କାନପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦର୍ଶନ ସାରି ଫେରୁଥିବାବେଳେ ଚାଲିଗଲା ୨୭ ଶ୍ରଦ୍ଧାଳୁଙ୍କ ଜୀବନ, ୨୦ରୁ ଅଧିକ ଆହତ
ନୂଆଦିଲ୍ଲୀ : ଉତ୍ତରପ୍ରଦେଶ କାନପୁର ନରବର ଥାନା ଅଞ୍ଚଳରେ ଭୟଙ୍କର ସଡକ ଦୁର୍ଘଟଣା । ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଅନେକ ପରିବାର ଠାରୁ ଖୁସୀ ହଜିଯାଇଛି । ଅଳ୍ପ ସମୟ ମଧ୍ୟରେ ଖୁସି ମୁହୂର୍ତ୍ତ ଦୁଃଖରେ ପରିଣତ ହୋଇଯାଇଛି । କୁହାଯାଉଛି ଯେ ବକେବରରୁ ଦୁଇ ଡର୍ଜନରୁ ଅଧିକ ଲୋକ ଦର୍ଶନ ସାରି ଏକ ଟ୍ରାକ୍ଟରରେ ଫେରୁଥିବା ସମୟରେ ରାସ୍ତାରେ ଟ୍ରାକ୍ଟର ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା । ଫଳରେ ୨୭ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ୨୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି ।
କାନପୁର ଜିଲ୍ଲା ଅଧିକାରୀ ବିଶାଖଜୀ କହିଛନ୍ତି ଯେ, ଟ୍ରାକ୍ଟର ଦୁର୍ଘଟଣାରେ ୨୭ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରୁ ଉଦ୍ଧାର ହୋଇଥିବା ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେ କହିଛନ୍ତି ଯେ, ଆହତମାନଙ୍କର ଚିକିତ୍ସା ଜାରି ରହିଛି । କାନପୁର ଜିଲ୍ଲାପାଳ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ଥିଲା । ଉଦ୍ଧାର କାର୍ଯ୍ୟରେ ରାଜ୍ୟ ଏସ୍ଡିଆରଏଫ୍ ଟିମ୍ର ଯବାନମାନେ ମୁତୟନ ହୋଇଥିଲେ ।
Distressed by the tractor-trolley mishap in Kanpur. My thoughts are with all those who have lost their near and dear ones. Prayers with the injured. The local administration is providing all possible assistance to the affected: PM @narendramodi
— PMO India (@PMOIndia) October 1, 2022
ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ତୁରନ୍ତ ଅନୁକମ୍ପାରାଶି ଘୋଷଣା କରାଯାଇଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରବର୍ଗକୁ ଦୁଇ ଲକ୍ଷ ଲେଖାଏଁ ଅର୍ଥ ରାଶି ସହ ଦୁର୍ଘଟଣାରେ ଆହତ ଲୋକଙ୍କୁ ୫୦ ହଜାର ଟଙ୍କା ଅନୁକମ୍ପା ରାଶି ଘୋଷଣା କରାଯାଇଛି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଦୁର୍ଘଟଣା ନେଇ ଗଭୀର ଶୋକପ୍ରକାଶ କରିଛନ୍ତି । ସେହିପରି ରାଷ୍ଟ୍ପତି ଦ୍ରୌପଦୀ ମୁର୍ମୁ ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି । ତେବେ ୨୭ ଜଣ ମୃତକଙ୍କ ମଧ୍ୟରେ ୧୧ ଜଣ ମହିଳା ଥିବାବେଳେ ୧୧ ଜଣ ଶିଶୁ ଥିବା ସୂଚନା ମିଳୁଛି । ତେବେ ଏବେ ବି କିଛି ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ, ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
An ex-gratia of Rs. 2 lakh from PMNRF would be paid to the next of kin of each of the deceased. The injured would be given Rs. 50,000: PM @narendramodi
— PMO India (@PMOIndia) October 1, 2022
ସୂଚନା ଅନୂଯାୟୀ, କାନପୁର ସାଢ ଜିଲ୍ଲାରେ ଏହି ଘଟଣା ଘଟିଛି । କୁହାଯାଉଛି ଯେ ଦୁର୍ଘଟଣାର ଶିକାର ହୋଇଥିବା ଲୋକେ ଚନ୍ଦ୍ରିକା ଦେବୀଙ୍କ ଦର୍ଶନ ସାରି ଫେରୁଥିଲେ । ଏହି ସମୟରେ ଟ୍ରାକ୍ଟର ଟ୍ରଲିଟି ଅନିୟନ୍ତ୍ରିତ ହେଇ ସଡକ ତଳକୁ ଖସି ପଡିବା ସହିତ ପାଣିରେ ପଡିଥିଲା । ଆଖପାଖର ଲୋକ ଏହାପରେ ପୋଲିସକୁ ଖବର ଦେଇଥିଲେ । ଯେଉଁଠି ପ୍ରଶାସନ ପହଞ୍ଚି ତୁରନ୍ତ ରେସ୍କ୍ୟୁ ଅପରେସନ୍ କରିଥିଲା ।