Below header

ଅପରେସନ ଅଜୟ: ଇସ୍ରାଏଲରୁ ଦ୍ବିତୀୟ ପର୍ଯ୍ୟାୟରେ ଫେରିଲେ ୨୩୫ଜଣ ଭାରତୀୟ

ଅପରେସନ ଅଜୟ'ରେ ଇସ୍ରାଏଲରୁ ଦ୍ବିତୀୟ ପର୍ଯ୍ୟାୟରେରେ ସ୍ବଦେଶ ଫେରୁଛନ୍ତି ୨୩୫ଜଣ ଭାରତୀୟ । ସେମାନଙ୍କୁ ଏକ ସ୍ବତନ୍ତ୍ର ବିମାନରେ ସୁରକ୍ଷିତ ଭାବେ ଅଣାଯାଉଛି । ଗତକାଲି ରାତିରେ ବିମାନଟି ତେଲ ଅଭିଭ ଛାଡ଼ିଛି । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ।

ନୂଆଦିଲ୍ଲୀ : ‘ଅପରେସନ ଅଜୟ’ରେ ଇସ୍ରାଏଲରୁ ଦ୍ବିତୀୟ ପର୍ଯ୍ୟାୟରେରେ ସ୍ବଦେଶ ଫେରୁଛନ୍ତି ୨୩୫ଜଣ ଭାରତୀୟ । ସେମାନଙ୍କୁ ଏକ ସ୍ବତନ୍ତ୍ର ବିମାନରେ ସୁରକ୍ଷିତ ଭାବେ ଅଣାଯାଉଛି । ଗତକାଲି ରାତିରେ ବିମାନଟି ତେଲ ଅଭିଭ ଛାଡ଼ିଛି । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ଏହାପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ଇସ୍ରାଏଲରୁ ଫେରିଥିଲେ ୨୧୨ ଜଣ ଭାରତୀୟ । ସେମାନଙ୍କ ମଧ୍ୟରେ ଥିଲେ ୯ ଓଡ଼ିଆ। ସ୍ବଦେଶ ଫେରିବା ପରେ ଯୁଦ୍ଧର କରାଳ ଦୃଶ୍ୟକୁ ବର୍ଣ୍ଣନା କରିଛନ୍ତି । ଯୁଦ୍ଧ ଭିତରେ କେମିତି ଓ କେଉଁଠି ରହୁଥିଲେ ସେ କଥା ବଖାଣିଛନ୍ତି। ଇସ୍ରାଏଲରେ ପ୍ରାୟ ୧୮ ହଜାର ଭାରତୀୟ ରହୁଛନ୍ତି। ତେଣୁ ସେମାନଙ୍କୁ ଭାରତୀୟ ଦୂତାବାସରେ ପଞ୍ଜିକରଣ କରାଇବାକୁ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଅନୁରୋଧ କରାଯାଇଛି।

ପ୍ରାୟ ୧୮ ହଜାର ଭାରତୀୟ ଇସ୍ରାଏଲରେ ଫସି ରହିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଇଟି ଚାକିରି ଏବଂ ଛାତ୍ର ଅଟନ୍ତି । ଯୁଦ୍ଧରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ମୋଦୀ ସରକାର ‘ଅପରେସନ୍ ଅଜୟ୍’ ଆରମ୍ଭ କରିଛନ୍ତି । ଇସ୍ରାଏଲରେ ଫସି ରହିଥିବା ଭାରତୀୟମାନଙ୍କୁ ସ୍ଥାନାନ୍ତର ପାଇଁ ଭାରତୀୟ ଦୂତାବାସ ତଥ୍ୟ ପ୍ରସ୍ତୁତ କରୁଛି । ଭାରତୀୟ ଯାତ୍ରୀମାନଙ୍କୁ ଘରକୁ ଫେରାଇ ଆଣିବା ପାଇଁ ମୋଦୀ ସରକାର ଖର୍ଚ୍ଚ ବହନ କରୁଛନ୍ତି । ଇସ୍ରାଏଲରୁ ପ୍ରଥମ ବିମାନ ନୂଆଦିଲ୍ଲୀରେ ପହଂଚିବା ପରେ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍ୱଦେଶ ଫେରନ୍ତାଙ୍କୁ ସ୍ୱାଗତ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.