Below header

ଜିମ୍ବାୱେର ଭୟଙ୍କର ସଡ଼କ ଦୁର୍ଘଟଣା, ଟାକ୍ସି ଏବଂ ଟ୍ରକ ଧକ୍କାରେ ୨୨ ଲୋକ ମୃତ

ଜିମ୍ବାୱେରେ ଟ୍ରକ ଏବଂ ମିନିବସ୍‌ ପରସ୍ପର ସହିତ ଧକ୍କା ହେବା ଯୋଗୁଁ ଫଳରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।

ଜିମ୍ବାୱେରେ ଭୟଙ୍କର ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୨୨ ଜଣଙ୍କର ମୃତ୍ୟୁ ହୋଇଛି । ଟ୍ରକ ଏବଂ ମିନିବସ୍‌ ପରସ୍ପର ସହିତ ଧକ୍କା ହେବା ଯୋଗୁଁ ଫଳରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ପୋଲିସ ପ୍ରବକ୍ତା ପଲ ନ୍ୟାଥି କହିଛନ୍ତି, ମଙ୍ଗଳବାର ରାତିରେ ହୋଇଥିବା ଜଣାପଡିଛି । ଏକ ମିନି ବସ୍‌ ଏବଂ ଟ୍ରକ ଧକ୍କା ହେବା ଯୋଗୁଁ ଏଭଳି ଦୁର୍ଘଟଣା ହୋଇଛି ।

ତେବେ ଜିମ୍ବାୱେରେ ସଡ଼କ ଦୁର୍ଘଟଣା ସାଧାରଣ ହୋଇଯାଇଛି । ଏଠିକାର ଲୋକ ଜିନିଷ କିଣିବା ପାଇଁ ଦକ୍ଷିଣ ଆଫ୍ରିକା ଯାତ୍ରା କରନ୍ତି । ବହୁତ ଲୋକ ନିଜ ପରିବାର ଲୋକଙ୍କୁ ସାକ୍ଷାତ କରିବା ପାଇଁ ମଧ୍ୟଆସନ୍ତି । ଏଠାରେ କିଛି ଗାଡି ଚାଳକ ବାହାନରେ ନିର୍ଦ୍ଧାରିତ କ୍ଷମତା ଠାରୁ ଅଧିକ ଲୋକ ଏବଂ ଜିନିଷ ଲଦି ନେଉଛନ୍ତି । ଏହାଛଡା ଗାଡି ଗୁଡିକ ନିର୍ଦ୍ଧାରିତ ଗତି ଠାରୁ ଅଧିକ ବେଗରେ ଚଲାଯାଉଛି । ଏଠାରେ ରାସ୍ତା ଅବସ୍ଥା ମଧ୍ୟ ବହୁତ ଖରାପ । ତେଣୁ ଦୁର୍ଘଟଣା ହେବା ସ୍ୱାଭାବିକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.