ଆଜି ମହାଲଢେଇ : ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ଆଜି ଭାରତ-ପାକିସ୍ତାନ ମହାଲଢେଇ । ବିଶ୍ବକପ୍ କ୍ରିକେଟରେ ମୁହାଁମୁହିଁ ହେବେ ଦୁଇ ଚିର ପ୍ରତିଦ୍ବନ୍ଦ୍ବୀ । ହାଇଭୋଲଟେଜ୍ ମ୍ୟାଚ୍ ପାଇଁ କ୍ରିକେଟ୍ ଫ୍ୟାନ୍ସ ପୂରା ଉତ୍ସାହିତ । ଦିନିକିଆ ବିଶ୍ବକପରେ ୭ ଥର ଦୁଇ ଦଳ ମୁହାଁମୁହିଁ ହୋଇଥିବା ବେଳେ, ସବୁଥର ବାଜି ମାରିଛି ଭାରତ । ଆଜିର ମ୍ୟାଚ୍ ଜିତି ବିଜୟ ଧାରା ବଜାୟ ରଖିବାକୁ ଚାହିଁବ ଭାରତ ।

(କେନ୍ୟୁଜ): ଆଜି ଭାରତ-ପାକିସ୍ତାନ ମହାଲଢେଇ । ବିଶ୍ବକପ୍ କ୍ରିକେଟରେ ମୁହାଁମୁହିଁ ହେବେ ଦୁଇ ଚିର ପ୍ରତିଦ୍ବନ୍ଦ୍ବୀ । ହାଇଭୋଲଟେଜ୍ ମ୍ୟାଚ୍ ପାଇଁ କ୍ରିକେଟ୍ ଫ୍ୟାନ୍ସ ପୂରା ଉତ୍ସାହିତ । ଦିନିକିଆ ବିଶ୍ବକପରେ ୭ ଥର ଦୁଇ ଦଳ ମୁହାଁମୁହିଁ ହୋଇଥିବା ବେଳେ, ସବୁଥର ବାଜି ମାରିଛି ଭାରତ । ଆଜିର ମ୍ୟାଚ୍ ଜିତି ବିଜୟ ଧାରା ବଜାୟ ରଖିବାକୁ ଚାହିଁବ ଭାରତ । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍ । ଲିଗ୍ ପର୍ଯ୍ୟାୟ ମ୍ୟାଚ୍ କୌଣସି ଫାଇନାଲ ଠାରୁ କମ୍ ନୁହଁ । ଚଳିତ ବିଶ୍ବକପରେ ଦୁଇ ଦଳ ନିଜ ନିଜର ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଦୃଢ ମନୋବଳ ସହ ପଡ଼ିଆକୁ ଓହ୍ଲାଇବେ ।

ପାକିସ୍ତାନ ବପକ୍ଷରେ କଣ ରହିବ ଟିମ୍ ଇଣ୍ଡିଆର ଷ୍ଟ୍ରାଟେଜି । ଟିମ୍ ଏକାଦଶରେ ହେବ କି ପରିବର୍ତ୍ତନ ? ଟିମକୁ ଫେରିବେ କି ଇନଫର୍ମ ଓପନର ଶୁବମନ୍ ଗିଲ । ଡେଙ୍ଗୁରୁ ସୁସ୍ଥ ହୋଇ ସେ ହସ୍ପିଟାଲରୁ ଫେରିଛନ୍ତି । ତେବେ ପ୍ଲେଇଂ ଇଲେଭେନରେ ତାଙ୍କୁ ଦେଖିବାକୁ ମିଳିପାରେ । ଯଦି ପାକିସ୍ତାନ ବିପକ୍ଷରେ ଗିଲ୍ ଖେଳନ୍ତି ତେବେ ତାଙ୍କ ସ୍ଥାନରେ କାହାକୁ ରୋହିତ ବିଶ୍ରାମ ଦେବେ ଦେଖିବା ବେଶ ରୋଚକ ହେବ । ଅନ୍ୟପକ୍ଷରେ ଆଉ ଏକ ସମ୍ଭାବନା ରହୁଛି ମହମ୍ମଦ ସିରାଜଙ୍କ ସ୍ଥାନରେ ମହମ୍ମଦ ସାମିଙ୍କୁ ସ୍ଥାନ ମିଳିପାରେ । ହେଲେ ଏସିଆ କପ୍ ଫାଇନାଲରେ ଯେଉଁଭଳି ସିରାଜଙ୍କ ପ୍ରଦର୍ଶନ ଥିଲା ତାଙ୍କୁ ବସାଇବା ସମ୍ଭାବନା କମ୍ । ଶାର୍ଦ୍ଦୁଲ ଠାକୁରଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇପାରେ । ପାକିସ୍ତାନ ବିପକ୍ଷ ମ୍ୟାଚରେ ଅଶ୍ବିନୀଙ୍କୁ ଖେଳାଇ ପାରନ୍ତି ରୋହିତ ଶର୍ମା । ସେପଟେ ରୋହିତ-ସାହିନ ଶାହ ଆଫ୍ରିଦ, କୋହଲି-ହାରିସ ରୌଫ, କୁଲଦୀପ ଯାଦବ-ବାବର ଆଜମ, ବୁମରା-ମହମ୍ମଦ ରିଜୱାନ ଲଢେଇ ବେସ୍ ଆକର୍ଷଣୀୟ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.