Below header

ଅନ୍‌ଲାଇନ୍‌ ଠକାମୀ, ବିଧାୟିକାଙ୍କ ଝିଅଠୁ ନେଇଗଲେ ୭୯୦୦୦ ହଜାର ଟଙ୍କା

ପୁଣି ଅନ୍‌ଲାଇନ୍‌ ରେ ଠକାମୀ । ଏଥର ଏହି ଠକାମୀର ଶୀକାର ହୋଇଛନ୍ତି ଖୋଦ୍ ଜଣେ ବିଧାୟକଙ୍କ ଝିଅ । କିଛି କମ୍ ନୁହେଁ ଏକାବେଳକେ ୭୯୦୦୦ ହଜାର ଟଙ୍କା ତାଙ୍କ ଠାରୁ ଠକି ନେଇଛି ଠକ ।

ପୁଣି ଅନ୍‌ଲାଇନ୍‌ ରେ ଠକାମୀ । ଏଥର ଏହି ଠକାମୀର ଶୀକାର ହୋଇଛନ୍ତି ଖୋଦ୍ ଜଣେ ବିଧାୟିକାଙ୍କ ଝିଅ । କିଛି କମ୍ ନୁହେଁ ଏକାବେଳକେ ୭୯୦୦୦ ହଜାର ଟଙ୍କା ତାଙ୍କ ଠାରୁ ଠକି ନେଇଛି ଠକ । ଯାହା ସୂଚନା ମିଳିଛି ଏକ ମିଠା ଦୋକାନରୁ ମିଠା କିଣି, ତାକୁ ପେମେଣ୍ଟ ଆପ୍‌ ଜରିଆରେ ଟଙ୍କା ଦେଲା ବେଳେ ତାଙ୍କ ଆକାଉଣ୍ଟରୁ ଉଡିଯାଇଛି ଏକାବେଳକେ ୭୯୦୦୦ ହଜାର ଟଙ୍କା । ତେବେ ଏହି ବିଧାୟିକା ଜଣକ ହେଉଛନ୍ତି ମୁମ୍ବାଇ ମୀରା ରୋଡ୍‌ ଅଞ୍ଚଳର ବୋଲି ସୂଚନା ମିଳିଛି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ମୀରା ରୋଡ ଅଞ୍ଚଳର ବିଧାୟିକା ଗୀତା ଜୈନ୍‌ଙ୍କ ଝିଅ ସ୍ନେହା ସକ୍‌ଲେଚା ଅନ୍‌ଲାଇନ୍‌ ଠକାମୀର ଶିକାର ହୋଇଛନ୍ତି । ସାଇବର ଠକ ତାଙ୍କ ଠାରୁ ଠକି ନେଇଛି ଏତେ ଗୁଡାଏ ଟଙ୍କା । ୩୧ ବର୍ଷିୟା ସ୍ନେହା ସକ୍‌ଲେଚା । ଯିଏକି ତାଙ୍କ ପରିବାରର ଏକ କନ୍‌ଷ୍ଟ୍ରକସନ୍‌ କମ୍ପାନୀର ଡାଇରେକ୍ଟର ପଦବୀ ଦାୟିତ୍ୱରେ ଅଛନ୍ତି।

ଏହି ଘଟଣା ନଭେମ୍ବର ୯ ତାରିଖ ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଘଟିଥିଲା । ସକ୍‌ଲେଚା ନିଜ ଘରେ ଥିଲେ । ତାଙ୍କ ଶାଶୁ ମିଠା କିଣିବା ପରେ ତାଙ୍କୁ ୪୮୦ ଟଙ୍କା ଅନ୍‌ଲାଇନ୍‌ ପେମେଣ୍ଟ କରିବା ପାଇଁ କଲ କରିଥିଲେ । ତେବେ ସକ୍‌ଲେଚାଙ୍କ ପାଖକୁ ଏକ କ୍ୟୁଆର୍‌ କୋଡ୍‌ ଆସିଥିଲା। ସେଥିରେ ସେ ସ୍କାନ୍‌ କରି ପେମେଣ୍ଟ କରିଥିଲେ । ଶାଶୁ ସକ୍‌ଲେଚାଙ୍କ ମୋବାଇଲ ନମ୍ବର ଦୋକାନୀଙ୍କୁ ଦେଇଥିଲେ ।

ସକ୍‌ଲେଚା ପେମେଣ୍ଟ କରି ସାରିବାର କିଛି ସମୟ ପରେ ପୁଣି ଥରେ ତାଙ୍କୁ ଏକ କଲ ଆସିଥିଲା । ଆଉ ସେହି କଲ ମିଠା ଦୋକାନରୁ କରାଯାଇଥିବା ସୂଚନା ଦିଆଯାଇଥିଲା । ଆଉ କୁହାଯାଇଥିଲା ମିଠାର ପେମେଣ୍ଟ ହୋଇସାରିଛି । କିନ୍ତୁ ଜିଏସ୍‌ଟି ବାବଦ ପେମେଣ୍ଟ ବାକି ରହିଯାଇଛି । ଆଉ ଫୋନ୍‌ଲାଇନ୍‌ରେ ଥିବା ବେଳେ ହିଁ ପେମେଣ୍ଟ ଆପ୍‌ ଖୋଲି ଏକ କୋଡ୍‌ ଟାଇପ୍‌ କରିବାକୁ ସକ୍‌ଲେଚାଙ୍କୁ କୁହାଯାଇଥିଲା ।

ଫୋନ୍‌ କରିଥିବା ବ୍ୟକ୍ତି ଜଣକ ଯେମିତି କହିଥିଲା, ସକ୍‌ଲେଚା ଠିକ୍‌ ସେମିତି କରିଲେ । ଏହାପରେ ତାଙ୍କ ଆକାଉଣ୍ଟରୁ ୩୯,୫୦୬ ଟଙ୍କା କଟି ଯାଇଥିଲା । ତାପରେ ସେହି ଟଙ୍କା ଫେରସ୍ତ ପାଇଁ ପୁଣି ଥରେ ସେମିତି କରିବାକୁ କହିଥିଲା ଠକ । ହେଲେ ପୁନଃର୍ବାର ଆକାଉଣ୍ଟରୁ ସେତିକି ଟଙ୍କା ଖାଲି ହୋଇଯାଇଥିଲା । ଟଙ୍କା କଟିଯିବା ପରେ କଲ୍ ଟି ମଧ୍ୟ କଟିଯାଇଥିଲା । ଆଉ ଯେତେ ଚେଷ୍ଟା କଲା ପରେ ବି ଫୋନ୍ ଲାଗିନଥିଲା ।

ଏନେଇ ସକ୍‌ଲେଚା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଆଇଟି ଆକ୍ଟ ଅଧିନରେ ମାମଲା ରୁଜୁ ହୋଇଛି । ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିବାବେଳେ, ଖୁବ୍ ଶୀଘ୍ର ଠକ ଧରାପଡ଼ିବ ବୋଲି ପୋଲିସ୍ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.