ପାଣି ପିଇବା ପରେ ମରିଗଲେ ୨୫ ଓଟ, ପୋଖରୀରେ ବିଷାକ୍ତ ପାଣି ମିଶିଥିବା ଆଶଙ୍କା

ଗୁଜୁରାଟର ଭରୁଚ ଜିଲ୍ଲାରେ ପୋଖରୀ ପାଣି ପିଇ ୨୫ ଓଟ ମରିଯାଇଛନ୍ତି । ପୋଖରୀରେ କ୍ରୁଡ ଅଏଲ ପାଇପଲାଇନ ଲିକ୍‌ ହୋଇଥିବା ଆଶଙ୍କା କରାଯାଉଛି । ଫଳରେ ପାଣି ବିଷାକ୍ତ ହୋଇଥିବା ଅନୁମାନ କରାଯାଉଛି ।

ଗୁଜୁରାଟର ଭରୁଚ ଜିଲ୍ଲାରେ ପାଣି ପିଇବା ପରେ ମରିଗଲେ ୨୫ ଓଟ । ଓଟ ପଲ ଗାଁ ବାହାରେ ଥିବା ଏକ ପୋଖରୀରୁ ପାଣି ପିଇବା ପରେ ସମସ୍ତଙ୍କର ମୃତ୍ୟୁ ହୋଇଥିଲା । ଘଟଣାଟି ବାଗରା ଅଞ୍ଚଳର କଚ୍ଚିପୁରାରେ ଘଟିଛି । ତେବେ କ୍ରୁଡ ଅଏଲର ପାଇପଲାଇନ ଲିକ୍‌ ହେବା ଯୋଗୁଁ ବିଷାକ୍ତ ପଦାର୍ଥ ପାଣିରେ ମିଳଇଥିବା ଅନୁମାନ କରାଯାଉଛି। ଫଳରେ ପୋଖରୀ ପାଣି ପିଇବା ଦ୍ୱାରା ସବୁ ଓଟ ମୃତ୍ୟୁ ହୋଇଛି ।

କଚ୍ଚିପୁରାରେ ୨୫୦ରୁ ଅଧିକ ଲୋକ ରୁହନ୍ତି । ଗାଁରେ ମାଲଧାରୀ ସମୁଦାୟର ଲୋକ ରୁହନ୍ତି । ମାଲଧାରୀ ଲୋକେ ପଶୁପାଳନ କରି ନିଜର ଭରଣପୋଷଣ କରନ୍ତି । ଓଟ ଏମାନଙ୍କ ରୋଜଗାରର ପନ୍ଥା । ଗାଁରେ ଅନେକ ଦିନରୁ ପାଣି ସମସ୍ୟା ଦେଖିବାକୁ ମିଳିଛି । ଗାଁରେ ଦୂଷିତ ଏବଂ ବିଷାକ୍ତ ପାଣି ଯୋଗୁଁ ଅନେକ ମୃତ୍ୟୁବରଣ କରୁଥିବା ବେଳେ ରୋଗାଗ୍ରସ୍ତ ହେଉଛନ୍ତି ।

୧୯୧୬ରେ ଓଟ ପାଳନ କରି ପାରିବାରିକ ଭାବେ ପେଶା କରିଥିବା ଗାଁର ୬୭ ବର୍ଷୀୟ ରହମାନଭାଇ ଜାଟ କହିଛନ୍ତି, ଗାଁରେ ପାଣି ସମସ୍ୟା ଅନେକ ଦିନରୁ ରହିଛି । କିଛି ପ୍ରାଇଭେଟ ସପ୍ଲାୟର୍ସ ଦ୍ୱାରା ପାଣି ଟ୍ୟାଙ୍କର ମିଳୁଥିଲା, କିନ୍ତୁ ୨ ମାସ ହେଲା ବନ୍ଦ ରହିଛି । ଗରମରୁ ବଞ୍ଚିବା ପାଇଁ ଓଟକୁ ଗାଁ ଠାରୁ ୫ କିମି ଦୂର ଚଞ୍ଜବେଲ ହ୍ରଦକୁ ନିଆଯାଇଥିଲା । କିନ୍ତୁ ବାଟରେ ଥିବା ଏକ ପୋଖରୀରୁ ପାଣି ପିଇବା ପରେ ଗୋଟେ ଗୋଟେ ଓଟ ମରିଯାଇଥିଲେ ।

ଗ୍ରାମୀଣ ମୁତାବକ, ୩୦ ଓଟଙ୍କର ମୃତ୍ୟୁ ହୋଇଛି । ଯେଉଁଥିରେ ୨୫ରୁ ଅଧିକ ଓଟଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପାନୀୟ ଜଳ ପାଇଁ ପୂର୍ବରୁ ଅନେକ ଥର ଅଭିଯୋଗ ହୋଇଥିବା ପରେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ତେବେ ଭରୁଚର ଏକ ସରକାରୀ ପଶୁ ଚିକିତ୍ସା ଅଧିକାରୀ ଡ.ହର୍ଷ ଗୋସ୍ୱାମୀ କହିଛନ୍ତି, ୨୫ ଓଟ ମରିଛନ୍ତି । କିନ୍ତୁ ସେମାନଙ୍କ ମୃତ୍ୟୁର କାରଣ ଜଣାପଡିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.