ଇଜପ୍ଟରେ ଭୟଙ୍କର ବସ୍‌ ଦୁର୍ଘଟଣା; ୨୨ ମୃତ, ଅନେକ ଗୁରୁତର

ଇଜପ୍ଟରେ ଭୟଙ୍କର ସଡ଼କ ଦୁର୍ଘଟଣା । ଏହି ବସ୍‌ ଦୁର୍ଘଟଣାରେ ୨୨ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ଅନ୍ୟ ଗୁରୁତର ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ଇଜପ୍ଟର ମିଶରୀ ଉତ୍ତରାଞ୍ଚଳର ଆଗା ସହରରେ ଦକାହିଲିଆରେ ଏହି ବସ୍‌ ଦୁର୍ଘଟଣା ହୋଇଛି।

ଆଗା ସହରରେ ଏକ ଯାତ୍ରୀବାହୀ ବସ୍‌ ଏକ ନାଳରେ ଖସିପଡିଥିଲା। ବସ୍‌ ନାଳକୁ ଖସିପଡିବାରୁ ଏମାନଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ସ୍ଥଳକୁ ୧୮ଟି ଆମ୍ବୁଲାନ୍ସ ପଠାଯାଇଛି। ତେବେ ବସ୍‌ରେ ମୋଟ ୪୬ ଜଣ ଯାତ୍ରୀ ଥିଲେ। ଏଥିରେ ଅଧିକାଂଶ ଛାତ୍ର ଥିଲେ। ତେବେ ବସ୍‌ଟି ଭାରସାମ୍ୟ ହରାଇ ତଳକୁ ଖସିପଡିଥିବା ସୂଚନା ମିଳିଛି। ଘଟଣାରେ ୨୨ ଜଣ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି।

ଖବର ପାଇବା ପରେ ଘଟଣାସ୍ଥଳକୁ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା। ତେବେ ପୋଲିସ ସହିତ ସ୍ଥାନୀୟ ଲୋକେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି । ତେବେ ସୂଚନା ମୁତାବକ, ମୃତକଙ୍କ ମଧ୍ୟରେ ୬ ଜଣ ମହିଳା ଏବଂ ୩ ଜଣ ପିଲା ରହିଥିବା ଜଣାପଡିଛି। ଘଟଣାକୁ ନେଇ ଈଜିପ୍ଟ ସରକାର ଦୁଃଖ ପ୍ରକାଶ କରିବା ସହିତ ସମବେଦନା ଜଣାଇଛନ୍ତି । ଏହା ସହିତ ଅନୁକମ୍ପା ରାଶି ମଧ୍ୟ ଘୋଷଣା କରିଛନ୍ତି । ମୃତକଙ୍କ ପରିବାରକୁ ଏକ ଲକ୍ଷ ଈଜିପ୍ଟ ପାଉଣ୍ଡ, ଗୁରୁତରଙ୍କୁ ୨୫ହଜାର ଓ ଆହତଙ୍କୁ ୫ହାଜର ପାଉଣ୍ଡ ଘୋଷଣା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.