ଫଟୋ ପାଇଁ ପୋଜ୍‌ ଦେଉଥିଲେ ଯୁବତୀ, ୮୦ ଫୁଟ୍‌ ତଳକୁ ଖସି ଭାଙ୍ଗିଗଲା ୧୧୦ ହାଡ

ନିଜର ଖାସ୍‌ ଫଟୋଟିଏ ଉଠାଇବା ପାଇଁ ଲୋକମାନେ କେତେ କଣ କରିଥାନ୍ତି । କେହି ଷ୍ଟଣ୍ଟ କରିଥାଏ ତ ଆଉ କେହି ଜଙ୍ଗଲୀ ଜନ୍ତୁଙ୍କୁ ମଧ୍ୟ ଛାଡି ନଥାନ୍ତି । ହେଲେ ବେଳେ ବେଳେ ଏହି ଓଲଟା ପଡିଯାଏ ଏହି ଷ୍ଟଣ୍ଟ । ଫଟୋ ଉଠାଉ ଉଠାଉ କେହି କେହି ନିଜେ ମଧ୍ୟ ହୋଇଯାଏ ଫଟୋ । ସେମିତି ଏକ ଘଟଣା ସମ୍ନାକୁ ଆସିଛି ମେକ୍ସିକୋରୁ । ଜଣେ ୨୩ ବର୍ଷୀୟ ଯୁବତୀ ଫଟୋ ଉଠାଇବା ପାଇଁ ଷଷ୍ଠ ଫ୍ଲୋରରେ ଦେଉଥିଲେ ଯୋଗ ପୋଜ୍‌ । ହେଲେ ଏହି ସମୟରେ ତାଙ୍କର ବାଲାନ୍ସ ବିଗିଡିଯିବାରୁ ୮୦ ଫୁଟ ତଳକୁ ଖସି ପଡିଲେ ।

उलटा लटककर पोज देना युवती को पड़ा भारी

ଫଟୋ ପାଇଁ ଯୁବତୀ ଜଣକ ବାଲକୋନୀ ବାହାରେ ଓଲଟା ଝୁଲିଥିଲେ । ତାଙ୍କର ଏହି ଷ୍ଟଣ୍ଟର ଫଟୋ ତାଙ୍କର ଜଣେ ବନ୍ଧୁ ନେଉଥିଲେ । ତେବେ ହଠାତ୍‌ ଏହି ସମୟରେ ହାତ ଖସିଗଲା ଆଉ ସିଧା ୮୦ ଫୁଟ୍‌ ତଳକୁ ଖସିଗଲେ । ଘଟଣାରେ ଯୁବତୀଙ୍କ ଶରୀରର ପ୍ରାୟ ୧୧୦ଟି ହାଡ ଭାଙ୍ଗିଯାଇଥିଲା ।

 ଏହାସହ ପଢନ୍ତୁ ଶାଶୁଙ୍କ ନାକ କାମୁଡି ଛିଣ୍ଡାଇବା ସହ କାନ କାଟିଦେଲେ ଜ୍ୱାଇଁ , ଶ୍ବଶୁର କହିଲେ ଏପରି

ଏହା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅନେକ ଘଂଟାର ଅପରେସନ୍‌ ପରେ ଯୁବତୀଙ୍କ ଜୀବନ ବଂଚାଇାବାରେ ସଫଳ ହୋଇଥିଲେ ଡାକ୍ତର । ତେବେ ଆସନ୍ତା ତିନି ବର୍ଷ ଯାଏ ଯୁବତୀ ଜଣକ ଚାଲିପାରିବେନି ବୋଲି କହିଛନ୍ତି ଡାକ୍ତର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.