବସ୍ । ୨୮ ଜଣ ଯାତ୍ରୀ ଘାଇକୁ ଖସିପଡିଥିବା ଜଣପଡିଛି । ଏପର୍ଯ୍ୟନ୍ତ ୧୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦୁର୍ଘଟଣା ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.